ପୁରୀରେ ଲୁଚିଥିଲା ଗୁଡ୍ଡୁ ମୁସଲିମ୍‌

ଉମେଶ ପାଲ୍‌ ହତ୍ୟାକାଣ୍ଡରେ ଫେରାର ଥିବା ବୋମା ତିଆରିରେ ମାହିର ଗୁଡ୍ଡୁ ମୁସଲିମ୍‌ର ଲାଷ୍ଟ୍‌ ଲୋକେସନ୍‌ ଓଡ଼ିଶାରେ ଟ୍ରେସ୍‌ ହୋଇଥିଲା।

ପୁରୀରେ ଲୁଚିଥିଲା ଗୁଡ୍ଡୁ ମୁସଲିମ୍‌

ଉମେଶ ପାଲ୍‌ ହତ୍ୟା ମାମଲାରେ ଫେରାର ଥିବା ଉତ୍ତର ପ୍ରଦେଶର ଦୁର୍ଦ୍ଦାନ୍ତ ଅପରାଧୀ ଗୁଡ୍ଡୁ ମୁସଲିମ୍‌ର ଲାଷ୍ଟ୍‌ ଲୋକେସନ୍‌ ଓଡ଼ିଶାରେ ଟ୍ରେସ୍‌ ହୋଇଥିଲା। ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। କୁହାଯାଉଛି ଯେ, ବୋମା ତିଆରିରେ ମାହିର ଗୁଡ୍ଡୁ ମୁସଲିମ୍‌ ଓଡ଼ିଶାର ପୁରୀ ରେ ଲୁଚିଥିଲା ଓ ଶେଷ ଲୋକେସନ ପୁରୀରୁ ହିଁ ମିଳିଥିଲା। ଶେଷ ଥର ପାଇଁ ଉତ୍ତରପ୍ରଦେଶ ଏସଟିଏଫ୍ ଗୁଡ୍ଡୁକୁ ପୁରୀରେ ଟ୍ରାକ୍ କରିଥିଲା। ଏମିତି କିଛି ଖବର ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।