ବଜେଟ ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ
ଯାଞ୍ଚ କଲେ ଖୋଦ୍ ଡିଜିପି, ସମସ୍ତ ପ୍ରବେଶ ପଥ ଓ ଚତୁଃ ପାର୍ଶ୍ଵ ଉପରେ ନଜର

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ବିଧାନସଭାର ବଜେଟ ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯାଇଛି। ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୋଲିସ ଡିଜି ସୁନୀଲ ବଂଶଲଙ୍କ ସହ ପୋଲିସ କମିଶନର, ଭୁବନେଶ୍ବର ଡିସିପି, ଗୁଇନ୍ଦା ବିଭାଗ ଓ ଆଇନଶୃଙ୍ଖଳାର ବରିଷ୍ଠ ଅଧିକାରୀ ସୁରକ୍ଷାର ଯାଞ୍ଚ କରିଛନ୍ତି। ମଙ୍ଗଳବାର ବିଧାନସଭା ବଜେଟ ଅଧିବେଶନ ବସିବ।
ବିଧାନସଭା ଏବଂ ଏହାର ଆଖପାଖ ଅଞ୍ଚଳକୁ ସୁରକ୍ଷା ରଖିବା ପାଇଁ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ। ଡିସିପିଙ୍କ ନେତୃତ୍ୱରେ ୧୦ ଅତିରିକ୍ତ ଡିସିପି, ୧୧ ସିପି, ୧୩ ଇନ୍ସପେକ୍ଟର, ୨୦୦ କନଷ୍ଟେବଳ ନିୟୋଜିତ ହେବେ।