ମହିଳା ମାନଙ୍କୂ ବିଭିନ୍ନ କ୍ଷେତ୍ରରେ ଜେଏସଡବ୍ଲୁ ଷ୍ଟିଲର ଅଗ୍ରାଧିକାର

ଆନ୍ତର୍ଜାତିକ ମହିଳା ଦିବସ ସପ୍ତାହ ପାଳନ ଅବସରରେ ଜେ ଏସ ଡ ବ୍ଲୁ ପକ୍ଷରୁ ଘୋଷଣା, Ladies First

ମହିଳା ମାନଙ୍କୂ ବିଭିନ୍ନ କ୍ଷେତ୍ରରେ ଜେଏସଡବ୍ଲୁ ଷ୍ଟିଲର ଅଗ୍ରାଧିକାର

ପାରାଦୀପ _ ଜେ ଏସ ଡ ବ୍ଲୁ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ସପ୍ତାହ ପାଳନ କରାଯାଇଛି। ଏହି ଅବସରରେ ପାରାଦୀପ ସ୍ଥିତ ଜେ ଏସ ଡ ବ୍ଲୁ କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଇଛି।ସ୍ଥାନୀୟ ମଧୁବନ ସ୍ଥିତ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ମାନେ ମହିଳା ଦିବସ ପାଳନର ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।ସାରା ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ମହିଳା ମାନେ ନିଜର ଯୋଗ୍ୟତା ଓ ଅଭିଜ୍ଞତାକୁ ଭିତ୍ତି କରି ନିଜର କାର୍ଯ୍ୟ ସଠିକ ଭାବେ କରି ଆସୁଛନ୍ତି। ସେହିପରି ଜେ ଏସ ଡ ବ୍ଲୁ କାର୍ଯ୍ୟାଳୟରେ ମଧ୍ୟ ଅନେକ ସ୍ଥାନୀୟ ମହିଳା କାର୍ଯ୍ୟ କରି ଆସୁଛନ୍ତି ଯାହା ପ୍ରଶଂସନୀୟ। ଆଜିର ଦିନରେ ୧୪ ଜଣ ସ୍ଥାନୀୟ ମହିଳା ବିଭିନ୍ନ ବିଭାଗରେ ନିଷ୍ଠାର ସହିତ କାର୍ଯ୍ୟ କରି ଆସୁଛନ୍ତି।ଜଣେ ମହିଳାଙ୍କୁ ଏକାଧାରରେ ଜାୟା , ଜନନୀ, ଭଗିନୀ ଭାବରେ ବିବେଚନା କରାଯାଇ ଥାଏ। ସେମାନଙ୍କ ସେବା ଓ ତ୍ୟାଗ ସମାଜ ପାଇଁ ଅତୁଳନୀୟ।

      ଏହି ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଜେ ଏସ ଡ ବ୍ଲୁ ସ୍ଥାନୀୟ କାର୍ଯ୍ୟାଳୟର ମହିଳା କର୍ମଚାରୀ ମାନେ କେକ୍ କାଟି ଏହି ଉତ୍ସବକୁ ପାଳନ କରିଥିଲେ।ପରେ ସେମାନଙ୍କୁ କମ୍ପାନୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଗାମୀ ଦିନରେ ପାରାଦୀପ ସମୁଦ୍ର ଉପକୂଳରେ ମହିଳା ମାନଙ୍କ ପାଇଁ ଏକ ବସ୍ ରେ ଅତ୍ୟାଧୁନିକ ଶୈଳୀରେ ସ୍ବତନ୍ତ୍ର ଶୈଚାଳୟର ବ୍ୟବସ୍ଥା କରାଯାଉଛି । ଏଥି ସହିତ ଜେ ଏସ ଡ ବ୍ଲୁ ଖଣି ଅଞ୍ଚଳରେ ଓ ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳରେ ମହିଳା ମାନଙ୍କ ନିଯୁକ୍ତିରେ ଅଗ୍ରାଧିକାର ଦିଆଯିବାର ଲକ୍ଷ୍ୟ ରଖାଯାଇଛି। ଆନ୍ତର୍ଜାତିକ ମହିଳା ଦିବସ ସପ୍ତାହ ଅବସରରେ ମହିଳା କର୍ମଚାରୀ ମାନଙ୍କୁ ସମ୍ମାନୀତ କରାଯାଇ ଥିବାରୁ କାର୍ଯ୍ୟାଳୟର ମହିଳା କର୍ମଚାରୀ ଅନୁରୁପା ପଟ୍ଟନାୟକ,ପ୍ରଞ୍ଜା ମହାନ୍ତି ପ୍ରମୁଖ କୃତଜ୍ଞତା ଜଣାଇଛନ୍ତି।