ଜେ ସୋନାଲ ହେଲେ ଜଗତସିଂହପୁର ଜିଲ୍ଲା ର ନୂତନ ଜିଲ୍ଲାପାଳ
ଅନୁପ ସାହ ଙ୍କ ବଦଳି ପରେ ଜଗତସିଂହପୁର ଜିଲ୍ଲା ର ଜିଲ୍ଲାପାଳ ପଦ ଖାଲି ପଡିଥିଲା , ଗତକାଲି ବିଦ୍ଧିବଦ୍ଧ ଭାବରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଜେ ସୋନାଲ ହେଲେ ଜଗତସିଂହପୁର ଜିଲ୍ଲା ର ନୂତନ ଜିଲ୍ଲାପାଳ । ଗତକାଲି ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଦ୍ଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଜେ ସୋନାଲ ଦ୍ଵୀତିୟ ଥର ପାଇଁ ଜିଲ୍ଲାପାଳ ଭାବରେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି । ଏହା ପୂର୍ବ ରୁ ସେ ସଫଳତାର ସହ ବୌଦ୍ଧ ଜିଲ୍ଲାର ଜିଲ୍ଲାପାଳ ଭାବେ ଦାୟିତ୍ଵ ତୁଲାଇଛନ୍ତି ।
2007 - 2012 ମସିହାରେ ଇଣ୍ଡିଆ ୟୁନିଭରସିଟିର ନ୍ୟାସନାଲ ଲ ସ୍କୁଲରେ (ହନ୍ସ।) B.A., LL.B. ସାରିବା ପରେ
2013 - 2015 ମସିହାରେ ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସରେ MA ମାଷ୍ଟର ଅଫ୍ ଆର୍ଟ କରିଥିଲେ । ଏହାପରେ
2015 - 2016 ମସିହାରେ ଆଦିତ୍ୟ ବିର୍ଲା ଗ୍ରୁପରେ ସହଯୋଗୀ ମାନବ ସମ୍ବଳ ନେତୃତ୍ୱ ଭାବେ ନିଯୁକ୍ତି ପାଇଥିଲେ ।
2016 - 2016 ମସିହାରେ ITC ଲିମିଟେଡରେ ଶିଳ୍ପ ସମ୍ପର୍କ ସହକାରୀ ପରିଚାଳକ ଭାବେ ନିଯୁକ୍ତି ପାଇଥିଲେ । ଏହାପରେ ସେ (IAS) ପାଇଁ ଟ୍ରାଏ କରି
2018 ମସିହା ଓଡ଼ିଶା କ୍ୟାଡ଼ର ରେ ଆଇଏଏସ ଅଫିସର ଭାରତୀୟ ପ୍ରଶାସନିକ ସେବା (IAS) ରେ ଯୋଗ ଦେଇଥିଲେ । ପରେ ପୁନର୍ବାର
2018 - 2020 ମସିହା ରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ MA ମାଷ୍ଟର ଅଫ୍ ଆର୍ଟ – ହାସଲ ପରେ ଏହା ପରେ ପ୍ରଥମ କରି ସେ
2020 - 2020 ମସିହାରେ ଗଜପତି ଜିଲ୍ଲା ରେ COVID-19 ମ୍ୟାନେଜମେଣ୍ଟ ଡ୍ୟୁଟିରେ ସ୍ୱତନ୍ତ୍ର ଅଧିକାରୀ ତଥା ପ୍ରଶିକ୍ଷକ ଭାବେ ନିଯୋଜିତ ହୋଇ ବେଶ୍ ସଫଳତା ଅର୍ଜନ କରିଥିଲେ । ପରେ ପରେ
2020 - 2022 ମସିହାରେ ଗୁଣୁପୁର ସବ୍-କଲେକ୍ଟର ଏବଂ ସବ୍-ଡିଭିଜନାଲ ମାଜିଷ୍ଟ୍ରେଟ୍ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ସମୟରେ ଶ୍ରୀଯୁକ୍ତ ସୋନାଲ ୩ କିଲୋମିଟର ପାହାଡିଆ ରାସ୍ତା ଅତିକ୍ରମ କରି ଲୋକଙ୍କ ସୁଖ ଦୁଃଖ ବୁଝି ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲେ । ପରେ ପରେ
2022 ମସିହାରେ ବରହମପୁର ମ୍ୟୁନିସିପାଲିଟି କର୍ପୋରେସନ୍ କମିଶନର ଭାବେ ନିଯୁକ୍ତ ହୋଇଥିଲେ । ତେବେ
2024 ମସିହା ଜାନୁଆରୀ 31 ତାରିଖରେ ପ୍ରଥମ କରି ବୌଦ୍ଧ ଜିଲ୍ଲାର ଜିଲ୍ଲାପାଳ ଭାବରେ ଦାୟିତ୍ଵ ଗ୍ରହଣ କରିଥିଲେ । ଏବେ ଦ୍ଵୀତିୟ ଥର ପାଇଁ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ଭାବରେ ଦାୟିତ୍ୱ ଗ୍ରହଣ କରିବାକୁ ବଦଳି ହୋଇଛନ୍ତି ।
ତେବେ ଶ୍ରୀଯୁକ୍ତ ଜେ ସୋନାଲ ଙ୍କ ନାମ ସୋନାଲ ଜେନା ବୋଲି ଜଣା ପଡିଛି ଓ ତାଙ୍କର ଆଇନଗତ ପରାମର୍ଶ, ଆଇନଗତ ଅନୁସନ୍ଧାନ, କର୍ପୋରେଟ୍ ଆଇନ, ଶ୍ରମ ସମ୍ପର୍କ, ଶ୍ରମ ଆଇନ, ମାନବ ସମ୍ବଳ, ଆର୍ବିଟ୍ରେସନ୍, ଶିଳ୍ପ ସମ୍ପର୍କ, ପ୍ରତିଭା ପରିଚାଳନା, ପ୍ରତିଭା ଅଧିଗ୍ରହଣ, ସାଂଗଠନିକ ଶିକ୍ଷା, ସାଂଗଠନିକ ବିକାଶ, ସାଂଗଠନିକ ଡିଜାଇନ୍, ସାଂଗଠନିକ ଆଚରଣ ରେ ବେଶ୍ ଦକ୍ଷତା ରହିଛି ।
ସେ ଓଡ଼ିଶାର 1989 ମସିହାରେ ବାଲେଶ୍ଵର ଜିଲ୍ଲାରେ ଜନ୍ମ ଗ୍ରହଣ କରି ଫକିର ମୋହନ ଜୁନିଅର କଲେଜରେ ଛାତ୍ର ଜୀବନ ବିତାଇ ଥିଲେ ।
ତାଙ୍କର ଏକ ଆଖି ବ୍ୟାଧି ଥିଲା ଯାହା ତାଙ୍କୁ ଦିନକୁ ଦୁଇ ଘଣ୍ଟାରୁ ଅଧିକ ସମୟ ଅଧ୍ୟୟନ କରିବାରେ ବାରଣ କରାଯାଇଥିଲା |
ସେ ଓଡିଶାରେ ବାର୍ଷିକ ଶ୍ରେଣୀ ଦ୍ୱାଦଶ ରାଜ୍ୟ ପରୀକ୍ଷାରେ ଦଶମ ମାନ୍ୟତା ଏବଂ ଉତ୍ତର ଓଡ଼ିଶା ଅଞ୍ଚଳରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ।
ସେ ଆର୍ଟ ଷ୍ଟ୍ରିମରେ 800 ମାର୍କ ମଧ୍ୟରୁ 780 ସ୍କୋର କରି କୃତ୍ତିତ୍ଵ ଅର୍ଜନ କରିଥିଲେ |
ସେ 2012 ରେ ବାଙ୍ଗାଲୋରର ନ୍ୟାସନାଲ ଲ ସ୍କୁଲ ଅଫ୍ ଇଣ୍ଡିଆ ୟୁନିଭରସିଟିରୁ ଉଲ୍ଲେଖନୀୟ ବ୍ୟକ୍ତିଗତ ସଫଳତା ପାଇଁ କୁଳପତିଙ୍କ ପୁରସ୍କାର ଭାବେ ସ୍ୱର୍ଣ୍ଣ ପଦକ ଏବଂ 2009 ରେ ଗୋଲ୍ଡମ୍ୟାନ୍ ସାକ୍ସ ଗ୍ଲୋବାଲ ଲିଡର୍ସ ପୁରସ୍କାର ସହିତ ଅନେକ ପୁରସ୍କାର ଗ୍ରହଣ କରିଛନ୍ତି।