ଟ୍ରମ୍ପଙ୍କୁ ଗୁଳିମାଡ ଘଟଣା, ଉଦ୍‌ବେଗ ପ୍ରକାଶ କଲେ ମୋଦି

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳିମାଡ ଘଟଣା। ଏହି ଘଟଣାକୁ ନେଇ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉଦ୍ବେଗ ପ୍ରକାଶ କରିଛନ୍ତି

ଟ୍ରମ୍ପଙ୍କୁ ଗୁଳିମାଡ ଘଟଣା, ଉଦ୍‌ବେଗ ପ୍ରକାଶ କଲେ ମୋଦି

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳିମାଡ ଘଟଣା। ଏହି ଘଟଣାକୁ ନେଇ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉଦ୍ବେଗ ପ୍ରକାଶ କରିଛନ୍ତି। ଏନେଇ ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ଏହି ଆକ୍ରମଣକୁ ନେଇ ଉଦ୍ବେଗ ପ୍ରକାଶ କରିବା ସହ ନିନ୍ଦା ମଧ୍ୟ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, 'ମୋର ବନ୍ଧୁ ତଥା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇଥିବା ଆକ୍ରମଣ ମୋତେ ଗଭୀର ଭାବେ ଚିନ୍ତିତ କରିଛି। ମୁଁ ଏହି ଘଟଣାକୁ ଦୃଢ଼ ନିନ୍ଦା କରୁଛି। ରାଜନୀତିରେ ଏବଂ ଗଣତନ୍ତ୍ରରେ ହିଂସା କୌଣସି ସ୍ଥାନ ନାହିଁ। ମୁଁ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛି। ମୃତ ଓ ଆହତଙ୍କ ପରିବାର ସହିତ ଆମର ସମବେଦନା ଏବଂ ପ୍ରାର୍ଥନା ରହିଛି ବୋଲି ମୋଦୀ କହିଛନ୍ତି।'

ପ୍ରକାଶ ଥାଉକି, ପେନସିଲଭେନିଆର ବଟଲରରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ ହୋଇଥିଲା । ପେନ୍ସିଲଭେନିଆରେ ଏକ ରାଲିରେ ଜନତାଙ୍କୁ ସମ୍ବୋଧନ କରୁଥିବା ସମୟରେ ଗୁଳିମାଡ ହୋଇଥିଲା। ଫଳରେ ଟ୍ରମ୍ପ ଆହତ ହୋଇଥିବା ବେଳେ ତାଙ୍କର ଡାହାଣ କାନରେ ଗୁଳି ବାଜିଥିଲା । ଏନେଇ ତାଙ୍କୁ ଡାକ୍ତରଖାନା ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ସେହିପରି ଏହି ଗୁଳିମାଡ଼ ଘଟଣାରେ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅନ୍ୟପକ୍ଷରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ଆକ୍ରମଣକାରୀଙ୍କ ମୃତ୍ୟୁ ଘଟିଛି।