ନୂଆବର୍ଷରୁ ଶ୍ରୀମନ୍ଦିରରେ ନୂଆ ନିୟମ

ନୂଆବର୍ଷରୁ ପୁରୀ ଶ୍ରୀମନ୍ଦିରରେ ଲାଗୁ ହେବ ନୂଆ ନିୟମ ।

ନୂଆବର୍ଷରୁ ଶ୍ରୀମନ୍ଦିରରେ ନୂଆ ନିୟମ

ନୂଆବର୍ଷରୁ ପୁରୀ ଶ୍ରୀମନ୍ଦିରରେ ଲାଗୁ ହେବ ନୂଆ ନିୟମ । ବିଶେଷ କରି ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ଉପରେ ଗୁରୁତ୍ଵ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ଡ଼ିସେମ୍ବର ୩୧ ରାତି ୧୧ଟାରେ ହେବ ମହାପ୍ରଭୁଙ୍କ ପହୁଡ । ରାତି ଗୋଟାଏରୁ ଆରମ୍ଭ ହେବ ଦର୍ଶନ । ନୂଆବର୍ଷରୁ ଶ୍ରୀମନ୍ଦିରରେ ପ୍ଲାଷ୍ଟିକ, ପଲିଥିନ ଓ ପାନ, ଗୁଟଖା ସମ୍ପୂର୍ଣ୍ଣ ନିଷେଧ ।

ଶାଳିନତା ପୂର୍ଣ୍ଣ ପୋଷାକ ପିନ୍ଧି ଶ୍ରୀମନ୍ଦିର ଆସିବାକୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେପଟେ ନୂଆବର୍ଷରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ପୁରୀରେ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ। ମାର୍କେଟ ଛକ ଠାରୁ ଶ୍ରୀମନ୍ଦିର ସିଂହଦ୍ଵାର ନିକଟ ପର୍ଯ୍ୟନ୍ତ ହୋଇଥିବା ସମସ୍ତ ବ୍ୟବସ୍ଥାର ମଧ୍ୟ କରୁଛନ୍ତି ଅନୁଧ୍ୟାନ । ଆଇଜିଙ୍କ ସହ ଏସପି କନୱର ବିଶାଳ ସିଂଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ ।