ସ୍ଥାନାନ୍ତର ହେବ ରତ୍ନଭଣ୍ଡାରର ଖାଲି ସିନ୍ଦୁକ ଓ ଆଲମିରା

ତେବେ ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର ଦିନ ଶ୍ରୀଜିଉଙ୍କ ନୀତି ବ୍ୟାହତ ନହେବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ।

ସ୍ଥାନାନ୍ତର ହେବ ରତ୍ନଭଣ୍ଡାରର ଖାଲି ସିନ୍ଦୁକ ଓ ଆଲମିରା

ସ୍ଥାନାନ୍ତର ହେବ ରତ୍ନଭଣ୍ଡାରର ଖାଲି ସିନ୍ଦୁକ ଓ ଆଲମିରା । ଆସନ୍ତା 23 ତାରିଖରେ ରତ୍ନଭଣ୍ଡାରରୁ ଆଲମିରା ଓ ସିନ୍ଦୁକକୁ ସ୍ଥାନାନ୍ତର କରାଯିବ । ତେବେ ମିଳିଥିବା ସୂଚନା ମୁତାବକ, ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ ଏହି ସ୍ଥାନାନ୍ତର କରାଯିବ । ଏହାପରେ ଏହାକୁ ପୁରୀ ନୀଳାଦ୍ରି ବିହାର ମ୍ୟୁଜିୟମ ନିକଟ ଏକ ଗୃହରେ ରଖାଯିବ ।

ତେବେ ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର ଦିନ ଶ୍ରୀଜିଉଙ୍କ ନୀତି ବ୍ୟାହତ ନହେବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ଭିତର ରତ୍ନଭଣ୍ଡାର ଖୋଲାଯାଇ ରତ୍ନ ସ୍ଥାନାନ୍ତର କରାଯାଇତିଲା । ଏହାକୁ ବର୍ତ୍ତମାନ ଏକ ଅସ୍ଥାୟୀ ଜାଗାରେ ରଖାଯାଇଛି । ହେଲେ ଏବେ ରତ୍ନଭଣ୍ଡାର ଭିତରେ ଏବେ ବି ସିନ୍ଦୁକ ଓ ଆଲମିରା ରହିଛି, ଯାହାକୁ କି ଏବେ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି ।