ମାଲ ବୋଝେଇ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କଲା ଜେ ଏସ ଡବ୍ଲୁ
ମାଲ ବୋଝେଇ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କଲା ଜେ ଏସ ଡବ୍ଲୁ

ମାଲ ପରିବହନ କ୍ଷେତ୍ରରେ ଜେ ଏସ ଡ ବ୍ଲୁ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ଗୋପାଳପୁର ବନ୍ଦରରେ ଲାଗିଥିବା ଏମ୍ ଭି ରିଚି ସ୍ପ୍ରିଙ୍ଗ ନାମକ ଏହି ଜାହାଜରେ କମ୍ପାନୀ ପକ୍ଷରୁ ମାନୁଆଲ ଲୋଡିଙ୍ଗ ଜରିଆରେ ଗୋଟିଏ ଦିନରେ ୫୨. ୦୨୦ ମେଟ୍ରିକ୍ ଟନ୍ ଲୁହାପଥର ବୋଝେଇ କରି ଏହି ସଫଳତା ହାସଲ କରିପାରିଛି।ମାଲ ବୋଝେଇ ପରେ ଏହି ଜାହାଜଟି ଚାଇନା ଅଭିମୁଖେ ଯାତ୍ରା କରିଛି। ଏହି ଜାହାଜରେ ମାଲ୍ ବୋଝେଇ ପାଇଁ ଚାରି ଦିନରୁ ଅଧିକ ସମୟ ଥିବା ବେଳେ ଜେ ଏସ ଡ ବ୍ଲୁ କର୍ମଚାରୀ ଓ ଅଧିକାରୀ ମାନଙ୍କ ଆନ୍ତରିକ ଉଦ୍ୟମ ଓ ସଠିକ ଭାବେ ସମୟ ପରିଚାଳନା ପାଇଁ ଏହି ସଫଳତା ହାସଲ କରିପାରିଛି। ଏଥି ସହିତ ପ୍ରାୟ ଦେଢ଼ ଦିନରୁ କମ୍ ସମୟ ମଧ୍ୟରେ ସମୁଦାୟ ୮୬ ହଜାର ୭୦୦ ମେଟ୍ରିକ୍ ଟନ୍ ଲୁହାପଥର ବୋଝେଇ କରି ପାରିଛି।ଯାହା ଫଳରେ କି କମ୍ପାନୀ ହାରାହାରି ୩୦ ଲକ୍ଷ ଟଙ୍କା ବଞ୍ଚେଇ ପାରିଛି। ଏହି ମାଲ୍ ବୋଝେଇ କାର୍ଯ୍ୟ ପାଇଁ ଗୋପାଳପୁର ବନ୍ଦରର କର୍ମଚାରୀ ଓ ଅଧିକାରୀ ମାନଙ୍କ ସହିତ ସଠିକ ସମନ୍ୱୟ ରକ୍ଷା କରା ଯାଇଥିଲା ବେଳେ ବନ୍ଦର ପକ୍ଷରୁ ମଧ୍ୟ ଯଥେଷ୍ଟ ସହଯୋଗ କରାଯାଇଥିଲା। ଏହି ସଫଳତା ପାଇଁ ଜେ ଏସ ଡ ବ୍ଲୁ ର ସମସ୍ତ କର୍ମଚାରୀ ଓ ଅଧିକାରୀ ମାନଙ୍କୁ କମ୍ପାନୀ ପକ୍ଷରୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା ବେଳେ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିଯାଇଛି।