ପାରାଦୀପ ବନ୍ଦର ରୁ ମୁଲ୍ୟବାନ୍ କୋଇଲା ଲୁଟ୍
ସନ୍ଦେହ ବଳୟରେ ସିଆଇଏସ୍ଏଫ୍ ଓ କ୍ରାଇମ୍ ସ୍କ୍ୱାର୍ଡ , ଟପ୍ ଟୁ ବଟମ୍ ଏନଭଲପ୍

ପାରାଦୀପ : ବନ୍ଦର ନିଷିଦ୍ଧାଞ୍ଚଳରୁ ବେଶ୍ ଚତୁରତାର ସହିତ ହେଉଛି କୋଇଲା ଲୁଟ୍ । ଏହା କୁ ଏପରି ସେଟିଂ ରେ କରା ଯାଉଛି ଯେ ଧରିବା ଏକ ପ୍ରକାର ଅସମ୍ଭବ ହୋଇ ପଡିଛି । ଏହା ଦୀର୍ଘ ଦିନ ଧରି ରିତିମତ ଚାଲୁଥିଲେ ମଧ୍ୟ ଏହାକୁ ପ୍ରମାଣିତ କରିବା ଏକ ପ୍ରକାର ଆକାଶକୁ ଟେକା ପକାଇବା ସଦୃଶ ପାଲଟିଛି। ତେବେ ଚୋର ଘର ସବୁଦିନ ଅନ୍ଧାର ନଥିବା ପରି ଆଜି କେତେକ ସାଧାରଣ ଗାଡ଼ି ମାଲିକ ଏହି ଚୋରା କେଳେଙ୍କାରୀ ର ପର୍ଦ୍ଧାଫାଶ କରିବାକୁ ସକ୍ଷମ ହୋଇଛନ୍ତି। ବନ୍ଦର ନିଷିଦ୍ଧାଞ୍ଚଳରୁ ପ୍ରାୟ ୬ଟି ଗାଡ଼ି ରେ ଏହି ଚୋରା କୋଇଲା ଚାଲାଣ ହେଉଥିବା ବେଳେ ତାକୁ ଖବର ପାଇ ଗୋଡ଼ାଇ ଥିଲେ ସ୍ଥାନୀୟ ଜେସିସି ର କେତେକ କର୍ମକର୍ତ୍ତା ।
କିନ୍ତୁ ଏହା ମଧ୍ୟ ରେ ପ୍ରାୟ ୫ଟି ଗାଡ଼ି ଚଞ୍ଚକତା କରି ଖସି ଯାଇଥିବା ବେଳେ ଗୋଟିଏ ଗାଡ଼ି କିନ୍ତୁ ଧରା ପଡି ଯାଇଥିଲା । ତେବେ ଉକ୍ତ ଗାଡ଼ିରେ ନା କୋଇଲା ଚାଲାଣ ର କାଗଜପତ୍ର ଥିଲା ନା ଥିଲା ଟ୍ରାନ୍ସପୋର୍ଟର ଡିଟେଲ୍ସ୍ । ଯାହାକୁ ନେଇ ସନ୍ଦେହ ଉପୁଜିବା ରୁ ଜେସିସି କର୍ମକର୍ତ୍ତା ଉକ୍ତ ଗାଡିକୁ ପୋଲିସ୍ କୁ ହସ୍ତାନ୍ତର କରିଥିଲେ । ତେବେ ପୋଲିସ୍ ଉକ୍ତ ଟ୍ରକ୍ କୁ ଆଣି ଅଠରବାଙ୍କି ସ୍ଥିତ ଘନଗଳିଆ ଆଉଟ୍ ପୋଷ୍ଟ୍ କଣ୍ଟେନର୍ ନିକଟରେ ବା ପାରାଦୀପ ବନ୍ଦର ର ମୁଖ୍ୟ ପ୍ରବେଶ ପଥ ଅଠରବାଙ୍କି ଗେଟ୍ ସମ୍ମୁଖରେ ରଖିଛି । ଯାହାକୁ ନେଇ ଚାରିଆଡ଼େ ବିଜୁଳି ବେଗରେ ଖବର ପ୍ରଚାରିତ ହୋଇଛି ।
ତେବେ ଏଠି ପ୍ରଶ୍ନ ଉଠୁଛି ଦେଶର ଏକ ନମ୍ବର ବନ୍ଦର ଭାବରେ ପାରାଦୀପ ବନ୍ଦର ର ଖ୍ୟାତି ବଢୁଥିବା ବେଳେ ଏଥିରେ କିଏ କଳା ଦାଗ ଲଗାଇବାକୁ ଉଦ୍ୟମ କରୁଛି ? ବନ୍ଦର ରେ ଆଇଏସ୍ ପିଏସ୍ କୋଡ୍ ବା ଇଣ୍ଟରନ୍ୟାସନାଲ୍ ସିକ୍ୟୁରିଟୀ ସିଷ୍ଟମ୍ କାର୍ଯ୍ୟ କରୁଥିବା ବେଳେ ଏଥିରେ ଏ ପ୍ରକାର ଚୋରୀ ହେଉଛି କେମିତି ? ଗୋଟିଏ ସାଧାରଣ ଲୋକ ବା ସାମ୍ବାଦିକ ଙ୍କ ପାଇଁ ବନ୍ଦର ନିଷିଦ୍ଧାଞ୍ଚଳରେ ଅନେକ କଟକଣା ଲାଗୁ ହେଉଥିବା ବେଳେ ଏ ପ୍ରକାର ଚୋରୀ କାର୍ଯ୍ୟ ରେ ସେସବୁ କୋହଳ କଣ ପାଇଁ ? ବନ୍ଦର ନିଷିଦ୍ଧାଞ୍ଚଳର ସୁରକ୍ଷା ଦାୟିତ୍ଵ ଦେଶର ସର୍ବଶ୍ରେଷ୍ଠ ସିକ୍ୟୁରିଟୀ ସଂସ୍ଥା ସିଆଇଏସ୍ଏଫ୍ ବା ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟୀ ଫୋର୍ସ୍ ଉପରେ ନ୍ୟସ୍ତ ଥିବା ବେଳେ ଏ ଚୋରା କାରବାର କିପରି ହେଉଛି ? ସିଆଇଏସ୍ଏଫ୍ କ୍ରାଇମ୍ ସ୍କ୍ୱାର୍ଡ ଓ ଟ୍ରାଫିକ ଡିପାର୍ଟମେଣ୍ଟ୍ ସ୍କ୍ୱାର୍ଡ ଏଠି କରୁଛନ୍ତି କଣ ? କେଉଁଥି ପାଇଁ ତାଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦରମା ଦିଆଯାଇ ରଖାଯାଇଛି । ତେବେ ବନ୍ଦର ମଧ୍ୟ ରେ ପ୍ରାୟ ସବୁ ବିଦେଶରୁ ଆମଦାନୀ କୋଇଲା ଆସିଥାଏ ଯାହା ଆନୁମାନିକ ମୁଲ୍ୟ ଟନ୍ ପିଛା ପ୍ରାୟ ୧୨ ରୁ ୧୪ ହଜାର ଟଙ୍କା ହୋଇଥାଏ । ଯଦି ଗୋଟିଏ ଗାଡ଼ି ରେ ପ୍ରାୟ ୩୦ଟନ୍ ମାଲ୍ ଲୋଡ୍ ହେଲା ତାହେଲେ ତାର ଆନୁମାନିକ ମୁଲ୍ୟ ପ୍ରାୟ ୪ଲକ୍ଷ ୨୦ ହଜାର ଟଙ୍କା ହୋଇଥାଏ । ତେବେ ଯଦି ବିନା ପରିଶ୍ରମରେ ବିନା ଇନଭେଷ୍ଟ୍ ମେଣ୍ଟ୍ ରେ ଗୋଟିଏ ଗାଡିରୁ ପ୍ରାୟ ୪ଲକ୍ଷରୁ ଉର୍ଦ୍ଧ ରୋଜଗାର ହେଉଛି ତାହେଲେ ଏକାଧିକ ଗାଡ଼ିରୁ କେତେ ? ଦୈନିକ କେତେ ? ମାସିକ କେତେ ? ବାର୍ଷିକ କେତେ ? ତେଣୁ ଏକ ବିଶ୍ଵସ୍ତ ସୁତ୍ରରୁ ଜଣାପଡିଛି ଯେ ଏ ସବୁ ମିଲିଭଗତ୍ କାରନାମା , ଟପ୍ ଟୁ ବଟମ୍ ସମସ୍ତେ ମିଳିମିଶି ଏ ପ୍ରକାର ଚୋରୀ କାର୍ଯ୍ୟ କୁ ପ୍ରୋତ୍ସାହନ ଦେଉଛନ୍ତି। ନହେଲେ ଚୋରୀ ହେଉଛି କେମିତି ? ଯେଉଁଠି ବନ୍ଦର ବାହାରେ ଚୋରା ଚାଲାଣ ଗାଡ଼ି ଧରା ପଡୁଛି କିନ୍ତୁ ବନ୍ଦର ନିଷିଦ୍ଧାଞ୍ଚଳରେ ସୁରୁଖୁରୁରେ ପାର ହୋଇ ଯାଉଛି । ଏନେଇ କୌଣସି ସଂଘ , ସଂସ୍ଥା, ବ୍ୟକ୍ତି ବିଶେଷ କେହିବି ମୁହଁ ଖୋଲିବାକୁ ନାରାଜ । କାହିଁକି ନା ଏହି କାର୍ଯ୍ୟରେ ଗୋଟିଏ ହାତରେ ମାଲାମାଲ୍ ଟଙ୍କା ଓ ଅନ୍ୟ ହାତରେ ବନ୍ଧୁକ କଥା କହୁଛି ବୋଲି ଜଣେ ଗାଡ଼ି ମାଲିକ ତଥା ଜେସିସି କର୍ମକର୍ତ୍ତା ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି ।
ତେବେ ରେକର୍ଡ ଉପରେ ରେକର୍ଡ ସାଉଁଟି ଚାଲିଥିବା ପୂର୍ବ ଉପକୂଳର ଏ ବନ୍ଦର ଦେଶ ବିଦେଶରେ ବେଶ୍ ଖ୍ୟାତି ଅର୍ଜ୍ଜନ କରିବା ସହ ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣି ଦେଇଛି । କିନ୍ତୁ କିଛି କଳା ବେପାରୀ ଓ କିଛି ଲାଞ୍ଚୁଆ କର୍ମଚାରୀ ଯେ ଏପରି ଚୋରା କାରବାର କରି ପାରାଦୀପ ବନ୍ଦର ସୁନାମକୁ ମାଟିରେ ମିଶାଇ ଦେବେ ଏଥିରେ ସନ୍ଦେହ ନାହିଁ । ତେଣୁ ଏଥିପ୍ରତି ଜଣେ ସଚେତନ ନାଗରିକ ତଥା ପାରାଦୀପ ବାସିନ୍ଦା ଙ୍କ ସମେତ ଜଣେ ସଚ୍ଚୋଟ ପାରାଦୀପ ପ୍ରେମୀ ସମସ୍ତେ ଏଥି ପ୍ରତି ସଚେତନ ରହିବା ନିହାତି ଆବଶ୍ୟକ ।