ନୀଳଗିରି ଗସ୍ତରେ ରାଜ୍ୟପାଳ

ମର୍ଦ୍ଦରାଜପୁର ଗାଁକୁ ଯାଇ ଗ୍ରାମବାସୀଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଛନ୍ତି ରାଜ୍ୟପାଳ ରଘୁବର ଦାସ

ନୀଳଗିରି ଗସ୍ତରେ ରାଜ୍ୟପାଳ

ନୀଳଗିରି ଗସ୍ତରେ ରାଜ୍ୟପାଳ । ମର୍ଦ୍ଦରାଜପୁର ଗାଁକୁ ଯାଇ ଗ୍ରାମବାସୀଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଛନ୍ତି ରାଜ୍ୟପାଳ ରଘୁବର ଦାସ । ଆବାସ ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିବା ସହିତ ସ୍କୁଲରେ ଶିକ୍ଷା ବ୍ୟବସ୍ଥା ବିଷୟରେ ସମୀକ୍ଷା କରିଥିଲେ ।

ଗାଁର ଜଣେ ଦୃଷ୍ଟବାଧିତା ଅନ୍ନପୂର୍ଣ୍ଣା ପାତ୍ରଙ୍କ ଭଙ୍ଗା ଘରେ ରହୁଥିବା ଦେଖି ଉଭୟ ଜିଲ୍ଲାପାଳ ଓ ବିଡ଼ିଓଙ୍କୁ ତାଗିଦ୍ କରିବା ସହ ତୁରନ୍ତ ସମାଧାନ କରିବାକୁ ନିର୍ଦେଶ ଦେଇଥିଲେ । ସେହିପରି ବାଲେଶ୍ୱର ଜିଲ୍ଳା ରେମୁଣା ବ୍ଲକ ଗସ୍ତ କରି ରେମୁଣା କ୍ଷୀରଚୋରା ଗୋପୀନାଥଙ୍କ ମନ୍ଦିର ପରିଦର୍ଶନ କରିଥିଲେ ।

ପରେ ସୁତେଇ ପଞ୍ଚାୟତର ବରଘାଇ ଅଙ୍ଗନବାଡି କେନ୍ଦ୍ର ଗସ୍ତ କରି ପୃଷ୍ଟିକର ଖାଦ୍ୟ କିପରି ସଠିକ୍ ଭାବେ ମାଆ ଓ ଶିଶୁଙ୍କ ପାଖରେ ପହଞ୍ଚିପାରିବ ସେନେଇ ଆଲୋଚନା କରିଥିଲେ । ଅନ୍ୟପଟେ ରାଜ୍ୟପାଳଙ୍କ ମହାନତାକୁ ନେଇ ଚାରିଆଡ଼େ ଏବେ ପ୍ରଶଂସା । ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଝିଅ ବାହାଘରରେ ଉପସ୍ଥିତ ରହି ଉଦାହରଣ ସୃଷ୍ଟି କରିଛନ୍ତି ରାଜ୍ୟପାଳ ।