କେଉଁ ମନ୍ତ୍ରାଳୟକୁ ମିଳିଲା କେତେ ଟଙ୍କା?

ଆସିଲା ଅନ୍ତରୀଣ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଚଳିତ ବର୍ଷର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି ।

କେଉଁ ମନ୍ତ୍ରାଳୟକୁ ମିଳିଲା କେତେ ଟଙ୍କା?

ଆସିଲା ଅନ୍ତରୀଣ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଚଳିତ ବର୍ଷର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟ୍ ଉପସ୍ଥାପନ ବେଳେ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ୟ୍ୟକ୍ରମର ପ୍ରଂଶସା କରିବା ସହିତ ଆଗାମୀ ଜୁଲାଇ ମାସରେ ତାଙ୍କ ସରକାର ପୂର୍ଣ୍ଣ ବଜେଟ୍ ସହିତ ବିକଶିତ ଭାରତର ରୋଡମ୍ୟାପ୍ ପ୍ରସ୍ତୁତ କରିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ତେବେ ଏଥର ଅନ୍ତରୀଣ ବଜେଟରେ କେଉଁ ମନ୍ତ୍ରାଳୟକୁ ମିଳିଲା କେତେ ଟଙ୍କା ଜାଣନ୍ତୁ

ପ୍ରତିରକ୍ଷା ମନ୍ତ୍ରାଳୟ - ୬.୨ ଲକ୍ଷ କୋଟି

ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ - ୨.୭୮ ଲକ୍ଷ କୋଟି

ରେଳ ମନ୍ତ୍ରାଳୟ - ୨.୫୫ ଲକ୍ଷ କୋଟି

ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ - ୨.୧୩ ଲକ୍ଷ କୋଟି

ଗୃହ ମନ୍ତ୍ରାଳୟ - ୨.୦୩ ଲକ୍ଷ କୋଟି

ଗ୍ରାମୀଣ ବିକାଶ ମନ୍ତ୍ରାଳୟ - ୧.୭୭ ଲକ୍ଷ କୋଟି

ରସାୟନ ଏବଂ ଉର୍ବରକ ମନ୍ତ୍ରାଳୟ - ୧.୬୮ ଲକ୍ଷ କୋଟି

ସୂଚନା ମନ୍ତ୍ରାଳୟ - ୧.୩୭ ଲକ୍ଷ କୋଟି

କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟ - ୧.୨୭ ଲକ୍ଷ କୋଟି