ମୂର୍ତ୍ତି ବିକୃତ କଲେ କାର୍ଯ୍ୟାନୁଷ୍ଠାନ 

ଗଣେଶ ମୂର୍ତ୍ତିକୁ ବିକୃତ କଲେ କଡ଼ା କାର୍ଯ୍ୟାନୁଷ୍ଠାନ : ଗଣେଶ ପୂଜା ପାଇଁ ବୈଠକ, ଚାଲିଛି ବିଚାର ବିମର୍ଶ

ମୂର୍ତ୍ତି ବିକୃତ କଲେ କାର୍ଯ୍ୟାନୁଷ୍ଠାନ 

ଭୁବନେଶ୍ବର: ଗଣେଶ ପୂଜା ପାଇଁ କମିଶନରେଟ ପୁଲିସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଲୋକ ପ୍ରତିନିଧି, ପୂଜା କମିଟି ଓ କ୍ଲବ କର୍ମକର୍ତ୍ତାଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ପରେ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇ କହିଛନ୍ତି ଯେ ଆସନ୍ତା ସେପ୍ଟେମ୍ବର ୧୯ରେ ଗଣେଶ ପୂଜା ପାଇଁ ବିଚାର ବିମର୍ଶ ହେବ। ପରବର୍ତ୍ତି ୩ ରବିବାର ଭସାଣ କରିପାରିବେ ପୂଜା କମିଟି। ସେପ୍ଟେମ୍ବର ୨୪, ଅକ୍ଟୋବର ୧ ଓ ୮ରେ ଭସାଣ ପାଇଁ ନିଷ୍ପତ୍ତି ନିଆଯାଇଛି। ଗଣେଶ ମୂର୍ତ୍ତିକୁ ବିକୃତ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଜୋରଜବରଦସ୍ତ ଚାନ୍ଦା ଆଦାୟ ଉପରେ ଜିରୋ ଟଲରେନ୍ସ ଆପଣେଇବାକୁ ନିର୍ଦେଶ ଜାରି ହୋଇଛି ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରକାଶ କରିଛନ୍ତି।