ବାଘ ସଫାରୀରେ ଫସି ରହିଲେ ୩୦ ପର୍ଯ୍ୟଟକ

ନନ୍ଦନକାନନରେ ଅଘଟଣ । ଅଳ୍ପକେ ବର୍ତ୍ତିଛନ୍ତି ପାଖାପାଖି ୩୦ ପର୍ଯ୍ୟଟକ

ବାଘ ସଫାରୀରେ ଫସି ରହିଲେ ୩୦ ପର୍ଯ୍ୟଟକ

ନନ୍ଦନକାନନରେ ଅଘଟଣ । ଅଳ୍ପକେ ବର୍ତ୍ତିଛନ୍ତି ପାଖାପାଖି ୩୦ ପର୍ଯ୍ୟଟକ । ଅପରାହ୍ନରେ ବାଘ ଦେଖିବାକୁ ଏକ ସଫାରୀ ବସ ଯାଇଥିଲା । ସେହି ବସଟି ଭାରସାମ୍ୟ ହରାଇ ମୁଖ୍ୟ ରାସ୍ତାରୁ ଖାଇକୁ ଖସି ପଡିଥିଲା ।

ସୂଚନା ଅନୁସାରେ ନନ୍ଦନକାନନରେ ବାଘ ସଫାରୀକୁ ପର୍ଯ୍ୟଟକଙ୍କୁ ନେଇ ଯାଉଥିଲା ବସ । ତେବେ ବସଟି ଭାରସାମ୍ୟ ହରାଇ ମୁଖ୍ୟ ରାସ୍ତାରୁ ଏକ ଖାଲକୁ ଖସି ଝୁଲି ରହିଥିଲା। ନନ୍ଦନକାନନ କର୍ତ୍ତୃପକ୍ଷ ଖବର ପାଇ, ଆଉ ଗୋଟିଏ ଗାଡ଼ିରେ ଯାଇ ଦୁଇଟି ବାଘମାନଙ୍କୁ କାବୁ କରି ଖୁଆଡ ଛାଡିଥିଲେ । ତା ପରେ ପର୍ଯ୍ୟଟକଙ୍କୁ ସଫାରୀରୁ ବାହାର କରାଯାଇଥିଲା।