ପାରାଦୀପ ଗଡ ରେ ଆୟୋଜିତ ହେଲା ରଜ ମହୋତ୍ସବ

ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଦ୍ଵାରା ଆୟୋଜିତ ଦ୍ୱିତୀୟ ବାର୍ଷିକ ରଜ ମହୋତ୍ସବ -୨୦୨୩

ପାରାଦୀପ ଗଡ ରେ ଆୟୋଜିତ ହେଲା ରଜ ମହୋତ୍ସବ

ପାରାଦୀପ ଗଡ :-୧୦.୦୬ ଆଜି ସନ୍ଧ୍ୟାରେ ପାରାଦୀପ ଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ରେ ଉଦଘାଟିତ ହୋଇଯାଇଛି l

ମୁଖ୍ୟ ଅତିଥି ଭାବେ କୁଜଙ୍ଗ ତହସିଲଦାର ଶ୍ରୀମତୀ ପ୍ରୀତିପର୍ଣ୍ଣା ମିଶ୍ର ଯୋଗଦେଇରଜ ମହୋତ୍ସବ -୨୦୨୩ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବେ ପାରାଦୀପ ଲକ୍ ଥାନା ଅଧିକାରୀ ଶ୍ରୀ ଭାବଗ୍ରାହୀ ରାଉତ, ପାରାଦୀପ ଆଦର୍ଶ ଥାନା ଅଧିକାରୀ ଶ୍ରୀ ସବ୍ୟସାଚୀ ରାଉତ, ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା, ପ୍ରମୁଖ ଯୋଗ ଦେଇଥିଲେ l

ରଜ ମହୋତ୍ସବ ର ସଭାପତି ଆଇନଜୀବୀ ସଞ୍ଜୟ କୁମାର ବେହେରା ସଭାପତିତ୍ୱ କରିଥିବା ବେଳେ, ସମ୍ପାଦକ ଦେବ ଦୁର୍ଲଭ କର ଅତିଥି ପରିଚୟ ପ୍ରଦାନ କରିଥିଲେ l ସଂସ୍କୃତି କ ସମ୍ପାଦିକା ଶ୍ରୀମତୀ ଗୋଲାପ ରାଣୀ ସାହୁ ମଞ୍ଚ ପରିଚାଳନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ସତ୍ୟ ନାରାୟଣ ମହାପାତ୍ର, ଜୟନ୍ତ ସେନାପତି, ନିରଞ୍ଜନ ପରିଡ଼ା, ରାଜେନ୍ଦ୍ର ବେହେରା, ସଂଗ୍ରାମ ବେହେରା, ଚନ୍ଦ୍ର ଶେଖର ଚୌଧୁରୀ, ସାରଦା ପ୍ରସନ୍ନ ସ୍ୱାଇଁ, ନିର୍ଭୟ ମହରଥା ପ୍ରମୁଖ ସଭା ପରିଚଳନା କରିଥିଲେ l ଉକ୍ତ ଉତ୍ସବ ରେ ନାଚ ଗୀତ ସାଙ୍ଗକୁ ବିଭିନ୍ନ ସୁଆଦିଆ ଖାଦ୍ୟ ସାମଗ୍ରୀ, ମୀନା ବଜାର, ଟେରା କୋଟା, ସମ୍ବଲପୁରୀ ବସ୍ତ୍ର, ବ୍ରହ୍ମପୁର ଆଚାର, ପାମ୍ପଡ, ଶିଳ ଚକି, କାଠର ଆସ ବାସ ପତ୍ର, ବାରିପଦା ମୁଢ଼ି ମାଂସ, ଠୁଙ୍କା ପୁରୀ, ମଥୁରା କେକ, ଲଙ୍କା ଚପ୍ ଆଦି ସୁଆଦିଆ ଖାଦ୍ୟ ଉତ୍ସଵ କୁ ଆହୁରି ସରସ ସୁନ୍ଦର କରି ଗଢି ତୋଳିଛି l ଉତ୍ସଵ କୁ ଦେଖିବାକୁ ପ୍ରତିଦିନ ୧୦ ହଜାର ରୁ ଅଧିକ ଲୋକ ସମାଗମ ହେଉଛନ୍ତି l ଗ୍ରାମାଞ୍ଚଳ ପରିବେଶରେ ଏହା ଅତ୍ୟନ୍ତ ମନୋରମ ପରିବେଶ ସୃଷ୍ଟି ହୋଇଛି l ସରପଞ୍ଚ ଙ୍କ ଏପରି ପରିକଳ୍ପନା କୁ ବକ୍ତା ଓ ଦର୍ଶକ ମାନେ ଭୁୟସି ପ୍ରସଂଶା କରିଛନ୍ତି l ଏହି ଉତ୍ସବ ସାତ ଦିନ ବ୍ୟାପି ଚାଲିବା ସହ ଏହା ସ୍ଥାନୀୟ ଅଞ୍ଚଳରେ ଏକ ମନୋରଂଜନ ର ଖୋରାକ ସାଙ୍ଗକୁ ଏହା ଓଡ଼ିଶାର ପରମ୍ପରାକୁ ବଜାୟ ରଖିବାର ଏକ ପ୍ରୟାସ ବୋଲି ସଭାପତି ଶ୍ରୀ ବେହେରା ପ୍ରକାଶ କରିଛନ୍ତି l