ଫେରିଗଲା ଜାହାଜ ପାଇଓନିଅର ଗ୍ଲୋରି
ଚତୁର୍ଥ ଦିନରେ ଫେରିଲା, ହାତ ଟେକିଦେଲା ଶକ୍ତି ସିପିଙ୍ଗ୍, ହୋଇ ପାରିଲା ନାହିଁ କଳା କାରନାମା

ଶେଷ କୁ ବହୁ କସରତ ମସକତ ପରେ ମିଠା ବାଲି ନେବା ପାଇଁ ଆସିଥିବା ଜାହାଜ ପାଇଓନିଅର ଗ୍ଲୋରି ଫେରିଯିବା କୁ ବାଧ୍ୟ ହୋଇଛି। ଏନେଇ ବିଦ୍ଧିବଦ୍ଧ ଭାବେ କେହି ଘୋଷଣା କରିନଥିଲେ ମଧ୍ୟ ସେହି ଅଦୃଶ୍ୟ ଶକ୍ତି ବଳରେ ଜଣାପଡିଛି ଯେ ଆଙ୍କରେଜ ଏରିଆ ରେ ଛିଡ଼ା ହୋଇ ଥିବା ଜାହାଜ ପାଇଓନିଅର ଗ୍ଲୋରି କୁ ଫେରି ଯିବାକୁ ବାଧ୍ୟ ହୋଇଛି । ବିଗତ ୫ଦିନ ଧରି ଯଦି ବନ୍ଦର ଡିଟିଆର୍ ରିପୋର୍ଟ କୁ ଲକ୍ଷ କରାଯାଏ ତାହେଲେ ଦେଖିବାକୁ ମିଳିବ ଯେ
୧୧ ତାରିଖରେ ନାମ ଓ ନିଶାନ ନାହିଁ
୧୨ ତାରିଖରେ ହଠାତ୍ ଆବିର୍ଭାବ ହୋଇ ବର୍ଥିଂ ହୋଇଥାନ୍ତା,
୧୩ ତାରିଖରେ ନଟ୍ ରେଡି ସେଗମେଣ୍ଟ୍ ରେ ପଞ୍ଚମ ସ୍ଥାନରେ ରହିଲା,
୧୪ ତାରିଖରେ ନଟ୍ ରେଡି ସେଗମେଣ୍ଟ୍ ରେ ତୃତୀୟ ସ୍ଥାନରେ ରହିଲା,
୧୫ ତାରିଖରେ ନଟ୍ ରେଡି ସେଗମେଣ୍ଟ୍ ରେ ଦ୍ବିତୀୟ ସ୍ଥାନରେ ରହିଲା,
୧୬ ତାରିଖ ରେ ( ଗାଏବ୍ ) ମାନେ ଆଉ ଦେଖିବାକୁ ମିଳିବ ନାହିଁ
????????????XXXXXX??????????????
କାହିଁକି ନା ପାଇଓନିଅର ଗ୍ଲୋରି ଜାହାଜ ର ମାଲିକ ତାର ଜାହାଜ କୁ ଫେରାଇ ନେଇଛି।
ତେବେ ୧୫ ତାରିଖ ଦିନ ଦିନ ୧୧ଟା ବେ ଜାହାଜ ମାଲିକାନା ସଂସ୍ଥା ବିଦ୍ଧିବଦ୍ଧ ଭାବେ ମେଲ୍ ଯୋଗେ ଜଣାଇଥିଲା ଯେ ୩ଦିନ ହେବ ତାଙ୍କ ଜାହାଜ ପାଇଓନିଅର ଗ୍ଲୋରି କଣ ପାଇଁ ଆଙ୍କରେଜ ଏରିଆ ରେ ଛିଡ଼ା ହୋଇଛି ଯେଉଁଥିରେ ଉତ୍ତର ମିଳିଥିଲା ଏକ୍ସପୋର୍ଟର ଶକ୍ତି ସିପିଙ୍ଗ୍ ପ୍ରସ୍ତୁତ ନାହିଁ ମିଠା ବାଲି ଲୋଡ୍ କରିବା ପାଇଁ ଯେଉଁଥି ପାଇଁ ଜାହାଜ ବନ୍ଦର ମଧ୍ୟ କୁ ପ୍ରବେଶ ନ କରି ଆଙ୍କରେଜ ଏରିଆ ରେ ଛିଡ଼ା ହୋଇ ରହିଛି। ଖାଲି ସେତିକି ନୁହେଁ ପରେ ଏହା ମଧ୍ୟ ଜଣା ପଡିଥିଲା ଯେ ଶକ୍ତି ସିପିଙ୍ଗ୍ ର ପାରାଦୀପ ନିଷିଦ୍ଧାଞ୍ଚଳ ମଧ୍ୟ ରେ କୌଣସି ପ୍ଲଟ୍ ନାହିଁ କି ବାଲି ମଧ୍ୟ ଟ୍ରାନ୍ସପୋର୍ଟିଂ ହୋଇ କି ଆସିନାହିଁ କେବଳ ୧୦ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲାପାଳଙ୍କ ଅନୁମତି ପତ୍ର ମିଳିଛି ତାହା ପୁଣି କେବଳ ଟ୍ରାନ୍ସପୋର୍ଟିଂ ଉଦ୍ଦେଶ୍ୟରେ ଏକ୍ସପୋର୍ଟ ପାଇଁ ନୁହେଁ ଯାହାକି ପରବର୍ତ୍ତୀ ପର୍ଯ୍ୟାୟରେ ପୁଣି ଏକ ପତ୍ର ରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପାରାଦୀପ ବନ୍ଦର ଅଧ୍ୟକ୍ଷ ଙ୍କୁ ପତ୍ର ଲେଖି ସ୍ପଷ୍ଟୀକରଣ ଦେଇଛି। ତେବେ ଏନେଇ ଜାହାଜ ମାଲିକ ଏହି ସମସ୍ୟା କେବେ ସମାଧାନ ହେବ ଏବଂ ତାଙ୍କ ଜାହାଜ କେବେ ଲୋଡ୍ ହେବ ସେନେଇ ଜାଣିବାକୁ ଚାହିଁବାରୁ ତାଙ୍କୁ କୌଣସି ସନ୍ତୋଷ ଜନକ ଉତ୍ତର ମିଳି ନଥିଲା ଫଳରେ ଆଜି ଅର୍ଥାତ୍ ୧୫ ତାରିଖ ରେ ଜାହାଜ ପାରାଦୀପ ବନ୍ଦର ରୁ ଫେରାଇ ନେବାକୁ ଜାହାଜ କ୍ୟାପଟେନ କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ ଫଳରେ ଜାହାଜ କ୍ୟାପଟେନ ଜାହାଜ କୁ ଫେରାଇ ନେବାକୁ ବାଧ୍ୟ ହୋଇଥିଲେ। ତେବେ ଏହା ହେବା ଦ୍ବାରା ପାରାଦୀପରେ ମିଠା ବାଲି କୁ ହେବାକୁ ଥିବା ବଡ଼ ଡିଲ୍ ରୋକା ଯାଇ ପାରିବା ସହ ବଡ କଳା କାରନାମା ର ଫସର ଫାଟି ଯାଇଛି। ତେବେ ବିଗତ ତିନି ଦିନ ଧରି ଶକ୍ତି ସିପିଙ୍ଗ୍ ପ୍ରାଣମୁର୍ଚ୍ଛା ଉଦ୍ୟମ କରି ଶେଷରେ ହାତ ଟେକି ଦେଇଥିବାର ଜଣାପଡିଛି। ଏନେଇ କେହି କିଛି କହୁନଥିବା ବେଳେ ଜାହାଜ ମାଲିକ ଙ୍କ କଡ଼ା ନିର୍ଦ୍ଦେଶ ସମସ୍ତ ଙ୍କ ର ନିଦ ହଜେଇ ଦେଇଛି। ୩ଦିନର ସିପିଂ ଡାମେରେଜ୍ ଶକ୍ତି ସିପିଙ୍ଗ୍ ଭରଣା କରିବ ବୋଲି ମାଲିକନା ସଂସ୍ଥା ପକ୍ଷରୁ ଜଣାପଡିଛି। ତେବେ ଏତେ ବଡ଼ ଦୁଃସାହସ କିଏ କରିଥିଲା ଓ ଏଥିପାଇଁ ଦାୟୀ କାହାକୁ କରାଯିବ ସେନେଇ ଖୋଳତାଡ଼ ଚାଲିଥିବା ବେଳେ ପାରାଦୀପ ବନ୍ଦର ରେ ଥିବା ଅନ୍ୟ ବ୍ୟବହାର କାରୀ ସଂସ୍ଥା ମାନଙ୍କ ପାଇଁ ଏହା ଏକ ଶିକ୍ଷା ବୋଲି ସାଧାରଣରେ ଆଲୋଚନା ହେଉଛି।