ନବୀନ ପଟ୍ଟନାୟକ ଙ୍କ ବିରଳ ରେକର୍ଡ଼

ଦେଶର ଦ୍ୱିତୀୟ ଦୀର୍ଘତମ ଅବଧି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ବିରଳ ରେକର୍ଡ଼ ପ୍ରତ୍ୟେକ ଓଡ଼ିଆଙ୍କୁ ଗର୍ବିତ କରିଛି।

ନବୀନ ପଟ୍ଟନାୟକ ଙ୍କ ବିରଳ ରେକର୍ଡ଼
ଭୁବନେଶ୍ୱର: ନବୀନଙ୍କ ନାଁରେ ଯୋଡ଼ି ହେଲା ଆଉ ଏକ ରେକର୍ଡ । ସେବା ଓ ସମର୍ପଣର ୨୫ ବର୍ଷ ପୂର୍ଣ୍ଣ କରିଥିବା ମୁଖ୍ୟମନ୍ତ୍ରୀ ଭାବରେ ନବୀନ ପଟ୍ଟନାୟକ ଏବେ ଏକ ନୂଆ ରେକର୍ଡ଼ର ଅଧିକାରୀ ହୋଇଛନ୍ତି। ଦେଶର ଦ୍ୱିତୀୟ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ଭାବରେ ସେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତିବସୁଙ୍କୁ ଅତିକ୍ରମ କରିବେ। ନବୀନଙ୍କ ରାଜନୈତିକ କ୍ୟାରିଅରରେ ଯୋଡ଼ିହେଲା ନୂଆ ରେକର୍ଡ । ନାଗାଲାଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଂ ଦେଶର ସର୍ବାଧିକ ଅବଧି ମୁଖ୍ୟମନ୍ତ୍ରୀ ସୂଚୀରେ ପ୍ରଥମ ସ୍ଥାନରେ ଥିବାବେଳେ ମିଳିତ ଭାବରେ ଜ୍ୟୋତି ବସୁ ଓ ନବୀନ ପଟ୍ଟନାୟକ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି। ଆସନ୍ତାକାଲି ଏହି ରେକର୍ଡ଼ ଭାଙ୍ଗି ନବୀନ ଦେଶର ଦ୍ୱିତୀୟ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ହେବାର ମାନ୍ୟତା ହାସଲ କରିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପୱନ କୁମାର ଚାମଲିଂ, ଜ୍ୟୋତି ବସୁ ଓ ନବୀନ ପଟ୍ଟନାୟକ ସମସ୍ତେ ନିରବଚ୍ଛିନ୍ନ ଭାବରେ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଛନ୍ତି; ଯାହା ସାରା ଦେଶରେ ଏକ ରେକର୍ଡ଼।


ସିକିମ୍ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଂ ୧୯୯୪ ଡ଼ିସେମ୍ବର ୧୨ ତାରିଖରୁ ୨୦୧୯ ମେ ୨୭ ତାରିଖ ପର୍ଯ୍ୟନ୍ତ ୨୪ ବର୍ଷ ୧୬୬ ଦିନ ମୁଖ୍ୟମନ୍ତ୍ରୀ ରହିଥିଲେ। ସେହିପରି ଜ୍ୟୋତି ବସୁ ୧୯୭୭ ଜୁନ୍ ୨୧ ତାରିଖରୁ ୨୦୦୦ ନଭେମ୍ବର ୬ ପର୍ଯ୍ୟନ୍ତ ୨୩ ବର୍ଷ ୧୩୮ ଦିନ ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ଥିଲେ। ଦେଶର ତୃତୀୟ ମୁଖ୍ୟମନ୍ତ୍ରୀ ଭାବରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୦ ମସିହା ମାର୍ଚ୍ଚ ୫ ତାରିଖରୁ ଅଦ୍ୟାବଧି ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ଅଛନ୍ତି। ଆଜି ଅର୍ଥାତ୍ ୨୧ ଜୁଲାଇରେ ସେ ତାଙ୍କ ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳର ୨୩ବର୍ଷ ୧୩୭ ଦିନ ଅତିକ୍ରମ କରିଛନ୍ତି ଏବଂ ଆସନ୍ତାକାଲି ଜ୍ୟୋତି ବସୁଙ୍କ ମୁଖ୍ୟମନ୍ତ୍ରିତ୍ୱ ଅବଧି ସହ ନବୀନଙ୍କ କାର୍ଯ୍ୟ ଅବଧି ସମାନ ହେବ। ଏହା ପରେ ନବୀନ ପଟ୍ଟନାୟକ ଦେଶର ସର୍ବାଧିକକାଳ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବା କ୍ଷେତ୍ରରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିବେ।

ଦେଶର ଦ୍ୱିତୀୟ ଦୀର୍ଘତମ ଅବଧି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ବିରଳ ରେକର୍ଡ଼ ପ୍ରତ୍ୟେକ ଓଡ଼ିଆଙ୍କୁ ଗର୍ବିତ କରିଛି। ଦୀର୍ଘ 23 ବର୍ଷ ଧରି ସାଢ଼େ ଚାରିକୋଟି ଜନସାଧାରଣଙ୍କ ସେବାରେ ଉତ୍ସର୍ଗୀକୃତ ଜୀବନ ହିଁ ତାଙ୍କୁ ଦେଶର ଅଦ୍ୱିତୀୟ ଜନନାୟକ ରୂପେ ପ୍ରତିଷ୍ଠିତ କରିପାରିଛି।
23 ବର୍ଷ ଧରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡ଼ିଶାର ଅର୍ଥନୀତି, ଶିକ୍ଷା, ସ୍ଵାସ୍ଥ୍ୟ ଓ ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଛନ୍ତି। ଶିଳ୍ପାୟନରେ ଓଡ଼ିଶାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ବିଦେଶ ପୁଞ୍ଜିନିବେଶରେ ଓଡ଼ିଶା ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି।

ଓଡ଼ିଶାର ବିକାଶ ପୁରୁଷ ଆମ ସମସ୍ତଙ୍କ ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରଯୁକ୍ତ ନବୀନ ପଟ୍ଟନାୟକ ଆଜି ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି ଭାରତୀୟ ରାଜନୀତି ଇତିହାସରେ ‘ସର୍ବାଧିକ ଅବଧିର ମୁଖ୍ୟମନ୍ତ୍ରୀ’ ତାଲିକାରେ ସ୍ୱର୍ଗତ ଜ୍ୟୋତି ବସୁଙ୍କ ରେକର୍ଡକୁ ଭାଙ୍ଗି ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ମୁଖ୍ୟମନ୍ତ୍ରୀ ଭାବେ କ୍ରମାଗତ ଦୀର୍ଘ ୨୩ବର୍ଷ ୧୩୮ଦିନ ହେଲା ରାଜ୍ୟବାସୀଙ୍କ ସେବା କରୁଛନ୍ତି । ଏବେ ଦେଶର ‘ସର୍ବାଧିକ ଅବଧିର କାର୍ଯ୍ୟରତ ମୁଖ୍ୟମନ୍ତ୍ରୀ’ ଭାବେ ବିରଳ ରେକର୍ଡ ମଧ୍ୟ ଆମ ପ୍ରିୟ ନେତାଙ୍କ ନାଁରେ ରହିଛି । ପୱନ କୁମାର ଚାମଲିଙ୍ଗଙ୍କୁ ପଛରେ ପକାଇ ଆସନ୍ତାବର୍ଷ ଅଗଷ୍ଟ ମାସରେ ‘ସର୍ବାଧିକ ଅବଧିର ମୁଖ୍ୟମନ୍ତ୍ରୀ’ଭାବେ ବିରଳ ରେକର୍ଡର ମଧ୍ୟ ଅଧିକାରୀ ହେବେ ।