ବରିଷ୍ଠ ପ୍ରଶାସକ ସଂଗ୍ରାମ ମହାପାତ୍ରଙ୍କ ଲିଖିତ “ଜନ୍ମଭୂମିର ଯୋଦ୍ଧାମାନେ”ପୁସ୍ତକ ଉନ୍ମୋଚିତ

ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ସଂଗ୍ରାମ ମହାପାତ୍ରଙ୍କ ଲିଖିତ “ଜନ୍ମଭୂମିର ଯୋଦ୍ଧାମାନେ”ପୁସ୍ତକ ଉନ୍ମୋଚିତ

ବରିଷ୍ଠ ପ୍ରଶାସକ ସଂଗ୍ରାମ ମହାପାତ୍ରଙ୍କ ଲିଖିତ “ଜନ୍ମଭୂମିର ଯୋଦ୍ଧାମାନେ”ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ଆଧୁନିକ ଓଡିଆ କଥା ସାହିତ୍ୟର ଯଶସ୍ୱୀ ସ୍ରଷ୍ଟା, ଗଳ୍ପ, ଉପନ୍ୟାସ ଓ ପ୍ରବନ୍ଧ ରଚନା କ୍ଷେତ୍ରରେ ନିଜର ପ୍ରତିଭାର ପରିସ୍ଫୁଟନ କରିପାରିଥିବା ସାରସ୍ୱତ ସାଧକ ତଥା ଓଡିଶା ରାଜ୍ୟ ପ୍ରଶାସନରେ କାର୍ୟ୍ୟରତ ବରିଷ୍ଠ ପ୍ରଶାସନିକ ଅଧିକାରୀ ସଂଗ୍ରାମ ମହାପାତ୍ରଙ୍କ ଲିଖିତ ‘ଜନ୍ମଭୂମିର ଯୋଦ୍ଧାମାନେ’ ପୁସ୍ତକର ପ୍ରଥମ ଖଣ୍ତ ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଏହି ସମୟରେ ଶ୍ରୀ ମହାପାତ୍ରଙ୍କ ସହଧର୍ମିଣୀ ଶ୍ରୀମତୀ ଧରିତ୍ରୀ ମହାପାତ୍ର ଉପସ୍ଥିତ ଥିଲେ।

ସୂଚନା ଯୋଗ୍ୟ ଯେ ଶ୍ରୀ ମହାପାତ୍ରଙ୍କ ଦ୍ୱାରା ଲିଖିତ ଏବଂ ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ, ବିନୋଦ ବିହାରୀ,କଟକ ଙ୍କ ଦ୍ୱାରା ପ୍ରକାଶିତ ଏହି ପୁସ୍ତକରେ ଖାରବେଳ, କପିଳେନ୍ଦ୍ର ଦେବ, ପୁରୁଷୋତ୍ତମ ଦେବଙ୍କ ଠାରୁ ଆରମ୍ଭ କରି ବକ୍ସି ଜଗବନ୍ଧୁ, ସୁରେନ୍ଦ୍ର ସାଏ, ଉତ୍କଳଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ ଓ ବିଜୁ ପଟ୍ଟନାୟକ ଆଦିଙ୍କ ଜୀବନୀ ଓ ଘଟଣାମାନ ଉଲ୍ଲିଖିତ। ଦୁଇ ହଜାର ବର୍ଷର ଇତିହାସ ମଧ୍ୟରେ ଓଡିଶା ଭୂଖଣ୍ଡକୁ ଅନ୍ତର୍ଜାତୀୟ ସ୍ତରରେ ପରିଚୟ ସୃଷ୍ଟି କରାଇବାରେ ଯେଉଁମାନଙ୍କର ଉଲ୍ଲେଖନୀୟ ଯୋଗଦାନ ରହିଥିଲା, ସେହିସବୁ ମହାପୁରୁଷଙ୍କର ଜୀବନୀ ଓ ସଂପର୍କିତ ଘଟଣାବଳୀକୁ ନେଇ ଏହି ପୁସ୍ତକ ଲିଖିତ ଆକାରରେ ପ୍ରକାଶ ପାଇଛି। ତେବେ ଶ୍ରୀଯୁକ୍ତ ମହାପାତ୍ର ବରିଷ୍ଠ ସୁ ପ୍ରଶାସକ ଭାବେ ବେଶ୍ ଲୋକପ୍ରିୟତା ଅର୍ଜନ କରିବା ପରେ ନିଜର ବ୍ୟସ୍ତ ବହୁଳ ଜୀବନ ମଧ୍ୟରୁ ଓଡ଼ିଶା ର ବରପୁତ୍ର ମାନଙ୍କ ପାଇଁ କିଛି ସମୟ ଦେଇ ଏ ଯେଉଁ ପୁସ୍ତକ ରଚନା କରିଛନ୍ତି ତାହା ନିଶ୍ଚିନ୍ତ ଭାବରେ ଲୋକାଦୃତ ହେବ ବୋଲି ଆଶା ରଖିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ୨୦୨୨ ମସିହା ଫେବୃଆରୀ ମାସରେ ତତ୍କାଳୀନ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ଙ୍କ କର କମଳରେ ଶ୍ରୀଯୁକ୍ତ ସଂଗ୍ରାମ ମହାପାତ୍ରଙ୍କ ଲିଖିତ "ଗାଁ ରେ ସେହି ସବୁଦିନ" ଏକ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଯାହାକି ଉକ୍ତ ପୁସ୍ତକରେ ଉଚ୍ଚ କୋଟିର ଲେଖନୀ ଶୈଳୀ ପାଠକ ଙ୍କ ମହଲରେ ବେଶ୍ ଆଦୃତ ହୋଇଥିଲା। ଲେଖକ ଙ୍କ ର ପରିକଳ୍ପନା ଓ ତାକୁ କଲମ ମୁନରେ ବର୍ଣ୍ଣନା କରି ଏକ  ବାସ୍ତବ ଚିତ୍ର ରେ ପରିଣତ କରାଇବା ନିଶ୍ଚିନ୍ତ ଏକ ଯୁଗାନ୍ତକାରୀ ପଦକ୍ଷେପ ।

ତେବେ ଏଠାରେ ସୁଚନା ଯୋଗ୍ୟ ଯେ ଜଣେ ସୁ ଦକ୍ଷ ପ୍ରଶାସନିକ ଅଧିକାରୀ ଅତୀତରେ ଗାୟକ ଭାବରେ ଜନମାନସରେ ପ୍ରଶଂସା ସାଉଁଟିଥିବା ବେଳେ ବର୍ତ୍ତମାନ ସମୟରେ ଏକ ଲେଖକ ଭାବରେ ଆଉ ଏକ ପ୍ରତିଭା କୁ ଜନ୍ମ ଦେବା ନିଶ୍ଚିନ୍ତ ଏକ ବିରଳ ପ୍ରତିଭାର ଅଧିକାରୀ ହେବା ସହ ଏକାଧିକ ପରିଚୟ ସୃଷ୍ଟି କରିବାକୁ ଯାଉଛନ୍ତି। ଯାହାକି ଆଗାମୀ ପିଢ଼ି ପାଇଁ ଉଦାହରଣ ତଥା ନିଜର ଜନ୍ମଭୂମି ର ଏକ ଅନନ୍ୟ ବ୍ୟକ୍ତିତ୍ଵ ଭାବରେ ଉଭା ହେବେ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। 

ଏହି ଅମ୍ଳାନ ବ୍ୟକ୍ତିତ୍ଵ ଙ୍କ ପ୍ରତି ଆମ ଓଡ଼ିଶା ନିୟୁଜ୍ ମେକର୍ସ ଗ୍ରୁପ୍ ପକ୍ଷରୁ ଶ୍ରୀଯୁକ୍ତ ମହାପାତ୍ର ଙ୍କ ଉତ୍ତରୋତ୍ତର ଉନ୍ନତି ହେବା ସହ ତାଙ୍କର ଦୀର୍ଘ ନିରୋଗମୟ ଜୀବନ କାମନା କରି ଶ୍ରୀଯୁକ୍ତ ମହାପାତ୍ର ଙ୍କ ଚଲାପଥ କୁ ସଦାସର୍ବଦା ଜଗତରନାଥ ଜଗନ୍ନାଥ କୁସୁମିତ କରି ରଖନ୍ତୁ ଏହାହିଁ ଆମର ପ୍ରାର୍ଥନା।