ସ୍କ୍ରବ ଟାଇଫସ୍, ସୁନ୍ଦରଗଡ଼ରେ ପୁଣି ୨୦ ଚିହ୍ନଟ
ଘାତକ ହେଉଛି ସ୍କ୍ରବ ଟାଇଫସ୍ । ୨୪ ଘଣ୍ଟାରେ ପୁଣି ୨୦ ପିଜିଟିଭ ଚିହ୍ନଟ ହୋଇଛନ୍ତି

ଘାତକ ହେଉଛି ସ୍କ୍ରବ ଟାଇଫସ୍ । ୨୪ ଘଣ୍ଟାରେ ପୁଣି ୨୦ ପିଜିଟିଭ ଚିହ୍ନଟ ହୋଇଛନ୍ତି । ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୩୨୮ରେ ପହଂଚିଛି । ସୁନ୍ଦରଗଡ଼ ଜିଲ୍ଲାରେ ଟେନସନ ବଢାଇଛି ସ୍କ୍ରବ ଟାଇଫସ । ପ୍ରତିଦନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ୯୩ଟି ରକ୍ତ ନମୁନା ପରିକ୍ଷା କରାଯାଇଥିଲା ।
ଆଜି ପୁଣି ୨୦ ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂଖ୍ୟା ୩୨୮ରେ ପହଂଚିଛି । ତେବେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାକୁ ଲାଗିଥିବାରୁ ଏହା ସ୍ଵାସ୍ଥ୍ୟ ବିଭାଗର ଟେନସନ ବଢାଇଛି । ସ୍କ୍ରବ୍ ଟାଇଫସ୍ର ପ୍ରକୃତ କାରଣ ଖୋଜୁଛି ଏହି କେନ୍ଦ୍ରୀୟ ଟିମ୍ । ସ୍କ୍ରବ୍ ଟାଇଫସ୍ ପାଇଁ ବର୍ତ୍ତମାନ ଚିନ୍ତାରେ ପଶ୍ଚିମ ଓଡିଶା ।
ବିଶେଷ ଭାବେ ସୁନ୍ଦରଗଡ ଓ ବରଗଡ଼ ଜିଲ୍ଲାରେ ଅ।କ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢିବାରେ ଲାଗିଥିବାରୁ ଏହା ସ୍ଵାସ୍ଥ୍ୟ ବିଭାଗ ପାଇଁ ଟେନସନ ବଢାଇଛି । ବରଗଡ଼ ଜିଲ୍ଲାରେ ଧୀରେ ଧୀରେ ପଜିଟିଭ ସଂଖ୍ୟା ବଢିବାକୁ ଲାଗିଥିବା ବେଳେ ଏହାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚିନ୍ତା ପ୍ରକଟ କରିବା ସହ ଗ୍ରାଉଣ୍ଡ ଜିରୋରେ କ’ଣ ରହିଛି ସ୍ଥିତି ଏହାକୁ ଅନୁଧ୍ୟାନ କରୁଛନ୍ତି ।