ଭାରତୀୟ ରେଳପଥକୁ ୨.୬୨ ଲକ୍ଷ କୋଟିର ବ୍ୟୟବରାଦ
ବଜେଟରେ ଭାରତୀୟ ରେଳପଥକୁ ୨.୬୨ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ହୋଇଛି

ବଜେଟରେ ଭାରତୀୟ ରେଳପଥକୁ ୨.୬୨ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଏଥିରେ ବିଭିନ୍ନ ନିରାପତ୍ତା କାର୍ଯ୍ୟପାଇଁ ରେଲୱେ ୧.୦୮ ଲକ୍ଷ କୋଟି ଟଙ୍କା ପୁଞ୍ଜି ବିନିଯୋଗ କରିବ । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ରେଲୱେକୁ ବ୍ୟୟବରାଦ ଏଥର ରେକର୍ଡ କରିଛି । ନିରାପତ୍ତାକୁ ପ୍ରାଥମିକତା ଦେଇ ୧.୦୮ ଲକ୍ଷ କୋଟିର ପୁଞ୍ଜି ବିନିଯୋଗ କରାଯିବ ।
ବୈଷ୍ଣବ ପୁଣି କହିଛନ୍ତି, ସାଧାରଣ ବର୍ଗର ରେଳ ଯାତ୍ରା ଚାହିଦା ଦ୍ରୁତ ହୋଇଛି । ଏହାକୁ ନଜରରେ ରଖି ରେଲୱେ ୧୦ ହଜାର ଅତିରିକ୍ତ ଜେନେରାଲ କୋଚ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି । ବଜେଟ ବ୍ୟୟବରାଦ ଦ୍ୱାରା ଏହି ଚାହିଦାକୁ ପୂରଣ କରିବେ ସରକାର । ଗତ ୧୦ ବର୍ଷରେ ରେଲୱେ ୫ ଲକ୍ଷ ନିଯୁକ୍ତି ପ୍ରଦାନ କରିଛି । ପୂର୍ବ ସରକାରଙ୍କ ତୁଳନାରେ ଏହା ୨୦% ଅଧିକ । ରେଳପଥ ନୂଆ ପ୍ରକଳ୍ପ ଆଣିବା ଉପରେ ଫୋକସ କରୁଛି । ଏହା ମଧ୍ୟରେ କାଶ୍ମୀର ଏବଂ ଉତ୍ତରପୂର୍ବ ଭାରତକୁ ଯୋଡିବା ଭଳି ବିଭିନ୍ନ ପ୍ରକଳ୍ପ ସାମିଲ ରହିଛି । ବନ୍ଦେ ମେଟ୍ରୋ, ବନ୍ଦେ ଭାରତ, ଅମୃତ ଭାରତ ଭଳି ପ୍ରକଳ୍ପ ଗୁଡିକ ମଧ୍ୟ ହାତକୁ ନିଆଯିବ । ଗତ ଆର୍ôଥକ ବର୍ଷରେ ଅର୍ଥମନ୍ତ୍ରୀ ରେଳପଥକୁ ୨.୪୦ ଲକ୍ଷ କୋଟିର ପାଣ୍ଠି ପ୍ରଦାନ କରିଥିଲେ ।