ଭିଜିଲାନ୍ସ ଜାଲରେ ରେଞ୍ଜର

ଭିଜିଲାନ୍ସ ଜାଲରେ ସରକାରୀ ବାବୁ : ରେଞ୍ଜର କାହ୍ନୁଚରଣ ପଟ୍ଟନାୟକଙ୍କ ଘରେ ରାତି ଅଧିଆ ଚଢାଉ

ଭିଜିଲାନ୍ସ ଜାଲରେ ରେଞ୍ଜର

ଦିଗପହଣ୍ଡି : ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଦିଗପହଣ୍ଡି ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକଙ୍କ ଘରେ ଚଢ଼ାଉ କରୁଛି ଭିଜିଲାନ୍ସ । ଘର, ଅଫିସରେ ଚାଲିଛି ରେଡ୍ । ବ୍ରହ୍ମପୁରର ୬ ଜଣିଆ ଟିମ୍ ଯାଞ୍ଚ କରୁଛନ୍ତି ।

ବିଳମ୍ବିତ ରାତିରେ ଦିଗହପଣ୍ଡି କାର୍ଯ୍ୟାଳୟରୁ ଘରକୁ ଫେରୁଥିବା ବେଳେ ଗଣିଆନାଳ ଛକରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଗାଡ଼ିରୁ ନଗଦ ଟଙ୍କା ଏବଂ ସରକାରୀ ବାସଭବନରୁ ଟଙ୍କା ଜବତ ହୋଇଛି । ଗତକାଲି ରାତିରେ ଦିଗପହଣ୍ଡି କାର୍ଯ୍ୟାଳୟ, ସରକାରୀ ବାସଭବନରେ ଯାଞ୍ଚ କରାଯାଇଥିଲା । ଆଜି ବ୍ରହ୍ମପୁର ତୁଳସୀ ନଗର ୭ ଲାଇନରେ ଚଢ଼ାଉ କରାଯାଉଥିବା ସୂଚନା ରହିଛି ।