ଜେ ଏସ ଡ ବ୍ଲୁ ଫାଉଣ୍ଡେସନର  ଉଡାଣ ସ୍କଲାର ସିପ୍ ରେ ଉପକୃତ ହେଲେ ତିନି ପଞ୍ଚାୟତର ଛାତ୍ରଛାତ୍ରୀ

ଜେ ଏସ ଡ ବ୍ଲୁ ଫାଉଣ୍ଡେସନ ପକ୍ଷରୁ ପ୍ରସ୍ତାବିତ ଅଞ୍ଚଳରେ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ବୃତ୍ତି ପ୍ରଦାନ କରାଯାଇଛି।

ଜେ ଏସ ଡ ବ୍ଲୁ ଫାଉଣ୍ଡେସନର  ଉଡାଣ ସ୍କଲାର ସିପ୍ ରେ ଉପକୃତ ହେଲେ ତିନି ପଞ୍ଚାୟତର ଛାତ୍ରଛାତ୍ରୀ

ପାରାଦୀପ _ ଜେ ଏସ ଡ ବ୍ଲୁ ଫାଉଣ୍ଡେସନ ପକ୍ଷରୁ ପ୍ରସ୍ତାବିତ ଅଞ୍ଚଳରେ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ବୃତ୍ତି ପ୍ରଦାନ କରାଯାଇଛି। ଫାଉଣ୍ଡେସନ ପକ୍ଷରୁ ଉଡାଣ ସ୍କଲାରସିପ୍ ନାମରେ ପ୍ରତିବର୍ଷ ଆଇ ଟି ଆଇ, ଡିପ୍ଲୋମା ପାଠ୍ୟକ୍ରମ ଠାରୁ ଆରମ୍ଭ କରି ବିଭିନ୍ନ ବୈଷୟିକ ଶିକ୍ଷା ତଥା ଅନ୍ୟାନ୍ୟ ଉଚ୍ଚ ଶିକ୍ଷା ପାଠ ପଢା ପାଇଁ ଛାତ୍ର ବୃତ୍ତି ପ୍ରଦାନ କରାଯାଇଛି। ବିଗତ ୨୦୨୨ _ ୨୩ ଆର୍ଥିକ ବର୍ଷ ପାଇଁ ସମୁଦାୟ ୯୪ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି ପ୍ରଦାନ କରାଯାଇଛି।ସେଥି ମଧ୍ୟରୁ ସ୍ଥାନୀୟ ତିନି ପଞ୍ଚାୟତର ୭୦ ଜଣ ରହିଥିବା ବେଳେ ଅନ୍ୟମାନେ ସ୍ଥାନୀୟ ପାରାଦୀପ ଓ ଆଖପାଖ ପଞ୍ଚାୟତର ରହିଛନ୍ତି। ବିଶେଷ କରି ଆଇ ଟି ଆଇ, ଡିପ୍ଲୋମା,ବି ଟେକ, ଏମ୍ ବି ଏ , ଏମ୍ ସି ଏ, ଭଳି ବିଭିନ୍ନ ଉଚ୍ଚ ଶିକ୍ଷା ତଥା ବୃତ୍ତିଗତ ଶିକ୍ଷା ଗ୍ରହଣ କରୁଥିବ ଛାତ୍ରଛାତ୍ରୀ ମାନଙ୍କୁ ଏହି ବୃତ୍ତି ପ୍ରଦାନ କରାଯାଇଛି। ଏହି ଛାତ୍ରଛାତ୍ରୀ ମାନଙ୍କ ମେଧା ତାଲିକାକୁ ଅନୁଧ୍ୟାନ କରି ପ୍ରତ୍ୟେକଙ୍କୁ ସର୍ବନିମ୍ନ ବାର୍ଷିକ 2/3 ହଜାର ଟଙ୍କା ରୁ ସର୍ବାଧିକ ୫୦ ହଜାର ଟଙ୍କା ଲେଖାଏଁ ବୃତ୍ତି ପ୍ରଦାନ କରାଯାଇଛି। ଚଳିତ ବର୍ଷ ପାଇଁ ସମୁଦାୟ ୨୪ ଲକ୍ଷ ୫୨ ହଜାର ଟଙ୍କା ପ୍ରଦାନ କରାଯାଇଛି।

ଆସନ୍ତା ଆର୍ଥିକ ବର୍ଷ ପାଇଁ ଏହି ବୃତ୍ତି ବାବଦକୁ ୪୦ ଲକ୍ଷ ଟଙ୍କାର ବଜେଟ୍ ଅଟକଳ କରାଯାଇଛି। ଏହି ବୃତ୍ତି ଅର୍ଥରାଶି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଚଳିତ ମାସ ୧୫ ତାରିଖରେ ପ୍ରଦାନ କରାଯାଇଛି। ସ୍ଥାନୀୟ ଅଞ୍ଚଳର ବି ଟେକ ଛାତ୍ରୀ ପୁର୍ଣିମା ସାହୁ, ଅନନ୍ୟା ଦାସ ଏହାକୁ ପାଇବା ପରେ ଅଧିକ ଉତ୍ସାହିତ ହେବା ସହିତ ଖୁସି ପ୍ରକାଶ କରିଛନ୍ତି, ଆଗାମୀ ଦିନରେ ସେମାନେ ଭଲ ପାଠ ପଢି କୃତକାର୍ଯ୍ୟ ହେବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ବୃତ୍ତି ସେମାନଙ୍କ ମନୋବଳ ବଢ଼ାଇବା ସହିତ ଅନ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବ ବୋଲି ସ୍ଥାନୀୟ ଗାଁର ବିଶ୍ବଜିତ ଓଝା, ଶ୍ରାବଣୀ ପୃଷ୍ଟି,ପୃଥିରାଜ ଲେଙ୍କା, ସ୍ବରାଜ ସ୍ବାଇଁ, ବିଶ୍ଵ ବିଶ୍ମୟ ତମିଲ ପ୍ରଧାନ ପ୍ରମୁଖ ଛାତ୍ରଛାତ୍ରୀ ପ୍ରକାଶ କରିଛନ୍ତି। ସହିତ ଜେ ଏସ ଡ ବ୍ଲୁ ପକ୍ଷରୁ ଦୀର୍ଘ ଦିନ ଧରି  ସ୍ଥାନୀୟ ଅଞ୍ଚଳର ଅନେକ କିଛି ଉନ୍ନତି ମୂଳକ କାର୍ଯ୍ୟ କରାଯାଉଛି। ବିଗତ ଦିନରେ ହାଇସ୍କୁଲ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ଜେ ଏସ ଡ ବ୍ଲୁ ଫାଉଣ୍ଡେସନ ପକ୍ଷରୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା। ସହ ମୋ ସ୍କୁଲ ଅଭିଯାନ,ମୋ କଲେଜ ଅଭିଯାନ, ସ୍ଥାନୀୟ ଅଞ୍ଚଳରେ ଥିବା ସ୍ବାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ, ଅଙ୍ଗନବାଡ଼ି ସୌନ୍ଦର୍ଯ୍ୟୀକରଣ , ଷ୍ଟାଡିୟମ ନିର୍ମାଣ,ଆଲୋକୀକରଣ , କ୍ରୀଡା ସାମଗ୍ରୀ ପ୍ରଦାନ, ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ମେସିନ ପ୍ରଦାନ ଭଳି ଅନେକ କିଛି ଉନ୍ନତି ମୂଳକ କାର୍ଯ୍ୟ କରାଯାଇଛି। ଆଗାମୀ ଦିନରେ ଏହିଭଳି କାର୍ଯ୍ୟ ଜାରି ରହିଵ ବୋଲି ଜେ ଏସ ଡ ବ୍ଲୁ ଫାଉଣ୍ଡେସନ ପକ୍ଷରୁ ସୂଚନା ଦିଆଯାଇଛି।