ଖଟିଆରେ ବୁହା ହେଳେ ଗର୍ଭବତୀ, ରାସ୍ତାରେ କଲେ ପ୍ରସବ

ଜନନୀ ଯନ୍ତ୍ରଣା,,ଫବସିପାଲି କୁ ରାସ୍ତା ନାହିଁ, ଖଟିଆରେ ବୁହା ହେଳେ ଗର୍ଭବତୀ, ରାସ୍ତାରେ କଲେ ପ୍ରସବ

ଖଟିଆରେ ବୁହା ହେଳେ ଗର୍ଭବତୀ, ରାସ୍ତାରେ କଲେ ପ୍ରସବ

ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ଗ୍ରାମ ପଂଚାୟତର ଫବସିପାଲି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଗାଁକୁ ରାସ୍ତା ନଥିବାରୁ ଖଟିଆରେ ବିଲ ହିଡ ଦେଇ ଜଣେ ପ୍ରସୂତି ମହିଳାଙ୍କୁ ଡାକ୍ତଖାନାକୁ ଅଣାଯାଉଥିଲା ।

ତେବେ ପ୍ରସବ ବେଦନା ସହି ନପାରି ବିଲ ହିଡରେ ମହିଳା ଜଣକ ପ୍ରସବ କରିଥିବା ସୁଚନା ମିଳିଛି । ଆଜି ଫବସିପାଲି ଗାଁର ଫିରୋଜ ମିର୍ଦ୍ଧାଙ୍କ ପତ୍ନୀ ଗୋଲାପି ମିର୍ଦ୍ଧାଙ୍କ ପ୍ରସବ ବେଦନା ହୋଇଥିଲା । ପରିବାର ଲୋକ ଡାକ୍ତରଖାନାକୁ ନେବା ପାଇଁ 102 ଆମ୍ବୁଲାନ୍ସକୁ ଫୋନ ଯୋଗେ ଜଣାଇଥିଲେ । ତେବେ ଗାଁକୁ ସବୁଦିନିଆ ରାସ୍ତା ନଥିବାରୁ ଗାଁକୁ ଅମ୍ବୁଲାନ୍ସ ଯାଇ ପାରି ନଥିଲା ।

ଫଳରେ ପରିବାର ଲୋକ ବିଲ ହିଡ ଦେଇ ପ୍ରାୟ ଦୁଇ କିଲୋମିଟର ଦୂର ଏକ ଖଟିଆ ଯୋଗେ ପ୍ରସୂତି ମହିଳାଙ୍କୁ ଆଣୁଥିଲେ । ହେଲେ ଅଧା ବାଟରେ ମହିଳା ଜଣକ ପ୍ରସବ ବେଦନା ବଢିବାରୁ ସେ ବିଲ ହିଡରେ ପ୍ରସବ କରିଥିଲେ ।

ଏହି ଗାଁକୁ ରାସ୍ତା ନଥିବାରୁ ଖରା ବର୍ଷା ଶୀତ ସବୁଦିନ ବିଲ ହିଡ ଦେଇ ଯାତାୟତ କରନ୍ତି ଗ୍ରାମବାସୀ । ଏନେଇ ବିଭିୁନ୍ନ ସମୟରେ ନେତା ମନ୍ତ୍ରୀଠୁ ଆରମ୍ଭ କରି ପ୍ରଶାସନକୁ ଜଣାଇଥିଲେ ହେଁ ରାସ୍ତା ଖଣ୍ଡେ ହୋଇ ପାରୁ ନାହିଁ । ଏ ନେଇ ପୁର୍ବରୁ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ମଧ୍ୟ ଫଳ ଶୁନ୍ୟ ହୋଇଥିଲା ।

ଅବଶ୍ୟ ଗଣମାଧ୍ୟମରେ ଖବର ପ୍ରକାଶ ପରେ ବ୍ଲକ ପ୍ରସାଶନ ତତ୍ପରତା ପ୍ରକାଶ କରି ରାସ୍ତା ପାଇଁ ଚେଷ୍ଟା କରିଥିବା ସୁଚନା ମିଳିଛି । ଏହି ଉପାନ୍ତ ବହଳପଦର ପଂଚାୟତ ର ଏହି ଫବସିପାଲି କୁ ରାସ୍ତା ନ ଥିବା ଫଳରେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ଚର୍ଚ୍ଚା ହେଉଛି ।

ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର