ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଭେଟିଲେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଙ୍କ ବାନ୍ଧବୀ ସୋମାଲିକା ଦାସ ।

ସବୁ ପ୍ରମାଣ ଥିବା ସତ୍ତ୍ୱେ ବିଧାୟକ ବିଜୟ ଶଙ୍କର ଶାସକ ଦଳରେ ଥିବାରୁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ସେ ଅଭିଯୋଗ କରିଛନ୍ତି ।

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଭେଟିଲେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଙ୍କ ବାନ୍ଧବୀ ସୋମାଲିକା ଦାସ ।

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଭେଟିଲେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଙ୍କ ବାନ୍ଧବୀ ସୋମାଲିକା ଦାସ । ଘଟଣାର ତଦନ୍ତ ଠିକ ଭାବେ ହେଉନଥିବା ଅଭିଯୋଗ କରିବା ସହ ବିଧାନସଭାରେ ପ୍ରସଙ୍ଗ ଉଠାଇବାକୁ ବିରୋଧୀ ଦଳ ନେତାଙ୍କ ନିକଟରେ ଦାବି ଜଣାଇଛନ୍ତି  ନିର୍ଯାତନାର ଶିକାର ହୋଇଥିବା ସୋମାଲିକା ଦାସ । ବିଜୟ ଶଙ୍କର ଓ ସୋମାଲିକାଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ବିବାଦ ଚାଲିଛି । ସୋମାଲିକା ନିଜକୁ ବିଜୟଶଙ୍କରଙ୍କ ପ୍ରେମିକା ଭାବେ ଦାବି କରିଆସୁଛନ୍ତି । ଏପରିକି ଉଭୟ ବିବାହ କରିବେ ବୋଲି ପ୍ରଥମେ ଚର୍ଚ୍ଚା ହୋଇଥିଲା । ଉଭୟଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ମଧ୍ୟ ଭାଇରଲ ହୋଇଥିଲା | ଦୁହିଁଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥାଇ ସୁଦ୍ଧା ସୋମିଲିକାଙ୍କୁ ବିବାହ କରିବାକୁ ଅମଙ୍ଗ ହୋଇଥିଲେ ବିଜୟ ଶଙ୍କର । ଏହାପରେ ଏହି ପ୍ରସଙ୍ଗ ଭିନ୍ନ ମୋଡ଼ ନେଇଥିଲା ଓ ଏହି ମାମଲା କୋର୍ଟରେ ପହଞ୍ଚିିଥିଲା । ।

ସବୁ ପ୍ରମାଣ ଥିବା ସତ୍ତ୍ୱେ ବିଧାୟକ ବିଜୟ ଶଙ୍କର ଶାସକ ଦଳରେ ଥିବାରୁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ସେ ଅଭିଯୋଗ କରିଛନ୍ତି । ଏତଲା ପାଇଁ ତାଙ୍କୁ ୯ ମାସ ଲାଗିଥିଲା  । ଏପରିକି ହାଇକୋର୍ଟଙ୍କ ନିର୍ଦ୍ଦେଶ ଜାରି କରିବାର ୨୧ ଦିନ ପରେ ବି ତାଙ୍କୁ ନ୍ୟାୟ ମିଳୁନଥିବା ସେ ଅଭିଯୋଗ କରିଛନ୍ତି । ନ୍ୟାୟ ପାଇବା ଆଶାରେ ସେ ବିରୋଧୀ ଦଳ ନେତାଙ୍କୁ ଭେଟି ଦୁଃଖ ଜଣାଇଥିବା କହିଛନ୍ତି ବିଜୟ ଶଙ୍କରଙ୍କ ବାନ୍ଧବୀ ସୋମାଲିକା ।