ମାନବିକତା ଭୁଲିଗଲେ ପୋଲିସକର୍ମୀ

ମାନବିକତା ଭୁଲିଗଲେ ପୋଲିସକର୍ମୀ, ପ୍ଲାଟଫର୍ମରେ ଶୋଇଥିବା ଯାତ୍ରୀଙ୍କ ମୁହଁରେ ଢାଳୁଛନ୍ତି ପାଣି

ମାନବିକତା ଭୁଲିଗଲେ ପୋଲିସକର୍ମୀ

ଅନେକ ଯାତ୍ରୀମାନେ ରେଳ ଷ୍ଟେସନରେ ଟ୍ରେନ୍‌କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିନ୍ତି। ଏହି ସମୟରେ ଅଧିକାଂଶ ଲୋକ ପ୍ଲାଟଫର୍ମରେ ଶୋଇ ପଡନ୍ତି। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରେଳ ପ୍ଲାଟଫର୍ମରେ। ଜଣେ ପୋଲିସ ଶୋଇଥିବା ଯାତ୍ରୀଙ୍କୁ ଜାଗ୍ରତ କରିବା ପାଇଁ ସେମାନଙ୍କ ଉପରେ ବୋତଲରୁ ପାଣି ଢାଳିବାର ଦେଖିବାକୁ ମିଳିଛି। ପାଣି ପଡିବା ମାତ୍ରେ ଯାତ୍ରୀମାନେ ନିଦରୁ ଉଠି ପଡନ୍ତି। ଏହାର ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।

ତେବେ ଏହି ଭାଇରାଲ୍ ଭିଡିଓଟି ପୁଣେରୁ ଆସିଛି । ସୋସିଆଲ ମିଡିଆ ୟୁଜର୍ସଙ୍କ ଆଖିରେ ପଡିବା ମାତ୍ରେ ସେମାନେ ପୋଲିସ କର୍ମଚାରୀଙ୍କୁ ଦୃଢ ନିନ୍ଦା କରିଥିଲେ। ପୁଣେର ଡିଭିଜନାଲ ରେଲୱେ ମ୍ୟାନେଜର (ଡିଆରଏମ) ଇନ୍ଦୁ ଦୁବେଙ୍କ ଧ୍ୟାନ ମଧ୍ୟ ଏହି ଭିଡିଓକୁ ଯାଇଥିଲା । ଯେଉଁଥିରେ ସେ ଗଭୀର ଦୁଃଖ ପ୍ରକାଶ କରିଥିଲେ। ଦେଖୁ ଦେଖୁ ଏହି ପୋଲିସ ବାବୁଙ୍କର ଭିଡିଓ ଭାଇରାଲ ହୋଇ ଗଲା। ଶୋଇଥିବା ଯାତ୍ରୀମାନଙ୍କ ଉପରେ ପାଣି ଢାଳୁଥିବା ଯବାନ୍ ସରକାରୀ ରେଳ ପୋଲିସ (GRP) ର ଅଟନ୍ତି। ଭିଡିଓ ସେୟାର କରିବାବେଳେ ୟୁଜର୍ସ କ୍ୟାପସନରେ 'RIP ମାନବିକତା' ଲେଖିଥିଲେ।

ସେୟାର କରିବାର କିଛି ମିନିଟ ମଧ୍ୟରେ ଇନ୍ଦୁ ଦୁବେ କହିଛନ୍ତି ଯେ କେହି ପ୍ଲାଟଫର୍ମରେ ଶୋଇବା ଅନ୍ୟ ଯାତ୍ରୀଙ୍କୁ ଅସୁବିଧାରେ ପକାଇଥାଏ। ଏହା ବ୍ୟତୀତ ଇନ୍ଦୁ ଦୁବେ ମଧ୍ୟ ସହମତ ହୋଇଥିଲେ ଯେ ସେଠାରେ ଥିବା ଯାତ୍ରୀମାନଙ୍କ ସହ ହୋଇଥିବା ଏହି ବ୍ୟବହାର ଠିକ୍‌ ନୁହେଁ। ସେ କହିଛନ୍ତି ଯେ ବିଭାଗ ସହ ଜଡିତ କର୍ମଚାରୀମାନଙ୍କୁ ଯାତ୍ରୀମାନଙ୍କୁ ସମ୍ମାନ ଓ ସଚ୍ଚୋଟତାର ସହିତ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

କହିବାକୁ ଗଲେ ଏହି ଭାଇରାଲ୍ ଭିଡିଓ ଏପର୍ଯ୍ୟନ୍ତ ପ୍ରାୟ ୪ ମିଲିୟନରୁ ଅଧିକ ଥର ଦେଖାଯାଇଛି । ଏଥି ସହିତ, ଏହାକୁ ୪ ହଜାରରୁ ଅଧିକ ଥର ରିଟ୍ୱିଟ କରାଯାଇଛି। ଜଣେ ୟୁଜର୍ସ କହିଛନ୍ତି ଯେ ଟ୍ରେନ୍ ବିଳମ୍ବରେ ଚାଲୁଥିବାବେଳେ ଯାତ୍ରୀଙ୍କୁ ଆରପିଏଫ୍ ଏହି ବ୍ୟବହାର ପାଇଁ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ନୁହେଁ ? ଏଥିସହ ଅନ୍ୟ ଜଣେ ବ୍ୟକ୍ତି ପରାମର୍ଶ ଦେଇଛନ୍ତି ଯେ ସରକାର ଅଧିକ ଅପେକ୍ଷା କକ୍ଷ ତିଆରି କରନ୍ତୁ। ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି ଯେ 'ଏହି ପୋଲିସ୍ ଉପରେ ଲଜ୍ଜା!'