ଫିଟ୍‌ ରହିବାକୁ ସମସ୍ତ ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶନାମା: କମ୍ କରନ୍ତୁ ଓଜନ ଆଉ ପେଟ

କମିଶନରେଟ୍ ପୋଲିସକୁ ଫିଟନେସ୍ ଚିନ୍ତା । ଭୁବନେଶ୍ବର ପୋଲିସର ସବୁ ଅଧିକାରୀ ଓ କର୍ମଚାରୀଙ୍କୁ ଫିଟ ରହିବାକୁ ନିର୍ଦ୍ଦେଶନାମା , କମ୍ କରନ୍ତୁ ଓଜନ ଆଉ ପେଟ

ଫିଟ୍‌ ରହିବାକୁ ସମସ୍ତ ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶନାମା: କମ୍ କରନ୍ତୁ ଓଜନ ଆଉ ପେଟ

ଫିଟ୍‌ ରହିବାକୁ ସମସ୍ତ ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶନାମା: କମ୍ କରନ୍ତୁ ଓଜନ ଆଉ ପେଟ କମିଶନରେଟ୍ ପୋଲିସକୁ ଫିଟନେସ୍ ଚିନ୍ତା । ଭୁବନେଶ୍ବର ପୋଲିସର ସବୁ ଅଧିକାରୀ ଓ କର୍ମଚାରୀଙ୍କୁ ଫିଟ ରହିବାକୁ ନିର୍ଦ୍ଦେଶନାମା ।

ଭୁବନେଶ୍ୱର: କମିଶନରେଟ୍ ପୋଲିସକୁ ଫିଟନେସ୍ ଚିନ୍ତା । ପୁଣି ଓଜନ ହେବେ ପୋଲିସ ବାବୁ ମାନେ । ପୋଲିସ କର୍ମଚାରୀଙ୍କ ଓଜନ ମାପ କରାଯିବ । ଭୁବନେଶ୍ୱର ଅର୍ବାନ ପୋଲିସ ଜିଲ୍ଲାର କର୍ମଚାରୀଙ୍କ ପାଇଁ କଡ଼ା ନିର୍ଦ୍ଦେଶ ଜାରି ହୋଇଛି । ନିର୍ଦ୍ଦେଶ ଜାରି କରିଛନ୍ତି ଖୋଦ୍‌ ଡିସିପି ପ୍ରତୀକ ସିଂ। ଏପିଆର ,ଡିପିଓ ସିପି ହେଡକ୍ୱାର୍ଟର୍ସ, ଟିମ୍ ୬୦, ଓଏସଏପି ମୋବିଲାଇଜଇଡ୍ ଫୋର୍ସ ପାଇଁ ଏହି ନିର୍ଦ୍ଦେଶ ନାମା ଜାରି ହୋଇଛି । ଏହି ସବୁ ବିଭାଗରେ କାର୍ଯ୍ୟ କରୁଥିବା ପୋଲିସ କର୍ମଚାରୀଙ୍କ ଓଜନକୁ ନେଇ ଟାର୍ଗେଟ ଦିଆଯିବ । ପ୍ରତି ୧୫ ଦିନରେ ପୋଲିସ କର୍ମଚାରୀଙ୍କ ଓଜନ ମାପ କରାଯିବ । ଖିଲାପକାରୀଙ୍କୁ ଅର୍ଡଲି ରୁମ ଦାୟିତ୍ୱ ଦିଆଯିବ । ମାଦକ ଦ୍ରବ୍ୟ ସେବନରୁ ଦୂରେଇ ରଖିବାକୁ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି । ପ୍ରତିଦିନ ସକାଳୁ ଓ ଅପରାହ୍ଣରେ ଫିଜିକାଲ ଟ୍ରେନିଂ, ଫିଟନେସ ଓ ସଫେଇ ଉପରେ ଗୁରୁତ୍ୱ ଦିଆଯିବ । 

ଓଦିଶା ପୋଲିସର ସବୁ ଅଧିକାରୀ ଓ କର୍ମଚାରୀଙ୍କୁ ଫିଟ ରହିବାକୁ ନିର୍ଦ୍ଦେଶନାମା । APR, DPO, CP ହେଡକ୍ୱାର୍ଟର୍ସ, ଟିମ୍ ୬୦, OSAP ମୋବିଲାଇଜଇଡ୍ ଫୋର୍ସ ପାଇଁ ଏହି ନିର୍ଦ୍ଦେଶ ନାମା ଜାରି ହୋଇଛି । ଏହି ସବୁ ବିଭାଗରେ କାର୍ଯ୍ୟ କରୁଥିବା ପୋଲିସ କର୍ମଚାରୀଙ୍କ ଓଜନକୁ ନେଇ ଟାର୍ଗେଟ ଦିଆଯିବ । ଡ୍ୟୁଟିର ସୁବିଧା ଅନୁଯାୟୀ ସକାଳ ୬ଟା ଏବଂ ସନ୍ଧ୍ୟା ୪ଟାରେ ନିଜ ନିଜ କ୍ୟାମ୍ପସରେ PT କରାଯିବ । ଫିଟନେସ୍ ଏବଂ ପରିଷ୍କାର ପରିଚ୍ଛନ୍ନତାକୁ ଗୁରୁତ୍ବ ଦେବେ । ସେଠାରେ ଉପସ୍ଥାନ ନିଆଯିବ, ଏବଂ ଏହା ମାସିକ ହାରାହାରି ୮୦% ରୁ କମ୍ ହେବା ଉଚିତ୍ ନୁହେଁ । ଶାରୀରିକ ଉନ୍ନତି ତଥ୍ୟ ଗୁଡ଼ିକ ପ୍ରତ୍ୟେକ ୪୦ ଦିନରେ ରେକର୍ଡ କରାଯିବ । ସେହିପରି ମାଦକ ଦ୍ରବ୍ୟ ସେବନରୁ ଦୂରେଇ ରଖିବାକୁ ପଦକ୍ଷେପ ନିଆଯିବ ବୋଳି କୁହାଯାଇଛି । ୟୁନିଫର୍ମରେ ସ୍ମାର୍ଟ ଲୁକକୁ ଗୁରୁତ୍ୱ ଦିଆଯିବା ସହ ସକ୍ରିୟ ଭାବରେ କାମ କରିବାକୁ ଗାଇଡଲାଇନରେ ପରାମର୍ଶ ଦିଆଯାଇଛି ।