ବିଜେପିକୁ ଅମରଙ୍କ ପ୍ରଶଂସା
ବିଜେପି ସରକାରର ଏହି ପଦକ୍ଷେପକୁ ପ୍ରଂଶସା କରିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଅମର ଶତପଥୀ

ବିଜେପି ସରକାରର ଏହି ପଦକ୍ଷେପକୁ ପ୍ରଂଶସା କରିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଅମର ଶତପଥୀ । ସେ କହିଛନ୍ତି, ରତ୍ନଭଣ୍ଡାର ଖୋଲିବା ପାଇଁ ସାରା ବିଶ୍ୱର ଜଗନ୍ନାଥ ପ୍ରେମୀ ଚାହିଁ ରହିଥିଲେ । ରତ୍ନଭଣ୍ଡାର ଉପରେ ଯେଉଁ ପ୍ରହେଳିକା ଥିଲା, ତାହା ମଧ୍ୟ ଦୂର ହେବ । ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ଅମର ଶତପଥୀ । ଖାଲି ସେତିକି ନୁହେଁ, ବିଜେପି ସରକାରକୁ ପ୍ରଂଶସା କରି ସେ କହିଛନ୍ତି, ବିଜେପିର ଏହା ନିର୍ବାଚନ ପ୍ରତିଶ୍ରୁତି ଥିଲା । ତାହା ସେମାନେ ପାଳନ କରିଛନ୍ତି । ତେବେ ଚାବି କେଉଁଠି ଥିଲା ତାର ରିପୋର୍ଟ ସାର୍ବଜନୀନ ହେବା ଦରକାର ବୋଲି ସେ କହିଛନ୍ତି । ଏଥିସହ ଯିଏ ଦୋଷ କରିଥିବ ତା ଉପରେ କାର୍ୟ୍ୟାନୁଷ୍ଠାନ ହେବା ଉଚିତ୍ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ।