ଦଶପଲ୍ଲାରେ ବଢ଼ୁଛି ଅପପୁଷ୍ଟି

ଦଶପଲ୍ଲା ବ୍ଲକ୍‌ରେ ଦିନକୁ ଦିନ ବୃଦ୍ଧି ପାଉଛି ଅପପୁଷ୍ଟିର ଶିକାର ହେଉଥିବା ଶିଶୁଙ୍କ ସଂଖ୍ୟା

ଦଶପଲ୍ଲାରେ ବଢ଼ୁଛି ଅପପୁଷ୍ଟି

ଦଶପଲ୍ଲା ବ୍ଲକ୍‌ରେ ଦିନକୁ ଦିନ ବୃଦ୍ଧି ପାଉଛି ଅପପୁଷ୍ଟିର ଶିକାର ହେଉଥିବା ଶିଶୁଙ୍କ ସଂଖ୍ୟା। ଚିହ୍ନଟ ହେଉଥିବା ଶିଶୁଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ଶିଶୁ ଗୁରୁତର ଅବସ୍ଥାରେ ପୁଷ୍ଟି ପୁନର୍ବାସ ସଂସ୍ଥା ବା ଏନ୍ଆର୍‌ସିରେ ଭର୍ତ୍ତି ହେଉଛନ୍ତି।

ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦଶପଲ୍ଲା ବ୍ଲକ୍‌ରେ ଚିହ୍ନଟ ହୋଇଥିବା ଏହି ଶିଶୁ ଜିଲ୍ଲାର ବିଭିନ୍ନ ବ୍ଲକ୍‌ ତୁଳନାରେ ସର୍ବାଧିକ ହୋଇଥିବା କୁହାଯାଇଛି। ଗୋଟିଏ ପାର୍ଶ୍ବରେ ଶିଶୁ ଜନ୍ମ ହେବାପରେ ନିରୋଗ ତଥା ସୁରକ୍ଷିତ ରହିବା ପାଇଁ ସରକାରଙ୍କ ପକ୍ଷରୁ ନାନା ଯୋଜନା କାର୍ଯ୍ୟକାରୀ କରାଯାଉଛି। ଗର୍ଭବତୀ ମହିଳାଙ୍କୁ ମହିଳା ଓ ଶିଶୁ ବିକାଶ ଯୋଜନା ମାଧ୍ୟମରେ ସୁଷମ ବା ପୁଷ୍ଟିଯୁକ୍ତ ଖାଦ୍ୟ ଯୋଗାଇ ଦେବାଠାରୁ ଆରମ୍ଭ କରି ସଠିକ୍ ସମୟରେ ବିଭିନ୍ନ ପ୍ରକାରର ପ୍ରତିଷେଧକ ଟିକା ଦିଆଯାଇଥାଏ। ଏଥିସହିତ ଶିଶୁ ଜନ୍ମ ହେବାର ୬ ମାସଠାରୁ ୫ ବର୍ଷ ପର୍ଯ୍ୟନ୍ତ ଅଙ୍ଗନବାଡ଼ି ଏବଂ ବିଦ୍ୟାଳୟମାନଙ୍କରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥାଏ। ହେଲେ ଗତ ୨୦୨୨ ମାର୍ଚ୍ଚ ମାସ ମଧ୍ୟରେ ରାଷ୍ଟ୍ରୀୟ ବାଲ୍ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ବା ଆର୍‌ବିଏସ୍‌କେ ମାଧ୍ୟମରେ ଚିହ୍ନଟ ହୋଇଥିବା ଅପପୁଷ୍ଟିଜନିତ ଶିଶୁ ସରକାରଙ୍କ ବିଧିବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗାଁଠାରୁ ସହର ପର୍ଯ୍ୟନ୍ତ ପ୍ରତ୍ୟେକ ଅଙ୍ଗନବାଡ଼ି ଏବଂ ବିଦ୍ୟାଳୟମାନଙ୍କରେ ଆର୍‌ବିଏସ୍‌କେ ଟିମ୍ ପକ୍ଷରୁ ଶିଶୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି।