ଅସୁସ୍ଥ ବାପାଙ୍କୁ ୩୫ କିମି ପର୍ଯ୍ୟନ୍ତ ଟ୍ରଲିରେ ବୋହିଲା ଝିଅ

ଅସୁସ୍ଥ ବାପାଙ୍କୁ ୩୫ କିମି ପର୍ଯ୍ୟନ୍ତ ଟ୍ରଲିରେ ବୋହିଲା ଝିଅ

ଅସୁସ୍ଥ ବାପାଙ୍କୁ ୩୫ କିମି ପର୍ଯ୍ୟନ୍ତ ଟ୍ରଲିରେ ବୋହିଲା ଝିଅ। ଗରିବୀ ପାଇଁ ଚିକିତ୍ସା କି ଗାଡ଼ି ସୁବିଧା ନପାଇ ଶେଷରେ ବାପାଙ୍କୁ ଟ୍ରଲିରେ ବୋହି ବୋହି ମେଡିକାଲ ନେଇଛି ନବାଳିକା ଝିଅ । ଭଦ୍ରକ ଧୁଷୁରୀ ନଦୀଗାଁର ୧୪ ବର୍ଷୀୟା ଝିଅ ନଦୀଗାଁରୁ ଧାମନଗର, ଏବଂ ସେଠାରୁ ଭଦ୍ରକ ମେଡିକାଲ ଆଣିଥିଲା । ଗତ ୨୨ ତାରିଖରେ ସଂଘବଦ୍ଧ ଆକ୍ରମଣରେ ଆହତ ହୋଇଥିଲେ ସମ୍ଭୁନାଥ ସେଠୀ।ସେହିଦିନ ତାଙ୍କୁ ଟ୍ରଲିରେ ଧରି ଧାମନଗର ହସ୍ପିଟାଲ ଆଣିଥିଲା ଝିଅ।

୨୩ରେ ଧାମନଗରରୁ ପୁଣି ଟ୍ରଲିରେ ବାପାଙ୍କୁ ଭଦ୍ରକ ମେଡିକାଲ ଆଣିଥିଲା। ଅପରେସନ ହେବ କହି ହସ୍ପିଟାଲ କର୍ତ୍ତୃପକ୍ଷ ଆଜି ଫେରାଇ ଦେଇଥିଲେ । ଭଦ୍ରକରୁ ୨ କିମି ଟ୍ରଲିରେ ଯିବା ପରେ ଗଣମାଧ୍ୟମ ପ୍ରତିନିଧି ବାପ-ଝିଅଙ୍କୁ ଅଟକାଇ ଘଟଣା ସମ୍ପର୍କରେ ବୁଝିଥିଲେ। ପରେ ଭଦ୍ରକ ବିଧାୟକ ଓ ଧାମନଗରର ପୂର୍ବତନ ବିଧାୟକ ହସ୍ତକ୍ଷେପ କରିଥିଲେ। ପରେ ଘଟଣା ଲୋକଲୋଚନକୁ ଆସିବା ପରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇ ଚିକିତ୍ସା ପାଇଁ ବ୍ୟବସ୍ଥା ହୋଇଛି ।