ଦୁଇ ଵାପିଙ୍କ ଚକ୍ରବ୍ୟୁହ ରେ ଫସିବେ କି ବସନ୍ତ ! 

ଦୁଇ ବାପି ଙ୍କ ରଣନୀତି ରେ ଏକା ହୋଇଯିବେ କି ବସନ୍ତ ? ଏହି ଚର୍ଚ୍ଚା କୁ ଭୁଲ୍ ପ୍ରମାଣିତ କରିବାକୁ ବସନ୍ତ ଙ୍କ ମାଷ୍ଟର ଷ୍ଟ୍ରୋକ୍ , ପାରାଦୀପ ପୌରାଞ୍ଚଳରେ କେବଳ ନବୀନ, ନବୀନ

ଦୁଇ ଵାପିଙ୍କ ଚକ୍ରବ୍ୟୁହ ରେ ଫସିବେ କି ବସନ୍ତ  ! 

ପାରାଦୀପ - ରାଜନୈତିକ ପାଣିପାଗ ରେ କିଏ କେତେ ବେଳେ କେଉଁ ଆଡେ ଢଳିକି କି ରୁପ ନେବ ତାକୁ ପୁର୍ବାନୁମାନ କରିବା ଏକ ପ୍ରକାର ଅସମ୍ଭବ ।  ସମସ୍ତଙ୍କ ର କ୍ଷମତା ଦରକାର ସେଥିପାଇଁ କିଏ ବା କେଉଁ ସ୍ତରକୁ ଯାଇପାରେ ଯାହାକି ଦେଖି ବାକୁ ମିଳିଛି ପାରାଦୀପ ନିର୍ବାଚନ ମଣ୍ଡଳୀରେ। ଗତ ପାରାଦୀପ ପୌର ନିର୍ବାଚନ ରେ ପ୍ରମୁଖ ଭୁମିକା ଗ୍ରହଣ କରିଥିବା ଲୋକପ୍ରିୟ ଜନନେତା ବସନ୍ତ ବିଶ୍ଵାଳଙ୍କ ରଣନୀତି ଏବେ ଲୋକସଭା ଓ ବିଧାନସଭା ନିର୍ବାଚନ ରେ ଏକ ପ୍ରକାର ଭିନ୍ନ ରଙ୍ଗ ନେଇଛି । ଏକଦା ବିଜେଡି ଦଳୀୟ କନ୍ଦଳ ର ସୁଯୋଗ ନେଇ ପାରାଦୀପ ପୌର ନିର୍ବାଚନରେ ବିଜୟ ର ସ୍ଵାଦ ଚାଖିଥିବା ଆମ ପାରାଦୀପ ଆମ ପ୍ରଗତି ଚଳିତ ନିର୍ବାଚନ ରେ ବିଧାୟକ ଙ୍କ ସମର୍ଥନରେ ବାହାରିଛି l କିନ୍ତୁ ବର୍ତମାନ ଅସନ୍ତୁଷ୍ଟ ଦଳୀୟ କର୍ମୀ ବିଧାୟକ ସମ୍ବିତ ରାଉତରାୟ ଓ ବାପି ସର୍ଖେଲ୍ ଙ୍କ ନେତୃତ୍ୱ ଗ୍ରହଣ ନକରି ବସନ୍ତ ଙ୍କ ନେତୃତ୍ୱ କୁ ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଯଦିଓ ବିଧାୟକ ସମ୍ବିତ୍ ରାଉତରାୟ ଓ ବସନ୍ତ ବିଶ୍ଵାଳଙ୍କ ମଧ୍ୟରେ ରେ ତିକ୍ତତା ରହିଛି ତାହା ଏପର୍ଯ୍ୟନ୍ତ ପ୍ରଶମିତ ହୋଇ ନାହିଁ ଯାହାର ଫାଇଦା ଉଠେଇବାକୁ ସର୍ଖେଲ୍ ଟିମ୍ ଅଣ୍ଟା ଭିଡିଛି । କିନ୍ତୁ ଦୁର୍ଭାଗ୍ୟବଶତଃ ସର୍ଖେଲ୍ ନେତୃତ୍ୱ ପ୍ରତି ଜନ ସମର୍ଥନ ନାହିଁ କିନ୍ତୁ ସୋ କୁ ସଉଦା ପରି ଭୋଟର ମେଳି ନୁହେଁ କେବଳ ମୁଣ୍ଡ ଗଣତି କରି ସର୍ଖେଲ୍ ଟିମ୍ ଚଳିତ ନିର୍ବାଚନ ବୈତରଣୀ ପାର ହେବାକୁ ବସିଛି। କାହିଁକି ନା ସର୍ଖେଲ୍ ଙ୍କ ରଣନୀତି ଓ ରାଜନିତୀ ଲୋକେ ବୁଝି ସାରିଥିବାରୁ ଏପରି ବିଷମୟ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଦଳୀୟ ନିଷ୍ପତ୍ତି ଶିରୋଧାର୍ଯ୍ୟ , ଏ ଉକ୍ତି କୁ ପାରାଦୀପ ରାଜନୀତିରେ ଚାଣକ୍ୟ ବସନ୍ତ ବିଶ୍ଵାଳ ଠିକ୍ ଭାବରେ ବୁଝି ତାଙ୍କର ସଂଗଠନ କୁ ସମ୍ପୁର୍ଣ୍ଣ ଦୃଢ଼ କରି ରଖିଥିବା ବେଳେ ଦୁଇ ବାପି ଙ୍କ ରଣନୀତି ତା ଆଗରେ କିଛି ଟା ଫିକା ପଡୁଥିବା ପରିଲକ୍ଷିତ ହେଉଛି। ନିକଟରେ ବାପି ସର୍ଖେଲ୍ ଙ୍କ ଶ୍ରମିକ ସଂଗଠନ ବିଧାୟକ ସମ୍ବିତ୍ ରାଉତରାୟ ଓ ତାଙ୍କ ପତ୍ନୀ ବିଧାୟିକା ଗୀତାଞ୍ଜଳୀ ରାଉତରାୟ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ବି ତାର ପ୍ରଭାବ ଦଳୀୟ କର୍ମୀ ଙ୍କ ଉପରେ କିଛି ପଡ଼ିନାହିଁ । ବରଂ ଏଥିରେ ସର୍ଖେଲ୍ ଙ୍କ ସ୍ବାର୍ଥପରତା ହାଟରେ ପଡି ଦାଣ୍ଡରେ ଗଡୁଛି । ଯେତେ ପ୍ରକାରେ ଦଳକୁ ମଜଭୁତ ହେବା ନେଇ ଡିଣ୍ଡିମ ପିଟିଲେ ବି ଦଳୀୟ କର୍ମୀ ଙ୍କୁ ସନ୍ତୁଷ୍ଟ କଲା ପରି ବିବୃତି ରଖିପାରି ନାହାଁନ୍ତି । ତେବେ ଏପରି ସ୍ଥଳେ କିନ୍ତୁ ବସନ୍ତ ଆଗୁଆ ରହି ଚଳିତ ନିର୍ବାଚନରେ ନବୀନ ପଟ୍ଟନାୟକ ଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ତାଙ୍କ ରଣନୀତି ଆରମ୍ଭ କରିଦେଇଛନ୍ତି। ସ୍ଥାନୀୟ ଦଳୀୟ ନେତୃତ୍ୱ ଉପରେ ଗୁରୁତ୍ୱ ନଦେଇ ଭିକେ ପାଣ୍ଡିଆନ୍ କହିବା ମୁତାବକ ପ୍ରାର୍ଥୀ ଙ୍କୁ ନୁହେଁ ନବୀନ ଙ୍କୁ ଭୋଟ୍ ଦିଅନ୍ତୁ ଓ ଶଙ୍ଖ ଚିହ୍ନ କୁ ଦେଖନ୍ତୁ ତାହା ଅକ୍ଷରେ ଅକ୍ଷରେ ପାଳନ କରିବା କୁ ଅଣ୍ଟା ଭିଡିଛନ୍ତି ପାରାଦୀପ ରାଜନୀତିର ଲୋକପ୍ରିୟ ଜନନେତା ବସନ୍ତ ବିଶ୍ଵାଳ । ବାପି ସର୍ଖେଲ୍ ଓ ବାପି ରାଉତରାୟ  ଯାହା କରିବା କଥା କରନ୍ତୁ କିନ୍ତୁ ମୁଁ ଦଳ ସହିତ ଥିଲି , ଅଛି , ଏବଂ ଆଗାମୀ ଦିନରେ ରହିଥିବି ମଧ୍ୟ, ମତେ କିଏ ଖୋଜିଲେ କି ନ ଖୋଜିଲେ ସେଥିରେ ମୋର ଯାଏ ଆସେ ନାହିଁ ମୁଁ କିନ୍ତୁ ମୋ ଲାଇନ୍ ରେ ଦଳର ସ୍ଵାର୍ଥ ନେଇ କାର୍ଯ୍ୟ କରିବି ଓ ଚଳିତ ଲୋକସଭା ଓ ବିଧାନସଭା ରେ ବିଜୁ ଜନତା ଦଳର ପ୍ରାର୍ଥୀ ଙ୍କୁ ପାରାଦୀପ ପୌରାଞ୍ଚଳ ରୁ ବିପୁଳ ପରିମାଣର ଭୋଟ୍ ସଂଗ୍ରହ କରି ଦେଖାଇ ଦେବି ବୋଲି ବସନ୍ତ ବିଶ୍ଵାଳ ଦୃଢ଼ତାର ସହ କହିଛନ୍ତି। ଯାହାକୁ ନେଇ ଦୁଇ ବାପି ଆଶ୍ବସ୍ତି ଲାଭ କରିଥିଲେ ସୁଦ୍ଧା ତଥାପି ତାଙ୍କର ହୃତକମ୍ପ ବଢ଼ିବାରେ ଲାଗିଥିବା ନେଇ ଗଳିକନ୍ଦିରେ ଚର୍ଚ୍ଚା ହେଉଛି ।