ପ୍ରଥମ ଦିନିକିଆରେ ଭାରତର ସହଜ ବିଜୟ
ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଲୋ ସ୍କୋରିଂ ପ୍ରଥମ ଦିନିକିଆରେ ଭାରତ ପାଞ୍ଚ ୱିକେଟରେ ସହଜ ବିଜୟ ହାସଲ କରିଛି

ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଲୋ ସ୍କୋରିଂ ପ୍ରଥମ ଦିନିକିଆରେ ଭାରତ ପାଞ୍ଚ ୱିକେଟରେ ସହଜ ବିଜୟ ହାସଲ କରିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍ କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜାଙ୍କ ସ୍ପିନ୍ ଜାଲରେ ଫସିଥିଲା । ଓ୍ବେଷ୍ଟଇଣ୍ଡିଜ ୨୩ ଓଭରରେ ମାତ୍ର ୧୧୪ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । କୁଲଦୀପ ଯାଦବ ୪ଟି ଓ ଜାଡେଜା ୩ଟି ଓ୍ବିକେଟ୍ ନେଇଥିଲେ। ଜବାବରେ ଭାରତ ୨୨.୫ ଓଭରରେ ପାଞ୍ଚ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା।
ଦଳ ପକ୍ଷରୁ ଓପନର୍ ଇଶାନ୍ କିଶାନ୍ ସର୍ବାଧିକ ୫୨ ରନ୍ କରିଥିଲେ। ସୂର୍ଯ୍ୟକୁମାର ୧୯ ରନ୍ କରି ଆଉଟ୍ ହୋଇଥିଲେ। ଜାଡେଜା ୧୬ ଓ ଅଧିନାୟକ ରୋହିତ ଶର୍ମା ୧୨ ରନ୍ କରି ଅପରାଜିତ ରହିଥିଲେ। କୁଲଦୀପ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ |