ଖୋଲିବ ରତ୍ନଭଣ୍ଡାର
ଆଗାମୀ ୨୦୨୪ ରଥଯାତ୍ରାରେ ଖୋଲିବ ରତ୍ନଭଣ୍ଡାର

ଖୋଲିବ ରତ୍ନ ଭଣ୍ଡାର । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସୁପାରିଶ କରାଗଲା । ଆଗାମୀ ୨୦୨୪ ରଥଯାତ୍ରାରେ ଖୋଲିବ ରତ୍ନଭଣ୍ଡାର । ଏଏସ୍ଆଇଙ୍କ ତତ୍ୱାବଧାନରେ ଅନୁଧ୍ୟାନ କରାଯିବ । ରତ୍ନ ଭଣ୍ଡାର ଖୋଲିବା ପାଇଁ ବୈଠକ ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସୂଚନା । ସୂଚନାଯୋଗ୍ୟଯେ, ଭିତର ରତ୍ନଭଣ୍ଡାର ଖୋଲିବା ନେଇ ବିଭିନ୍ନ ମହଲରେ ଦାବି ହୋଇ ଆସୁଥିଲା । ଏନେଇ ହାଇକୋର୍ଟରେ ବି ମାମଲା ହୋଇଥିଲା । ବିରୋଧୀ ଦଳ ପକ୍ଷରୁ ମଧ୍ୟ ରତ୍ନଭଣ୍ଡାର ଖୋଲିବା ପାଇଁ ଦାବି ହେଉଛି । ରତ୍ନଭଣ୍ଡାରରେ କେତେ ଧନ ସୁରକ୍ଷିତ ରହିଛି ତାହା ଜାଣିବାକୁ ସାଧାରଣରେ ବି ଆଗ୍ରହ ପରିଲକ୍ଷିତ ହେଉଛି । ଶ୍ରୀମନ୍ଦିର ପ୍ରଶାସନର ଏଭଳି ନିଷ୍ପତି ଫଳରେ ରତ୍ନଭଣ୍ଡାର ଖୋଲିବା ନିଶ୍ଚିତ ହୋଇଯାଇଛି । ତେବେ ଆଇନ ବିଭାଗ କି ନିଷ୍ପତି ନେଉଛି ତାହା ଉପରେ ନଜର ରହିଛି ।