ଜଗତସିଂହପୁରର ୪ ନିର୍ବାଚନମଣ୍ଡଳୀ ପାଇଁ ୯୯ କୋଟି ମଞ୍ଜୁର
ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ୟ୍ୟକ୍ରମର ପଞ୍ଚମ ଦିନରେ ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି

ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ୟ୍ୟକ୍ରମର ପଞ୍ଚମ ଦିନରେ ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା । ଏଥିପାଇଁ ଜଗତସିଂହପୁର ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀ ପାଇଁ ୯୯ କୋଟି ଟଙ୍କା ମଂଜୁର ହୋଇଛି। ଏହିସବୁ ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ପାରାଦୀପ, ତିର୍ତ୍ତୋଲ, ବାଲିକୁଦା-ଏରସମା ଓ ଜଗତସିଂହପୁର। ଏଥିରେ ୮ଟି ବ୍ଲକ୍ର ୧୯୮ଟି ଗ୍ରାମପଞ୍ଚାୟତରେ ୨୯୨୨ ଟି ପ୍ରକଳ୍ପ କରାଯିବ। ଏହି କାର୍ୟ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି । ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତାର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା ।
ଜଗତସିଂହପୁର ଜିଲ୍ଲାର ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ୧୫ଟି ଶିକ୍ଷାନୁଷ୍ଠାନ ପାଇଁ ୧୦ କୋଟି ଓ ୯୧ଟି ଧାର୍ମିକ ଅନୁଷ୍ଠାନ ରୂପାନ୍ତର ପାଇଁ ୪ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହାସହିତ ସ୍ବାମୀ ବିବେକାନନ୍ଦ କଲେଜ, ସ୍ବାମୀ ବିବେକାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗାଦିବ୍ରହ୍ମ ମହିଳା ମହାବିଦ୍ୟାଳୟ ଓ ମାଛଗାଁ ମୁଖ୍ୟ କେନାଲ ଉପରେ ଈକ୍ଟଙ୍ଘ ଉକ୍ଟଦ୍ଭୟଙ୍କସଗ୍ଧ ପ୍ରଭୃତି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ପାଇଁ ୩୧.୨୫ କୋଟି ଟଙ୍କା ମଂଜୁର କରାଯାଇଛି । ବାଲିକୁଦା ନିର୍ବାଚନ ମଣ୍ଡଳୀରେ ୭ଟି ପ୍ରମୁଖ ପ୍ରକଳ୍ପ ପାଇଁ ୪୯.୬୨ କୋଟି ଟଙ୍କା ମଂଜୁର କରାଯାଇଛି । ଏଥିରେ ଏରସମା କୁଞ୍ଜବିହାରୀ ମନ୍ଦିର, ବନ୍ଦର ପର୍ୟ୍ୟଟନ ପ୍ରକଳ୍ପ, ବାଲିକୁଦା ଡିଗ୍ରୀ କଲେଜ, ଶିଆଳୀ ବେଳାଭୂମୀର ଉନ୍ନତିକରଣ ଆଦି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ରହିଛି । ଏହାସହିତ ୭୬ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନର ଉନ୍ନତିକରଣ ପାଇଁ ୧୧.୫୨ କୋଟି ଟଙ୍କା ମଂଜୁର କରାଯାଇଛି । ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ୮ଟି ପ୍ରମୁଖ ପ୍ରକଳ୍ପ ପାଇଁ ୨୭.୪୫ କୋଟି ଟଙ୍କା ମଂଜୁର କରାଯାଇଛି । ଏଥିରେ ପଞ୍ଚଶଖା ଧ୍ୟାନପୀଠ, ଶ୍ରୀ ଶ୍ରୀ ଗୋରଖନାଥ ମନ୍ଦିର, ଧଲତାନଗଡ ଜୈବ ବିବିଧତା ପ୍ରକଳ୍ପ, ଆଦିକବି ସାରଳା ଦାସ ଡିଗ୍ରୀ କଲେଜ ଆଦି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ରହିଛି । ଏହାସହିତ ୧୨୧ଟି ଶିକ୍ଷାନୁଷ୍ଠାନ ଏବଂ ଧାର୍ମିକ ଅନୁଷ୍ଠାନ ପାଇଁ ୧୩.୨୫ କୋଟି ଟଙ୍କା ମଂଜୁର କରାଯାଇଛି । ପାରାଦୀପ ନିର୍ବାଚନମଣ୍ଡଳୀରେ ୪ଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ପାଇଁ ୪.୫୮ କୋଟି ଟଙ୍କା ମଂଜୁର କରାଯାଇଛି । ଏଥିରେ କୁଜଙ୍ଗ ଡିଗ୍ରୀ କଲେଜ, ପାରାଦୀପ ଡିଗ୍ରୀ କଲେଜ, ତାଳଦଣ୍ଡା କେନାଲର ଉନ୍ନତିକରଣ ଆଦି ପ୍ରମୁଖ ପ୍ରକଳ୍ପ ରହିଛି । ସେହିପରି ୫୮ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୯.୫୦ କୋଟି ଟଙ୍କା ମଂଜୁର କରାଯାଇଛି । ଏହିପରି ୩୫ଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ପାଇଁ ସମୁଦାୟ ୧୬୧.୧୭ କୋଟି ଟଙ୍କା ମଂଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ ।କାର୍ୟ୍ୟକ୍ରମରେ ଉଭୟ ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।