ଜନଜାତି ମହୋତ୍ସବ କୁ ଭୁୟସି ପ୍ରଶଂସା...

କଳାକାର ମହାସଂଘ ତରଫରୁ ଉଜ୍ଜାପନା ଜନଜାତି ମହୋତ୍ସବ କୁ ଭୁୟସି ପ୍ରଶଂସା...

ଜନଜାତି ମହୋତ୍ସବ କୁ ଭୁୟସି ପ୍ରଶଂସା...

କନ୍ଧମାଳ ଜିଲ୍ଲା ଟିକାବାଲି ହାଇସ୍କୁଲ ପଡ଼ିଆ ପ୍ରାଙ୍ଗଣରେ ବ୍ଲକ ସ୍ତରୀୟ ଜନଜାତି ମହୋତ୍ସବ ୨୦୨୩ ଅନୁଷ୍ଠିତ ହେଇଥିଲା l ପଞ୍ଚାୟତସମିତି ଟିକାବାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ବ୍ଲକ କଳାସଂକୃତି ସଂଘ ସଭାପତି ଶ୍ରୀ ଯୁକ୍ତ ମନୋଜ କୁମାର ପାଢ଼ୀ,ସ୍ୱତନ୍ତ ଉର୍ନୟନ ପରିଷଦ ଅଧକ୍ଷ ଶ୍ରୀ ଯୁକ୍ତ ରୋଦନ ମଳିକ, ବ୍ଲକ ଚେୟାରମ୍ୟାନ ଶ୍ରୀ ଯୁକ୍ତ ଦିଲୀପ କହଁର, ଜ଼ିଲ୍ଲା କଳା ସଂକୃତି ସଂଘ,କନ୍ଧମାଳ ର ଉପସଭାପତି ବିଜେନ୍ଦ୍ର ପ୍ରଧାନ , ବରିଷ୍ଠ ସଂକ୍ରିତନ କଳାକାର  କନ୍ଧମାଳ ଶ୍ରୀ ଯୁକ୍ତ ସିମାଞ୍ଚଳ ମାଝୀ,ବି. ପି. ଏମ ଶ୍ରୀ ଯୁକ୍ତ ଭାଗିରଥି ପୃଷ୍ଟି, ଙ୍କ ଶୃଙ୍ଖଳିତ ଦୃଢ଼ ନିଷ୍ପତି   ରେ ଆୟୋଜିତ ଜନଜାତି ମହୋତ୍ସବ ୧୫/୧୬/ ଦୁଇଦିନ ଧରି କାର୍ଯ୍ୟକ୍ରମ ଚାଲୁ ରହିଥିଲା l ଏହି ଦୁଇଦିନ କାର୍ଯ୍ୟକ୍ରମ ରେ ନିମନ୍ତ୍ରିତ କଳାକାର ଦଳ ବ୍ୟତୀତ ଟିକାବାଲି ବ୍ଲକ୍ ର ସମସ୍ତ କଳାକାର ଦଳ ସମେତ ଘୁ.ଉଦୟଗିରି ବ୍ଲକର କିଛି କଳାକାର ଦଳ କୁ ଷ୍ଟେଜରେ ନୃତ୍ୟ ପରିବେଷଣ କରିବାକୁ ସୁଯୋଗ ଏବଂ ପ୍ରମାଣ ପତ୍ର ମିଳିବା ହେତୁ କଳାକାର ତରଫରୁ ସମସ୍ତ ଆୟୋଜକ କାରି ମହୋଦୟ ଙ୍କୁ ଢେରସାରା ପ୍ରଶଂସା କରିଥିବା ଦେଖିବାକୁ ମିଳିଥିଲା l ଉଯାପନା ଉତ୍ସବରେ   ,ସମ୍ମାନୀୟ ଅତିଥି କନ୍ଧମାଳ  ଜିଲ୍ଲା  ସୁତନ୍ତ୍ର  ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ରଦନ ମଲ୍ଲୀକ,   ଟିକାବାଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ଦିଲ୍ଲୀପ କହଁର  ,ଶ୍ରୀଯୁକ୍ତ କୃପାସିନ୍ଦୁ ବେହେରା  ପ୍ରକଳ୍ପ ପ୍ରଶାଷକ ସମନିତ ପ୍ରକଳ୍ପ ବାଲିଗୁଡା ,ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀଯୁକ୍ତ ଅକ୍ଷୟ କୁମାର ସେଠି ,ଏସ୍ ଡିସି ଅଧ୍ୟକ୍ଷା ଶ୍ରୀମତି ନଳିନି କହଁର , ଖଜୁରିପଡା ବ୍ଲକ  ଏସ୍କ୍ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିରେନ୍ଦ୍ର କୁମାର କହଁର , କନ୍ଧମାଳ ଜିଲ୍ଲା ଏମ୍ପି ପ୍ରତିନିଧି ତଥା ସୁନାମ ଧନ୍ୟ କଣ୍ଠଶିଳ୍ପୀ ତଥା  ସିନେ କଳାକାର  ଶ୍ରୀଯୁକ୍ତ ଜଳନ୍ଧର ବେହେରା ,ପ୍ରମୁଖ   ନିମନ୍ତିତ ଅତିଥି ଗଣ କଳା କୁ ବଞ୍ଚାଇ ବାକୁ ଉତ୍ସାହିତ କରିଥିବା ଦେଖିବାକୁ ମିଳିଥିଲା l ଇତି ଅବସରରେ ପାରମ୍ପରିକ ଲୋକକଳାକାର ମହାସଂଘ, ଟିକାବାଲି କଳାକାର ଦଳ ନୃତ୍ୟ ପରିବେଷଣ ବେଳେ ରୋଦନ ମଲିକ କୁ ଜିନ୍ଦାବାଦ ସ୍ଲୋଗାନ ଦେଇ ନୃତ୍ୟ ପରିବେଷଣ କରିଥିବା ଦେଖିବାକୁ ମିଳିଥିଲା l କନ୍ଧମାଳ ଜିଲ୍ଲା ରୁ କୁନା  ଦିଗାଲ ଙ୍କ ରିପୋର୍ଟ.