୩ ବର୍ଷୀୟା ଶିଶୁ କନ୍ୟାଙ୍କୁ ବଳାତ୍କାର

ମୁର୍ମୁଷୁ ଅବସ୍ଥାରେ ସମୁଦ୍ର ବେଳା ଭୂମି ରୁ ଉଦ୍ଧାର, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

୩ ବର୍ଷୀୟା ଶିଶୁ କନ୍ୟାଙ୍କୁ ବଳାତ୍କାର

ପାରାଦୀପ ୨୮-୦୭ ପାରାଦୀପ ଜଟାଧାରମୁହାଣ ଥାନା ଅଞ୍ଚଳରେ ଶୁକ୍ରବାର ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୩ ବର୍ଷୀୟା ଶିଶୁ କନ୍ୟାଙ୍କୁ ବଳାତ୍କାର କରି ସମୁଦ୍ର ବାଲିରେ କେହି ପକାଇ ଦେଇଥିଲେ। ସେଠାରୁ ମୁର୍ମୁଷୁ ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ପ୍ରଥମେ ବିଜୁ ମେମୋରିଆଲ ହସପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଉକ୍ତ ଶିଶୁକନ୍ୟା ଭୋର ୫ ଟାରେ ଉଠି ଘର ପାଖରେ ଖେଳୁଥିବା ବେଳେ ଅଭିଯୁକ୍ତ ବଳାତ୍କାରୀ ତାଙ୍କୁ ଉଠେଇ ନେଇ ନିକଟସ୍ଥ ବେଳାଭୂମି ଝାଉଁ ଜଙ୍ଗଲରେ ବଳାକ୍ରାର କରିଥିବା କୁହାଯାଉଛି। ଶିଶୁ କନ୍ୟା ଙ୍କର ପ୍ରଚୁର ରକ୍ତସ୍ରାବ ହେବାସହ ମୁର୍ମୁଷୁ ଅବସ୍ଥାରେ ସେଠାରେ ପଡିଥିଲେ। ସେହି ସମୟରେ ମା ବାପା ଝିଅକୁ ଖୋଜୁଥିଲେ। ଏତିକି ବେଳେ ଜଣେ ପଡୋଶୀ ଦମ୍ପତି ଝିଅକୁ ଆଣି ଘରେ ପହଞାଇବା ସହ ଘଟଣା ସମ୍ପର୍କରେ କହିଥିଲେ। ପରେ ସେମାନେ ଝିଅକୁ ନେଇ ପ୍ରଥମେ ଜଟାଧାରମୁହାଣ ସାମୁଦ୍ରିକ ଥାନାକୁ ଯାଇଥିଲେ। ପୋଲିସ ତାଙ୍କୁ ହସପିଟାଲ ପଠାଇ ତଦନ୍ତ ଆରମ୍ଭ କରିଛି। ରିପୋର୍ଟ ଲେଖା ହେବା ସୁଦ୍ଧା ଅଭିଯୁକ୍ତ ସମ୍ପର୍କରେ ସୂଚନା ମିଳିନାହିଁ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପରିବେଶ ସୃଷ୍ଟି ହୋଇଛି।