ପାରାଦୀପ ଆନ୍ତର୍ଜାତୀୟ କାର୍ଗୋ ଟର୍ମିନାଲରେ ମାଗଣା ଚକ୍ଷୁ ପରୀକ୍ଷା କ୍ୟାମ୍ପ ଅନୁଷ୍ଠିତ
ଡକ୍ଟର ଅଗ୍ରୱାଲଙ୍କ ଚକ୍ଷୁ ଚିକିତ୍ସାଳୟର ସହଯୋଗରେ ପାରାଦୀପ ଆନ୍ତର୍ଜାତୀୟ କାର୍ଗୋ ଟର୍ମିନାଲରେ ମାଗଣା ଚକ୍ଷୁ ପରୀକ୍ଷା କ୍ୟାମ୍ପ ଅନୁଷ୍ଠିତ ହୋଇଛି |

ପାରାଦୀପ, ଡିସେମ୍ବର ୨୦, - ପାରାଦୀପ ଆନ୍ତର୍ଜାତୀୟ କାର୍ଗୋ ଟର୍ମିନାଲ୍ (PICT) ରେ ବେଶ୍ ଖ୍ୟାତି ଅର୍ଜନ କରିଥିବା ଡକ୍ଟର ଅଗ୍ରୱାଲ ଚକ୍ଷୁ ଚିକିତ୍ସାଳୟର ସହଯୋଗରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି | ମନୁଷ୍ୟ ଶରୀର ର ମୁଖ୍ୟ ଇନ୍ଦ୍ରିୟ ଚକ୍ଷୁ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ଏବଂ ଟର୍ମିନାଲ୍ ର କର୍ମଜୀବୀ ଏବଂ ସ୍ଥାନୀୟ ସମ୍ପ୍ରଦାୟ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି |
ଟର୍ମିନାଲ୍ ହେଡ୍ ଶ୍ରୀ ରାଜେଶ ନାୟକ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ନାୟକ କହିଥିଲେ ଯେ , “PICT ରେ, କାର୍ଯ୍ୟରତ ଏବଂ ସହଯୋଗ ର ହାତ ବଢ଼ାଇ ଚାଲୁଥିବା ଶ୍ରମିକ ଓ କର୍ମଚାରୀ ମାନଙ୍କ କଲ୍ୟାଣ ପାଇଁ ଆମେ ଦୃଢ଼ ପ୍ରତିବଦ୍ଧ । ସେ ଦୃଷ୍ଟିରୁ ତାଙ୍କର ସ୍ଵାସ୍ଥ୍ୟ ଆମର ଦାୟିତ୍ଵ , ସେଥିପାଇଁ ମନୁଷ୍ୟ ଶରୀର ର ମୁଖ୍ୟ ଅଙ୍ଗ ଇନ୍ଦ୍ରିୟ ଚକ୍ଷୁ କୁ କିପରି ସୁସ୍ଥ ଓ ସ୍ଵଚ୍ଛ ରଖାଯାଇ ପାରିବ ସେନେଇ ଏହି ପ୍ରୟାସ କରାଯାଇଛି ।
ଚକ୍ଷୁ ଚିକିତ୍ସା ଶିବିରରେ ଟର୍ମିନାଲ୍ କର୍ମଚାରୀ, ଡକ୍ କର୍ମଚାରୀ ଏବଂ ବିଭିନ୍ନ ଅନୁଷ୍ଠାନ ର ସଦସ୍ୟମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରି ସେମାନଙ୍କର ଚକ୍ଷୁ ପରୀକ୍ଷା କରାଇଥିଲେ। ଚକ୍ଷୁ ବିଶେଷଜ୍ଞ ତଥା ଡକ୍ଟର ଅଗ୍ରୱାଲଙ୍କ ଚକ୍ଷୁ ଡାକ୍ତରଖାନାର ସହାୟତା ପ୍ରଦାନରେ ଦୃଷ୍ଟି ଶକ୍ତି ପରୀକ୍ଷା, ମୋତିଆବିନ୍ଦୁ, ଗ୍ଲୁକୋମା ଏବଂ ଅନ୍ୟାନ୍ୟ ସାଧାରଣ ଚକ୍ଷୁ ଅବସ୍ଥା ଅନ୍ତର୍ଭୁକ୍ତ ଥିଲା। ସମସ୍ତ ଉପସ୍ଥିତ ଲୋକଙ୍କୁ ଚକ୍ଷୁ ର କିପରି ଯତ୍ନ ନିଆ ଯାଇ ପାରିବ ସେ ବିଷୟ ରେ ବୁଝାଇ ପରାମର୍ଶ ଦେଇଥିଲେ |
ଏଇ ଭଳି ମହତ କାର୍ଯ୍ୟକୁ ଟର୍ମିନାଲର ବରିଷ୍ଠ କର୍ମଚାରୀ ଶ୍ରୀ ସଞ୍ଜୟ ମିଶ୍ର କୃତଜ୍ଞତା ଜଣାଇବା ସହ , ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ । ଆମର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ହେତୁ ଆମ ମଧ୍ୟରୁ ଅନେକେ ଚକ୍ଷୁର ଯତ୍ନ ପ୍ରତି ଅବହେଳା କରିଥାଉ | ଯାହାକି ବୟସ ଅନୁସାରେ ଆମକୁ ଅନେକ ସମସ୍ୟା ର ସାମ୍ନା କରିବାକୁ ପଡିଥାଏ | ଏହିପରି ଶିବିରଗୁଡ଼ିକ ଆମ ଚକ୍ଷୁ ସ୍ୱାସ୍ଥ୍ୟ ବିଷୟରେ ଅବଗତ ହେବା ଏବଂ ଆବଶ୍ୟକ ସତର୍କତା ଅବଲମ୍ବନ କରିବାରେ ସାହାଯ୍ୟ କରିଥାଏ |
ଏହି ଶିବିର ରେ ୨୦୦ ରୁ ଅଧିକ ବ୍ୟକ୍ତି ମାଗଣା ଚକ୍ଷୁ ସ୍କ୍ରିନିଂ ଏବଂ ପରାମର୍ଶ ଦ୍ୱାରା ଉପକୃତ ହୋଇଥିଲେ | ଆଗକୁ କର୍ମଚାରୀ ଏବଂ ସମ୍ପ୍ରଦାୟର ସ୍ୱାସ୍ଥ୍ୟର ଅନ୍ୟାନ୍ୟ ଦିଗ ପ୍ରତି PICT ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିବାକୁ ଯୋଜନା କରିଛି |
ପାରାଦୀପ ଆନ୍ତର୍ଜାତୀୟ କାର୍ଗୋ ଟର୍ମିନାଲ୍ ବିଷୟରେ:
ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲ୍ ହେଉଛି ଭାରତର ଏକ ପ୍ରମୁଖ କାର୍ଗୋ-ହ୍ୟାଣ୍ଡଲିଂ ସୁବିଧା, ଯାହାକି କାର୍ଯ୍ୟକ୍ଷମତା ଏବଂ ସମ୍ପ୍ରଦାୟର କଲ୍ୟାଣ ପାଇଁ ପ୍ରତିବଦ୍ଧତା ବେସ ଜଣାଶୁଣା ହୋଇ ଥିଲାବେଳେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ରେ ସକାୟକ ହୋଇ ଆସୁଛି |
ଡକ୍ଟର ଅଗ୍ରୱାଲଙ୍କ ଚକ୍ଷୁ ଚିକିତ୍ସାଳୟ ବିଷୟରେ:
1957 ମସିହାରେ ପ୍ରତିଷ୍ଠିତ ହୋଇଥିବା ଡକ୍ଟର ଅଗ୍ରୱାଲଙ୍କ ଚକ୍ଷୁ ଚିକିତ୍ସାଳୟ ହେଉଛି ଚକ୍ଷୁ ଚିକିତ୍ସା ସେବାଗୁଡିକର ଏକ ଅଗ୍ରଣୀ ପ୍ରଦାନକାରୀ, ବିଶ୍ୱରେ 100 ରୁ ଅଧିକ ଡାକ୍ତରଖାନାର ନେଟୱାର୍କ ଅଛି |