ଘରୁ ମଶା ବାହାରିଲେ ବିଏମ୍‌ସି କରିବ ଫାଇନ

ଘର ଘର ବୁଲି ଡେଙ୍ଗୁ ମଶା ଖୋଜିବ ଭୁବନେଶ୍ୱର ମହାନଗର ନିଗମ

ଘରୁ ମଶା ବାହାରିଲେ ବିଏମ୍‌ସି କରିବ ଫାଇନ

ଏବେ ଘରୁ ମଶା ବାହାରିଲେ ବିଏମ୍‌ସି କରିବ ଫାଇନ । ଘର ଘର ବୁଲି ଡେଙ୍ଗୁ ମଶା ଖୋଜିବ ଭୁବନେଶ୍ୱର ମହାନଗର ନିଗମ । ଯଦି କେହି ନିଜ ଘର ବା ଘର ଆଖପାଖ ଅଳିଆ ଜମା କରିରଖିଥାନ୍ତି କିମ୍ବା ପାଣି ଜମାଥାଏ ଯାହାଦ୍ୱାରା ଡେଙ୍ଗୁ ମଶା ବଂଶବୃଦ୍ଧି ପାଇଁ ପରିବେଶ ଅନୁକୂଳ ଅଥବା ଡେଙ୍ଗୁ ମଶା ଦେଖିବାକୁ ମିଳେ ତେବେ ହଜାରେ ଟଙ୍କା ଫାଇନ କରିବ ବିଏମସି । ସେହିପରି ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ ଆଦି କୋଠାରେ ଡେଙ୍ଗୁ ମଶା ବଂଶବୃଦ୍ଧି ପାଇଁ ପରିବେଶ ଥାଏ ତାହାହେଲେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ କରିବ ବିଏମସି ।ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି। ଆସନ୍ତା ୧୫ ତାରିଖ ପରେ ବିଏମସି ଟିମ ଘର ଘର ଯାଞ୍ଚ କରିବ ବୋଲି ସୂଚନା ଦିଆଯାଇଛି । ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ଯାହାକୁ ନେଇ ବିଏମ୍‌ସି ଏଭଳି ପଦକ୍ଷେପ ନେଇଛି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ଭୁବନେଶ୍ଵରରେ କିଭଳି ଡେଙ୍ଗୁ ନିୟନ୍ତ୍ରଣ କରିହେବ ସେଥିପାଇଁ ସ୍ୱତନ୍ତ୍ର ରଣନୀତି ଆପଣେଇଛି । ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଧିକାରୀ, ଜନସ୍ୱାସ୍ଥ୍ୟ ଅଧିକାରୀ ଓ ଡାକ୍ତରଙ୍କୁ ନେଇ ଟିମ୍ ଗଠନ କରାଯାଇଛି। ଏହି ଟିମ୍ ପ୍ରତିଦିନ ଘରକୁ ଘର ବୁଲି ଡେଙ୍ଗୁ ମୁକାବିଲା ପାଇଁ ଲୋକଙ୍କୁ ସଚେତନ କରାଇବ ।