ମିଆଁମାରରେ ମୋକା ତାଣ୍ଡବ
ସାମୁଦ୍ରିକ ବାତ୍ୟା ମୋକା ବାଂଲାଦେଶ ଏବଂ ଉତ୍ତର ମିଆଁମାରରେ ଲ୍ୟାଣ୍ଡଫଲ କରିବା ପରେ ତାଣ୍ଡବ ରଚିଛି ।

ସାମୁଦ୍ରିକ ବାତ୍ୟା ମୋକା ବାଂଲାଦେଶ ଏବଂ ଉତ୍ତର ମିଆଁମାରରେ ଲ୍ୟାଣ୍ଡଫଲ କରିବା ପରେ ତାଣ୍ଡବ ରଚିଛି । ପ୍ରବଳ ବର୍ଷା ଓ ପବନ ଯୋଗୁଁ ଏହି ଦୁଇ ଦେଶ ଗଭୀର ଭାବେ ପ୍ରଭାବିତ ହୋଇଛି । ମିଆଁମାରରେ ଭୁସ୍ଖଳ ହେବାରୁ 2ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗଛ ପଡିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ।
ବାତ୍ୟା ମୋକାର ଲ୍ୟାଣ୍ଡଫଲ ପରେ ମିଆଁମାର ପୋର୍ଟ ସହର ସିଟଓ୍ବେରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବହୁ ସ୍ଥାନ ଜଳବନ୍ଦୀ ହୋଇ ରହିଥିବା ବେଳେ ପବନ ଯୋଗୁଁ ବହୁ ଘର କ୍ଷତିଗ୍ରସ୍ତ ହୋଇଛି । ମୋବାଇଲ ଟାଓ୍ବାର ଖୁଣ୍ଟି ଭାଙ୍ଗିଯାଇଥିବାରୁ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଛି ।