ବାଣ ଫୁଟି ୮ ଆହତ, ମେଡିକାଲରେ ଭର୍ତ୍ତି

ଶାରଳା ମନ୍ଦିରରେ ଅଘଟଣ: ବାଣ ଫୁଟି ୮ ଆହତ, ମେଡିକାଲରେ ଭର୍ତ୍ତି

ବାଣ ଫୁଟି ୮ ଆହତ, ମେଡିକାଲରେ ଭର୍ତ୍ତି

ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ମା’ ଶାରଳା ମନ୍ଦିରରେ ଆଜି ଚନ୍ଦନ ଯାତ୍ରା ବେଳେ ଘଟିଛି ଅଘଟଣ। ଏହି ଅଘଟଣରେ ୮ ଜଣ ଆହତ ହୋଇଥିବା ଜଣାପଡିଛି। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନାନୁସାରେ, ଆଜି ମା’ ଶାରଳା ମନ୍ଦିରରେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଚନ୍ଦନ ଯାତ୍ରା ଦେଖିବାକୁ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା। ଏହି ଯାତ୍ରାରେ ଆତସବାଜି କାର୍ଯ୍ୟକ୍ରମରେ ବାଣ ଫୁଟା ଯାଇଥିଲା। ବାଣର ନିଆଁ ଛିଟିକି ଭକ୍ତଙ୍କ ଉପରେ ପଡିବାରୁ ୮ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କ ମଧ୍ୟରେ ୪ ଶିଶୁ ସମେତ ୨ ପୁଲିସ କର୍ମଚାରୀ ଅଛନ୍ତି। ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଅବସ୍ଥା ଗୁରୁତର ହେବାରୁ ୨ ଶିଶୁଙ୍କ ସମେତ ୫ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ବାଣୁଆ ଫୁଟାଉଥିବା ବାଣ ନିଆଁ ଛିଟିକି ପଡିବାରୁ ଏଭଳି ଅଘଟଣ ଘଟିଛି।