ଡିଜେ ତାଳରେ ଶାଶୁଙ୍କ ନାଚ ଦେଖି ଭାଙ୍ଗିଲା ବାହାଘର

ଡିଜେର ତାଳେ ତାଳେ ଶାଶୁଙ୍କୁ ଧୂମପାନ କରି ନାଚୁଥିବାର ଦେଖିଲା ବର, ହାତଗଣ୍ଠି ପୂର୍ବରୁ ଭାଙ୍ଗିଲା ବାହାଘର

ଡିଜେ ତାଳରେ ଶାଶୁଙ୍କ ନାଚ ଦେଖି ଭାଙ୍ଗିଲା ବାହାଘର

ଡିଜେର ତାଳେ ତାଳେ ଶାଶୁଙ୍କୁ ଧୂମପାନ କରି ନାଚୁଥିବାର ଦେଖିଲା ବର। ହାତଗଣ୍ଠି ପୂର୍ବରୁ ଭାଙ୍ଗିଲା ବିବାହ। ଉତ୍ତରପ୍ରଦେଶର ସମ୍ଭଲରେ ଘଟିଛି ଏଭଳି ଘଟଣା। ବିବାହ କରିବାକୁ ବରଯାତ୍ରୀଙ୍କୁ ନେଇ କନ୍ୟା ଘରେ ବର ପହଞ୍ଚିବା ପରେ ଶାଶୁଙ୍କ ଏଭଳି କାମ ଦେଖି ବର ଆଶ୍ଚର୍ଯ୍ୟ ହେବା ସହ ବିବାହ ଭାଙ୍ଗିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ସମ୍ଭଲ ଜିଲ୍ଲାର ଗୱା ସହରର ଜଣେ ଯୁବତୀଙ୍କ ବିବାହ ହୟାତନଗର ପୁଲିସ ଷ୍ଟେସନ ଅଞ୍ଚଳର ସାରାୟତରିନରେ ରହୁଥିବା ଯୁବକଙ୍କ ସହିତ ସ୍ଥିର ହୋଇଥିଲା। ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ପରେ ବିବାହ ତାରିଖ ସ୍ଥିର କରାଯାଇଥିଲା। ଏହା ପରେ ବରପକ୍ଷ କାର୍ଯ୍ୟସୂଚୀ ଅନୁଯାୟୀ କନ୍ୟାଘରେ ପହଞ୍ଚିଥିଲେ। ବରପକ୍ଷ ପହଞ୍ଚିବା ପରେ କନ୍ୟାଙ୍କ ମା’ ଓ ସମ୍ପର୍କୀୟ ସେମାନଙ୍କୁ ସ୍ବାଗତ କରିଥିଲେ। ବର ପହଞ୍ଚିବା ପରେ ବିବାହ ରୀତିନୀତି ଆରମ୍ଭ ହୋଇଥିଲା। ଏହି ସମୟରେ କନ୍ୟାର ମା’ ଡିଜେ ବଜାଇ ନାଚିବା ଆରମ୍ଭ କରିଥିଲେ। ନାଚିବା ସମୟ‌‌ରେ ଧୂମପାନ ମଧ୍ୟ କରିଥିଲେ। ଏହା ଦେଖି ବର ରାଗିଯିବା ସହ ବିବାହ କରିବାକୁ ମନା କରିଥିଲା। କନ୍ୟାପକ୍ଷ ଯେତେ ବୁଝାଇବାକୁ ଚେଷ୍ଟା କରିଥିଲେ ବର ବୁଝିନଥିଲେ। ଶାଶୁ ଏଭଳି ଯଦି ଝିଅ କେମିତି ହୋଇଥିବ କହି ବର ବିବାହ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲେ।

ଶେଷରେ ହାତଗଣ୍ଠି ପଡ଼ିବା ପୂର୍ବରୁ ବିବାହ ଭାଙ୍ଗିଯାଇଥିଲା ଏବଂ ବରଯାତ୍ରୀଙ୍କୁ ନେଇ ଘରକୁ ଫେରିଥିଲା ବର।