ସୁସ୍ଥ ହେଲେ ଶ୍ରୀଜିଉ : ଆଜି ରାଜପ୍ରାସାଦ ବିଜେ ନୀତି

ଦଶମୂଳ ମହୈାଷଧି ଅର୍ପଣ ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ ।

ସୁସ୍ଥ ହେଲେ ଶ୍ରୀଜିଉ : ଆଜି ରାଜପ୍ରାସାଦ ବିଜେ ନୀତି

ଦଶମୂଳ ମହୈାଷଧି ଅର୍ପଣ ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ । ଆଜି ଦ୍ୱାଦଶୀ ତିଥିରେ ମହାପ୍ରଭୁଙ୍କର ଅନୁଷ୍ଠିତ ହେବ ରାଜପ୍ରାସାଦ ବିଜେ ନୀତି । ସକାଳ ଧୂପ ସରିବା ପରେ ଶ୍ରୀମନ୍ଦିରରୁ ଶ୍ରୀନଅରକୁ ରାଜପ୍ରାସାଦ ବିଜେ କରାଯିବ । ମହାବାହୁ ଆରୋଗ୍ୟଲାଭ କରିଥିବା ବେଳେ ଏହି ଖବର ଗଜପତି ମହାରାଜଙ୍କୁ ସୂଚିତ କରାଯିବ । ଦଇତାପତି ଓ ବିଦ୍ୟାପତି ଚନ୍ଦନ ଓ ପାଟବସ୍ତ୍ର ନେଇ ଶ୍ରୀମନ୍ଦିରରୁ ଶ୍ରୀନଅରକୁ ବିଜେ କରିବେ ।