ସୋମବାର ପୁରୀରେ କଂଗ୍ରେସର ବିଶାଳ ସମାବେଶ, ଉଠିବ ଶ୍ରୀମନ୍ଦିର ପ୍ରସଙ୍ଗ

ସୋମବାର ପୁରୀରେ କଂଗ୍ରେସର ବିଶାଳ ସମାବେଶ, ଉଠିବ ଶ୍ରୀମନ୍ଦିର ପ୍ରସଙ୍ଗ

ସୋମବାର ପୁରୀରେ କଂଗ୍ରେସର ବିଶାଳ ସମାବେଶ, ଉଠିବ ଶ୍ରୀମନ୍ଦିର ପ୍ରସଙ୍ଗ

ଆସନ୍ତାକାଲି (ସୋମବାର) ପୁରୀରେ କଂଗ୍ରେସର ବିଶାଳ ସମାବେଶ । ସାଧାରଣ ନିର୍ବାଚନ ପୂର୍ବରୁ ସକ୍ରିୟ ହେଉଛି କଂଗ୍ରେସ ସଂଗଠନ । ବିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ସରକାରୀ ବିରୋଧୀ ଆହ୍ବାନ ଦିଆଯାଉଛି ।

ଦକ୍ଷିଣରେ କଂଗ୍ରେସର ଶକ୍ତି ପ୍ରଦର୍ଶନ ପରେ ଏବେ ଉପକୂଳ ପୁରୀରେ ବିଶାଳ ସମାବେଶ କରିବ କଂଗ୍ରେସ । କାଲି ଶ୍ରୀମନ୍ଦିରର ରତ୍ନଭଣ୍ଡାର ମରାମତି ଓ କାର୍ତ୍ତିକ ମାସ ପୂର୍ବରୁ ଚାରି ଦ୍ବାର ଖୋଲିବା ଦାବି କରି ବର୍ଷିବ କଂଗ୍ରେସ । ପ୍ରାୟ 5 ହଜାରରୁ ଅଧିକ ଜନସାଧାରଣ ସମାଗମ ହେବାର ଆକଳନ କରିଛି କଂଗ୍ରେସ ।

ବନ୍ଦ ରହିଥିବା ପୁରୀ ମନ୍ଦିରର ଚାରି ଦ୍ବାରକୁ ସାରା ଓଡ଼ିଶା ଏବଂ ବିଶ୍ବର ଜଗନ୍ନାଥ ପ୍ରେମୀ, ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦାବିକୁ ସମ୍ମାନ ଜଣାଇ ତୁରନ୍ତ ଖୋଲାଯାଉ । ଯାହାଦ୍ବାରା ଆଗାମୀ କାର୍ତ୍ତିକ ମାସରେ ସେଠାରେ ହବିଷିଆଳୀଙ୍କଠାରୁ ଆରମ୍ଭ କରି ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କର ଦର୍ଶନ ସୁବିଧାରେ ପାଇବେ । ଚାରିଦ୍ବାର ଖୋଲିବା ହିଁ ପ୍ରଦେଶ କଂଗ୍ରେସର ଦାବି । ଏ ସଂକ୍ରାନ୍ତରେ ପୂର୍ବରୁ ପୁରୀ ଜିଲ୍ଲା କଂଗ୍ରେସ ତା'ର କାର୍ଯ୍ୟକାରିଣୀରେ ପ୍ରସ୍ତାବ ପାରିତ କରିଛି । ସରକାର ଜଗନ୍ନାଥ ପ୍ରେମୀଙ୍କ ବିଶ୍ବାସ ଓ ଭାବାବେଗ ସହିତ ନ ଖେଳିବା ପାଇଁ ଚେତାବନୀ ଦେଇଛି କଂଗ୍ରେସ ।