ଏପ୍ରିଲ ୨୫ରେ ଉଦଘାଟନ ହେବ ଦେଶର ପ୍ରଥମ ଓ୍ଵାଟର ମେଟ୍ରୋ
ଏଥିରେ ରହିଛି ୫ଟି ବିଶେଷତ୍ଵ ଜାଣନ୍ତୁ କଣ ଏହାର ୫ ବିଶେଷତ୍ଵ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୨୫ରେ କେରଳର କୋଚିରେ ଦେଶର ପ୍ରଥମ ଓ୍ଵାଟର ମେଟ୍ରୋର ଉଦଘାଟନ କରିବେ। ଏହା ସହରବାସୀଙ୍କ ଗମନାଗମନକୁ ଆହୁରି ସୁଗମ କରିବ ବୋଲି ଅଧିକାରୀ କହିଛନ୍ତି। ତେବେ ଆସନ୍ତୁ ଜାଣିବା ଓ୍ଵାଟର ମେଟ୍ରୋର ୫ ବିଶେଷତ୍ଵ
୧- ଏହା ବହୁ ପ୍ରତୀକ୍ଷିତ ପ୍ରକଳ୍ପ ଯାହା କୋଚିରେ ଲୋକଙ୍କୁ ସୁରକ୍ଷିତ ଏବଂ ଆରାମଦାୟକ ଯାତ୍ରାର ଅନୁଭବ ପ୍ରଦାନ କରିବ। ଓ୍ଵାଟର ମେଟ୍ରୋ ରାଜ୍ୟରେ ପର୍ଯ୍ୟଟକ ବୃଦ୍ଧିରେ ବେଶ ସହାୟକ ହେବ।
୨ - ବନ୍ଦର ନଗରୀ ଭାବେ ପରିଚିତ କୋଚିର ପାଖାପାଖି ୧୦ଟି ଦ୍ଵୀପକୁ ଓ୍ଵାଟର ମେଟ୍ରୋ ସଂଯୋଗ କରିବ। ଦୁଇଟି ଟର୍ମିନାଲ ହେଉଛି ହାଇକୋର୍ଟ ଭାଇପିନ ଏବଂ ଭ୍ୟାଟିଲା କକ୍କନାଦ।
୩ - ବିଭିନ୍ନ ବର୍ଗର ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଟିକଟ୍ ଦର ସେହି ହିସାବରେ ରଖାଯାଇଛି। ଏହାର ଦାମ ୨୦ ଟଙ୍କାରୁ ଆରମ୍ଭ ହୋଇ ୪୦ ଟଙ୍କା ପର୍ଯ୍ୟନ୍ତ ରହିଛି। ନିୟମିତ ଯାତ୍ରୀଙ୍କ ପାଇଁ ଟ୍ରାଭେଲ୍ ପାସର ବ୍ୟବସ୍ଥା କରାଯାଇଛି। ସପ୍ତାହିକ ପାଇଁ ମୂଲ୍ୟ ୧୮୦ ଟଙ୍କା, ମାସିକ ପାଇଁ ୬୦୦ ଏବଂ ତିନି ମାସ ପାଇଁ ଟିକେଟ୍ ଦର ୧୫୦୦ ଟଙ୍କା ରହିଛି। ଟିକେଟ୍ ଟର୍ମିନାଲ ସ୍ଥିତ କାଉଣ୍ଟର ସହିତ ମୋବାଇଲ କ୍ୟୁଆର କୋଡ୍ ଜରିଆରେ କିଣାଯାଇ ପାରିବ।
୪ - ୧୧୩୭ କୋଟି ଟଙ୍କାର ବଜେଟ୍ ଏବଂ ଜର୍ମାନ ବ୍ୟାଙ୍କ କେଏଫଡବ୍ଲ୍ୟୁର ସହାୟତାରେ କୋଚିନ ସିପୟାର୍ଡ କୋଚି ଓ୍ଵାଟର ମେଟ୍ରୋ ପ୍ରକଳ୍ପ ନିର୍ମାଣ କରିଛି।
୫ -ଏହି ପ୍ରକଳ୍ପ ଆଠଟି ଇଲେକ୍ଟ୍ରିକ ହାଇବ୍ରିଡ ବୋଟ୍ ଜରିଆରେ ଆରମ୍ଭ ହେବ।