କଂଗ୍ରେସ ଏକୁଟିଆ ମୋଦି ସରକାରଙ୍କ ସାମ୍ନା କରିପାରିବ ନାହିଁ : ଭେନୁଗୋପାଲ…

ନୂଆଦିଲ୍ଲୀ,୨୦।୨ : କଂଗ୍ରେସ ପ୍ରଥମ ଥର ପାଇଁ ସ୍ବୀକାର କରିଛି ଯେ ୨୦୨୪ ସାଧାରଣ ନିର୍ବାଚନରେ ଏକୁଟିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ସାମ୍ନା କରିବା ଦଳ ପାଇଁ କଷ୍ଟସାଧ୍ୟ ହେବ। ଭାଜପା ବିରୋଧରେ ବିରୋଧୀଙ୍କ ଏକତାକୁ ସୂଚାଇ ସେ କହିଛନ୍ତି ଯେ ଲୋକସଭା ନିର୍ବାଚନରେ କେବଳ ଏକାକୀ କଂଗ୍ରେସ ଏହି ସରକାର ସହ ଲଢ଼ିପାରିବ ନାହିଁ।
ତାଛଡା ରାହୁଲ ଗାନ୍ଧୀ ଙ୍କ ଭାରତ ଯୋଡ ଯାତ୍ରା କୁ ଅଦ୍ଭୁତ ପୂର୍ବ ସଫଳତା ମିଳିଛି, କିନ୍ତୁ ଭୋଟ୍ ବ୍ୟାଙ୍କ ବୃଦ୍ଧି ହେବାରେ ସେପରି କିଛି ସଫଳତା ହାସଲ ହୋଇ ପାରିବ ବୋଲି ସୁଚନା ମିଳୁନାହିଁ। ତଥାପି ଦେଶବ୍ୟାପୀ କଂଗ୍ରେସ କର୍ମୀ ଙ୍କ ମନରେ ଉତ୍ସାହ ଉଦ୍ଦୀପନା ଲାଗି ରହିଛି ଏବଂ ୨୦୨୪ ରେ ଆଶାତୀତ ସଫଳତା ପାଇଁ ସମସ୍ତ ପ୍ରକାର ରଣନିତୀ ଜାରି ରହିଛି ବୋଲି ବେଣୁଗୋପାଳ କହିଛନ୍ତି।