ମହେଶ୍ୱର ମହାନ୍ତି ପୁନଃ ସଭାପତି ମନୋନୀତ

ଜଗତସିଂହପୁର ଜ଼ିଲ୍ଲା ଫଟୋ ଭିଡିଓଗ୍ରାଫି ଟେଡର୍ସ ଆସୋସିଏସନର ସାଧାରଣ ପରିଷଦ ବୈଠକ

ମହେଶ୍ୱର ମହାନ୍ତି  ପୁନଃ ସଭାପତି ମନୋନୀତ

ଜଗତସିଂହପୁର -ତା ୦୩ .୦୧ .୨୦୧୩ ରିଖ ଜଗତସିଂହପୁର ଜ଼ିଲ୍ଲା ଫଟୋ ଭିଡିଓଗ୍ରାଫି ଟେଡର୍ସ ଆସୋସିଏସନର ସାଧାରଣ ପରିଷଦ ବୈଠକ ଓ ନବବର୍ଷ ପାଇଁ ବନ୍ଧୁ ମିଳନ ଉତ୍ସବ ପାରାଦୀପ ର ନେହୁର ବଙ୍ଗଳା ଠାରେ ଆସୋସିଏସନ ସଭାପତି ମହେଶ୍ୱର ମହାନ୍ତି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ,

ଏହି ବୈଠକରେ ଆଗାମୀ ବର୍ଷ ମାନଙ୍କ ପାଇଁ କାର୍ଯ୍ୟକ୍ରମ ଖସଡ଼ା ପ୍ରସ୍ତୁତ ହେବା  ସହ ସାମାଜିକ କାର୍ଯ୍ୟ ,ବାର୍ଷିକ ଉତ୍ସବ ,ଫୋଟୋ କର୍ମଶାଳା ,ଆଦି କାର୍ଯ୍ୟକ୍ରମ ମାନ କରାଯିବା ପାଇଁ  ସ୍ଥିର କରାଯାଇଥିଲା ଏହି ଅବସରରେ  ସର୍ବ ସଂମତି କ୍ରମେ ନୂତନ କର୍ମକର୍ତା ନିର୍ବାଚନ କରାଯାଇଥିଲା ,ଉପଦେଷ୍ଟା ଭାବେ ପଞ୍ଚାନନ ପ୍ରଧାନ ,ସୁକାନ୍ତ କୁମାର ଦାସ ,ସୁରେଶ କୁମାର ଚୌଧୁରୀ ,ଓ  ସଭାପତି ଭାବେ ମହେଶ୍ୱର ମହାନ୍ତି ,ଉପସଭାପତି ଭାବେ ନରେନ୍ଦ୍ର ସ୍ୱାଇଁ ,ଲାଲ ସଂଗ୍ରାମ କେଶରୀ ରାୟ ,ପ୍ରମୋଦ ବିଶ୍ୱାଳ ,ପ୍ରଦୀପ୍ତ କୁମାର ଦାସ ଓ ସମ୍ପାଦକ ଭାବେ ଶୁଭଙ୍କର ଜେନା ,ସହ ସମ୍ପାଦକ ଭାବେ ଅରବିନ୍ଦ ମହାନ୍ତି ,ଗଗନ ମଲ୍ଲିକ,ବିକ୍ରମ ସାହୁ ,ରୁପେଶ ବାରିକ ,ନିତ୍ୟାନନ୍ଦ ସାହୁ ,ସଞ୍ଜୟ ପiତ୍ର ଓ କୋଷାଧକ୍ଷ ଭାବେ ଅତନୁ କୁମାର ସ୍ୱାଇଁ ,ଓ ସହ କୋଷାଧକ୍ଷ ଭାବେ ଜିତେନ୍ଦ୍ର ପ୍ରଧାନ ଓ ସାଙ୍ଗଠନିକ  ସମ୍ପାଦକ ଭାବେ ବାସୁଦେବ ସ୍ୱାଇଁ ଓ କାର୍ଯ୍ୟକାରିଣୀ ସଭ୍ୟ ଭାବେ ଧର୍ମାନନ୍ଦ ପ୍ରଧାନ ,ଦେବରାଜ ମିଶ୍ର ,ଭରତ କୁମାର ସୁତାର ,ବିଷ୍ଣୁ ଚରଣ ରାୟ ,ବାସୁଦେବ ବେହେରା ଙ୍କୁ ସର୍ବସଂମତି କ୍ରମେ ମନୋନୀତ କରାଯାଇଥିଲା ,

ଏହି ବୈଠକ ରେ ଫୋଟୋଗ୍ରାଫର ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା ,ଆଗାମୀ ଦିନରେ ସେସବୁ ପ୍ରତି ଦୃଷ୍ଟି ଦିଆଯିବ ପାଇଁ ନିଷ୍ପତି ନିଆଗଲା ଓ ଆସୋସିଏସନ ବିରୋଧରେ କେତେକ ସଭ୍ୟ ମାନଙ୍କ ଅଶୋଭନୀୟ କାର୍ଯ୍ୟ କୁ ନିନ୍ଦା କରାଯିବା  ସହ ଆସୋସିଏସନ ରୁ ସେମାନଙ୍କୁ ଅପସାରଣ କରାଯିବ ପାଇଁ ନିଷ୍ପତି ନିଆଗଲା ,ଆଗାମୀ ଦିନରେ ଆସୋସିଏସନ କୁ ମଜବୁତ କରି ବା ପାଇଁ ସମସ୍ତ ଙ୍କ ସହଯୋଗ କାମନା କରାଯାଇଥିଲା ,ଶେଷରେ ସହ କୋଷାଧକ୍ଷ  ଜିତେନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମ ର ସଫଳତା ଓ ନୂତନ କର୍ମକର୍ତ୍ତାଙ୍କୁ ସ୍ୱାଗତ ସହ ଧନ୍ୟବାଦ ଅର୍ପଣ କରିଥିଲେ |