ଆସୁଛି ନିର୍ବାଚନ, ମିଳିଲା ଚିହ୍ନ, ସରଗରମ ହେଉଛି ମଇଦାନ

ଜଗନ୍ନାଥ ଟ୍ରକ୍ ମାଲିକ ସଂଘର ନିର୍ବାଚନ , ଆସନ୍ତା ୨୫ ତାରିଖରେ ଭାଗ୍ୟ ନିର୍ଦ୍ଧାରଣ

ଆସୁଛି ନିର୍ବାଚନ, ମିଳିଲା ଚିହ୍ନ, ସରଗରମ ହେଉଛି ମଇଦାନ

ଧିରେ ଧିରେ ସରଗରମ ହେବାକୁ ଯାଉଛି ଜଗନ୍ନାଥ ଟ୍ରକ୍ ମାଲିକ ସଂଘର ନିର୍ବାଚନ, ୨ଟି ପ୍ୟାନେଲ୍ ର ମୋଟ୍ ୧୨ଜଣ ପ୍ରାର୍ଥୀ ଚଳିତ ନିର୍ବାଚନରେ ସଂଘର କର୍ମକର୍ତ୍ତା ପାଇଁ ଲଢେ଼ଇ ମୈଦାନ କୁ ଓହ୍ଲାଇଛନ୍ତି। ଗୋଟିଏ ପକ୍ଷର ନେତୃତ୍ୱ ଛଇଳ ଜେନା ନେଉଥିବା ବେଳେ ଅପରପକ୍ଷ ରାକେଶ ଜେନା ନେତୃତ୍ୱ ନେଉଛନ୍ତି । ତେବେ ଏହି ଦୁଇ ପକ୍ଷଙ୍କ ନିର୍ବାଚନ ପ୍ରଚାର ମଧ୍ୟ ଜୋରଦାର ଆରମ୍ଭ ହୋଇଛି । ନିଜ ନିଜର ପ୍ୟାନେଲ୍ , ପ୍ରାର୍ଥୀ , ପଦ ପଦବୀ ସହ ନିର୍ବାଚନ ଚିହ୍ନ ମଧ୍ୟ ମିଳି ସାରିଛି । 

ଛଇଳ ଜେନା ନେତୃତ୍ୱ ନେଉଥିବା ପ୍ୟାନେଲ୍ 

ସଭାପତି, ଉପସଭାପତି, କାର୍ଯ୍ୟକାରୀ ସଭାପତି, ସମ୍ପାଦକ, ସହ ସମ୍ପାଦକ ଓ କୋଷାଧ୍ୟକ୍ଷ ପ୍ରମୁଖ ପଦପଦବୀ ପାଇଁ କର୍ମକର୍ତ୍ତା 

ରାକେଶ ଜେନା ନେତୃତ୍ୱ ନେଉଥିବା ପ୍ୟାନେଲ୍ 

ନିଜର ପ୍ୟାନେଲ୍ ସମୁହ ଭୋଟର ସଦସ୍ୟ ମାନଙ୍କୁ ନିଜ ନିଜ ପକ୍ଷରେ ମତ ରଖିବା ପାଇଁଁ ଆପ୍ରାଣ ଉଦ୍ୟମ ଆରମ୍ଭ ହୋଇଛି। କିଏ କଣ କାହା କ୍ଷମତା କାଳରେ ସଦସ୍ୟ ଓ ସଂଘର ଉନ୍ନତି ପଥରେ କି ପ୍ରକାର ପଦକ୍ଷେପ ମାନ ଗ୍ରହଣ କରିଛନ୍ତି ସେନେଇ ଆରମ୍ଭ ହୋଇଛି ଅଙ୍କ କଷା । ତେବେ ଏଥର କିଏ କ୍ଷମତା କୁ ଆସିବ ଓ କିଏ ଘରକୁ ଯିବ ସେନେଇ ଭୋଟର ସଦସ୍ୟମାନେ ମଧ୍ୟ ନିଜେ ନିଜର ମାନସିକ ସ୍ତରରେ ପ୍ରସ୍ତୁତ ହେଉଥିବା ଜଣାପଡିଛି । ତେବେ ଏଠି ଗୋଟିଏ କଥା ସ୍ପଷ୍ଟ ଭାବରେ ପରିଲକ୍ଷିତ ହେଉଛି ଯେ କାହା ସମୟରେ କଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି ଓ କିଏ କେଉଁ ପ୍ରକାର ତୃଟି ବିଚ୍ୟୁତି କରି ସଂଘ ଓ ସଦସ୍ୟ ମାନଙ୍କୁ ବିପର୍ଯ୍ୟୟ ସମୁଦ୍ର କୁ ଠେଲି ଦେଇଛି । ତେବେ ଏସବୁ କଥୋପକଥନ ନେଇ ଚର୍ଚ୍ଚା ଜୋର ଧରିବାରୁ ଆରୋପ ପ୍ରତ୍ୟାରୋପ ବିଭିନ୍ନ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି । ଯାହାକୁ ନେଇ ସଂଘର ନିର୍ବାଚନ ପରିଚାଳନା କମିଟିର ଦୃଷ୍ଟି ଆକର୍ଷଣ କରାଯିବାରୁ କମିଟି ଏନେଇ ଏକ ନୋଟିସ ଜାରି କରିଛି । 

ତେବେ ସଂଘର ଶୃଙ୍ଖଳା ଦୃଷ୍ଟିରୁ ଏଥିରୁ ନିବୃତ ରହିବା ପାଇଁ କମିଟି ନିର୍ଦ୍ଦେଶନାମା ଜାରି କରିବା ସହିତ କେହି ଏଥିରେ ଅବମାନନା କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଚେତାବନୀ ମଧ୍ୟ ଦିଆଯାଇଛି । 

ତେବେ କେତେକ ପୁରୁଖା ସଦସ୍ୟଙ୍କ କହିବା କଥା ହେଲା ଯେ ଯ କେହି ବି ବିଗତ ଦିନମାନଙ୍କରେ ସଂଘର ନେତୃତ୍ୱ ନେଇଛନ୍ତି ସେ କେବଳ ନିଜର ସ୍ବାର୍ଥ ଦେଖିଛନ୍ତି, ଏଥି ସହ ତାଙ୍କ ସହିତ ଉତପ୍ରବୃତ୍ତ ଭାବେ ଜଡ଼ିତ ଥିବା କେତେକ ସମର୍ଥକ ମାନେ ଯାହା ଫାଇଦା ହାସଲ କରିଛନ୍ତି । କିନ୍ତୁ ସଂଘର କିଛି ଉନ୍ନତି ହୋଇ ନାହିଁ କି ସଂଘ ସଦସ୍ୟ ମାନଙ୍କ ର ମଧ୍ୟ ସେପରି କିଛି ଉନ୍ନତି କରାଯାଇ ନାହିଁ ବରଂ ପ୍ରଶାସନିକ ଟେବୁଲ୍ ରେ ଏକ ପ୍ରକାର ନୀରବତା ଅବଲମ୍ବନ କରି ସଂଘୀୟ ବିଦ୍ଧି ବ୍ୟବସ୍ଥା କୁ ପାଦରେ ଦଳି ଚକଟି ମନ୍ଥି ଫୋପାଡି ଦେଇଛନ୍ତି । ଏମିତି କି ସଂଘ ରାଜକୋଷରୁ ଲକ୍ଷାଧିକ ଟଙ୍କା ବିନିମୟରେ ଜଣକୁ ବିରୋଧୀ ସାବ୍ୟସ୍ତ କରିବା ପରେ ମଧ୍ୟ ଚଳିତ ନିର୍ବାଚନରେ ତାଙ୍କୁ ପଦପଦବୀ ରେ ରଖି ନିର୍ବାଚନ ମଇଦାନ କୁ ଓହ୍ଲାଇଛନ୍ତି । ଯାହାକୁ କେତେକ ସଦସ୍ୟ ଅତ୍ୟନ୍ତ ଗୁରୁତର ସହ ବିଚାର କୁ ନେଇ ଏହାକୁ ନା ପସନ୍ଦ କରିଛନ୍ତି । କାହିଁକି ନା କ୍ଷମତା ରେ ଥିବା ବେଳେ ସଂଘର ପଇସାକୁ ତାଙ୍କ ର ପୈତୃକ ସଂପତ୍ତି ଭାବି ଯେପରି ଅପଚୟ କରିଛନ୍ତି ଏମିତି କି କୋର୍ଟ କେସ୍ କରି ଲକ୍ଷାଧିକ ଟଙ୍କା ଅପଚୟ ପରେ ପୁଣି ସେହି ଅଭିଯୁକ୍ତ କୁ ଆଣି ପାଖରେ ବସାଉଛନ୍ତି ଏଥି ମଧ୍ୟ ରୁ ଜଣେ ସାଧାରଣ ସଦସ୍ୟ କଣ ବା ବୁଝିବ ତାହା ବୁଝା ପଡୁନାହିଁ ।

ତେବେ ପୂର୍ବରୁ ସଂଘ ଯେଉଁ ନିତୀ ନିୟମରେ ଚାଲୁଥିଲା ତାହା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସାଜୁଥିଲା । ଯେମିତିକି ୨୦୦୮ ମସିହାରେ ଜେସିସି ଗଠନ ହେବା ପରେ ୨୦୧୨ ମସିହା ରେ ତତ୍କାଳୀନ ସଭାପତି ରାକେଶ ଜେନା ଙ୍କ ନେତୃତ୍ୱ ରେ ପ୍ରଥମେ ଗାଡି ମାଲିକ ମାନଙ୍କର ଇନିସ୍ୟୁରାନ୍ସ କରିବା ନେଇ ଏକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରାଯାଇଥିଲା, ଯାହାକୁ ସେତେ ବେଳେ ସମସ୍ତେ ସ୍ଵାଗତ କରିଥିଲେ । ସେହିପରି ଟ୍ରାନ୍ସପୋର୍ଟର ଦେଉଥିବା ସମସ୍ତ ପେମେଣ୍ଟ କୁ ଅଗ୍ରୀମ ଭରଣା କରିବା ବା ପ୍ରିପେଡ୍ ସିଷ୍ଟମ୍ କରିବା, ସେହିପରି ଆଇଓସିଏଲ୍ ରେ ଆନ୍ଦୋଳନ କରି ବାହାର ଗାଡ଼ିକୁ ସମ୍ପୁର୍ଣ୍ଣ ଲୋଡିଂ ବନ୍ଦ୍ କରାଇ ସଂଘର ଗାଡି ଗୁଡିକ ଲୋଡିଂ କରାଇବା, ପରି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଥିଲା । ସେହିପରି ରାକେଶ ଜେନା ସମ୍ପାଦକ ଥିବା ସମୟ ରେ ଇଫକୋ ସାର କାରଖାନା ରେ ଆନ୍ଦୋଳନ କରି ସାର ପରିବହନ ଭଡ଼ା ବୃଦ୍ଧି କରାଇବା ପରି ଏକ ଦୃଷ୍ଟାନ୍ତ ମୁଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଆହୁରି ପୁଣି ରାକେଶ ଯେତେବେଳେ ଜେସିସି ରେ କୋଅର୍ଡିନେଟର ଭାବରେ ଅବସ୍ଥାପିତ ହୋଇଥିଲେ ସେତେ ବେଳେ କୌଣସି ବାହାର ଗାଡିକୁ କୌଣସି ପ୍ଲାଣ୍ଟ ରେ ପୁରାଇ ନଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରଯାଇଥିଲା ଯାହାକୁ ଜେସିସି ଅଧିନରେ ଥିବା ୩ସଂଘ ବେଶ୍ କଡାକଡି ଭାବରେ ପାଳନ କରୁଥଲେ । କିନ୍ତୁ ଆଜି ହୋଇଛି କଣ  ? ସବୁ କିଛି ଖୋଲା ମେଲା ହୋଇ ଯାଇଛି, କେହି କାହା କଥା ଶୁଣିବାକୁ ଆଦୌ ପ୍ରସ୍ତୁତ ନାହାଁନ୍ତି, ଯିଏ ଯେଉଁଠି ଚାହିଁଲା ବାହାର ଗାଡ଼ି ପୁରାଇ ଲୋଡ୍ ନେଇ ପଳେଇଲା । ଖବର ପାଇଲା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଓଲଟା ଇଏ ସେ ସଂଘକୁ କହୁଛି ତ ସେ ଆଉ କାହା ସଂଘକୁ ଦେଖୁଛି । ଏମିତି କରି କରି ଖଳ ପ୍ରକୃତିର ଟ୍ରାନ୍ସପୋର୍ଟର ମାନଙ୍କ ମୁହଁ ବଢାଇ ଦେଇଛନ୍ତି ।  

ତେବେ ରାକେଶ ଜେନା ଙ୍କ ଏସବୁ ସମ୍ଭବ କାହିଁକି ହେଉଥିଲା ନା ରାକେଶ ଟ୍ରାନ୍ସପୋର୍ଟର ମାନଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନା କରି ତାଙ୍କ ଭଲମନ୍ଦ ବୁଝିବା ସହ ବର୍ଷ କୁ ଥରେ ଆଲୋଚନା କରି ରେଟ୍ ବୁଝାମଣା କରି ବୃଦ୍ଧି ମଧ୍ୟ କରାଯାଉଥିଲା । ତା ସହିତ ସଂଘ ରେ ଶୃଙ୍ଖଳା ରକ୍ଷା କରିବା ପ୍ରଥମ ଥର ପାଇଁ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇଥିଲା । ତେବେ ସବୁଠାରୁ ଗୁରତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ସଂଘର ନେତୃତ୍ବ ନେଇ ପ୍ରଶାସନ ସହିତ ଭଲ ସମ୍ପର୍କ ରଖି ସଙ୍ଘ ର ସ୍ଵାର୍ଥ କୁ ପ୍ରାଧାନ୍ୟ ଦେବା ସହିତ ମିଳିତ ସମନ୍ୱୟ ସମିତି ବା ଜେସିସି ର ଦବା ସୃଷ୍ଟି କରିବା , ଯାହା କି ସବୁକିଛି ଆଜି ମାଟିରେ ମିଶି ଧୁଳିସାତ୍ ହୋଇଛି। ସେହି ଲୋକ ସବୁ ଅଛନ୍ତି କିନ୍ତୁ କାର୍ଯ୍ୟ ଧାରା ବଦଳି ଯାଇଛି, ସେହି ନିୟମ କାନୁନ୍ ରହିଛି କିନ୍ତୁ ସବୁ କିଛି ଥାଇ ନଥିବା ପରି ଅନୁଭବ ହେଉଛି । ସବୁ ଠାରୁ ବେଶୀ କ୍ଷତି ପହଞ୍ଚାଉଛି ପାରାଦୀପ ରେ ଜେସିସି ଥାଇ ଅକର୍ମଣ୍ୟ ହୋଇ ଯାଇଛି, ବାହାର ଗାଡ଼ି ସବୁ ପଶି ମନ ଇଚ୍ଛା ଇଆଡେ ସିଆଡେ ପଶି ଲୋଡ୍ ନେଉଛନ୍ତି କିନ୍ତୁ ନେତା ସେଥିପ୍ରତି ଦୃଷ୍ଟି ନଦେଇ କ୍ଷମତା କେମିତି ଆପଣେଇବେ ସେଇ ଉଦ୍ୟମରେ ବ୍ୟସ୍ତ ଅଛନ୍ତି । 

ତେବେ ଏଠି ଆମେ କାହାର ପକ୍ଷପାତିତା କରୁନାହୁଁ, ଆମେ ଯାହା ବାସ୍ତବତା ତାହାହିଁ ପ୍ରତିପାଦନ କରିଛୁ । ଆପଣ ମାନଙ୍କୁ ଲାଗୁଥିବ ଯେ ଆମ ଗୋଟିଏ ପକ୍ଷକୁ ପକାଇ ଅପରପକ୍ଷ ର ପ୍ରଚାର ପ୍ରସାର କରୁଛୁ କିନ୍ତୁ ତାହା ବାସ୍ତବ ରେ ଭୁଲ୍ କଥା କାହିଁକି ନା ଆମ ସହିତ ଯୋଗା ଯୋଗ କରି ରାକେଶ ଜେନା ତାଙ୍କ ହୃଦୟ ର କଥା ଆମ ସହିତ ଅତ୍ୟନ୍ତ ଦୁଃଖ ଓ କ୍ଷୋଭର ସହିତ ପ୍ରକାଶ କରିଛନ୍ତି। କାହିଁକି ନା ତାଙ୍କ କହିବା କଥା ହେଲା ପାରାଦୀପ ରେ ପରିବହନ ବ୍ୟବସ୍ଥା ସମ୍ପୁର୍ଣ୍ଣ ଭୁଷୁଡି ପଡ଼ିଛି । ଯାହା ତାଙ୍କ ଅମଳରେ ଆରମ୍ଭ ହୋଇ ଥିଲା ତାହା ଉପରେ ଆଉ କିଛି ନୁଆ ଯୋଜନା କରାଯାଇ ନାହିଁ, ଖାଲି ପୁରୁଣା ବହିରେ ନୁଆ ମଲାଟ ଦେଇ ଚାଲିଛନ୍ତି । ଯଦି ସଂଘ ପାଇଁ ଓ ସଦସ୍ୟ ମାନଙ୍କ ଉନ୍ନତି ପାଇଁ କିଛି କରି ପାରିବ ନାହିଁ ତାହେଲେ ନେତୃତ୍ୱ ନେବାର କୌଣସି ଆବଶ୍ୟକତା ନାହିଁ, ବରଂ ଆଉ କିଏ ସେ ସ୍ଥାନରେ ରହିଲେ ହୁଏତ ଭଲ କାର୍ଯ୍ୟ କରିପାରିବ, କିନ୍ତୁ କାମ କରିବନି ଖାଲି ପଦ ପଦବୀ ଜାବୁଡ଼ି ବସିବ ଏ କି ପ୍ରକାର ମାନସିକତା ତାହା ସଂଘର ସଦସ୍ୟ ମାନେ ହିଁ ବିଚାର କରିବେ  ।

ଓଏନ୍ଏମ୍ ନିୟୁଜ୍ ପକ୍ଷରୁ ଜଗନ୍ନାଥ ଟ୍ରକ୍ ମାଲିକ ସଂଘର ନିର୍ବାଚନ ରେ ଅଂଶଗ୍ରହଣ କରୁଥିବା ସମସ୍ତ ସଦସ୍ୟ ଙ୍କ ଜନହିତରେ ଜାରୀ