କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ର କଡ଼ା ଆଭିମୁଖ୍ୟ
ଅନ୍ଧାରରେ ରଖି ଅନୁମତି ହାତେଇଥିବା ଚିଠି ଉପରେ ସ୍ପଷ୍ଟୀକରଣ ଦେଲା ଜିଲ୍ଲା ପ୍ରଶାସନ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର

କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ର କଡ଼ା ଆଭିମୁଖ୍ୟ
ଅନ୍ଧାରରେ ରଖି ଅନୁମତି ହାତେଇଥିବା ଚିଠି ଉପରେ ସ୍ପଷ୍ଟୀକରଣ ଦେଲା ଜିଲ୍ଲା ପ୍ରଶାସନ
ପ୍ଲଟ୍ ଆଲର୍ଟ ମେଣ୍ଟ୍ ନାହିଁ,
ବାଲି ମଧ୍ୟ କେଉଁଠି ଷ୍ଟକ୍ ରଖାଯାଇ ନାହିଁ,
ଏପରିକି କେଉଁ ଜିଲ୍ଲା ଓ କେଉଁ ଘାଟରୁ ବାଲି ଉଠାଯିବ ସେନେଇ ମଧ୍ୟ କୌଣସି ସୂଚନା ନାହିଁ କିନ୍ତୁ ଜାହାଜ ଆସି ବାଲି ନେବାପାଇଁ ପାରାଦୀପରେ ଡେରା ପକାଇଲାଣି।
ଏହା ଯେମିତି ଜଣାପଡ଼ୁଛି ବରଯାତ୍ରୀ ଆସି ଦୁଆର ମୁହଁରେ କିନ୍ତୁ କନ୍ୟା ଘର ଲୋକ ତରବରରେ ବରଯାତ୍ରୀ ଙ୍କ ପାଇଁ ରୋଷେଇ ପ୍ରସ୍ତୁତ କରିବାରେ ଲାଗିଛନ୍ତି। କଟକ ଓ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଶକ୍ତି ସିପିଙ୍ଗ୍ ଙ୍କୁ କୌଣସି ଅନୁମତି ପ୍ରଦାନ କରି ନଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ କିନ୍ତୁ ଅନ୍ଧାରରେ ରହି ଶକ୍ତି ସିପିଙ୍ଗ୍ କୁ ବାଲି ଟ୍ରାନ୍ସପୋର୍ଟିଂ ପାଇଁ ଅନୁମତି ପ୍ରଦାନ କରିଛନ୍ତି।
କିନ୍ତୁ ଏହାକୁ ତର୍ଜମା କରିବା ପରେ ଜଣା ପଡ଼ିଛି ଯେ ଏହା ହେଉଛି କେବଳ ଆନ୍ତଃ ରାଜ୍ୟ ଟ୍ରାନ୍ସପୋର୍ଟିଂ ଅନୁମତି ଏଥିରେ କେଉଁଠି ବି ପାରାଦୀପ ବନ୍ଦର ଦେଇ ଜାହାଜ ରେ ନେବା ପାଇଁ ଅନୁମତି ନାହିଁ। ତାଛଡା ଏହା ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ପ୍ରଦାନ କରାଯାଇଛି ଯାହାର ଲେଟର ନମ୍ବର ରହିଛି 40895/R&DM Dt. 21.12.2019. ତେବେ ରାଜ୍ୟ ସରକାରଙ୍କ ଏହି ପତ୍ର ନିୟମ ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଡେରାବିଶ ତହସିଲରୁ ବାଲି ଉଠାଇବାକୁ ଅନୁମତି ଦେଇଛି। ଯାହାର ତାରିଖ ରହିଛି ୧୦.୦୪.୨୦୨୩. କିନ୍ତୁ ଶକ୍ତି ସିପିଙ୍ଗ୍ ଏହାକୁ ଚଳିତ ମାସ ୧୦ ତାରିଖରେ ପାଇଥିବା ବେଳେ ୧୨ତାରିଖରେ କିପରି ଜାହାଜ ପାଇଓନିଅର ଗ୍ଲୋରି ଡିକ୍ଲାଏର କଲା ସେନେଇ ଉଠିଛି ସନ୍ଦେହ। ଜାହାଜ କଣ ଆଖ ପାଖରେ ବୁଲୁଥିଲା ନା ରାତା ରାତି ୧୧ହଜାର ମେଟ୍ରିକ୍ ଟନ୍ ମିଠା ବାଲି କେଉଁଠୁ ଆସିଥାନ୍ତା ସେନେଇ ଉଠିଛି ବଡ଼ ପ୍ରଶ୍ନ। ତେବେ 12ତାରିଖ ରେ ଏନେଇ ଗଣ ମାଧ୍ୟମରେ ଖବର ଆସିବା ପରେ 13 ତାରିଖ ବନ୍ଦର ଡିଟିଆର୍ ରିପୋର୍ଟ ରେ ପାଇଓନିଅର ଗ୍ଲୋରି ଡେଲି ସିଡ୍ୟୁଲ୍ ରୁ ହଟିଯାଇ ନଟ୍ ରେଡି ସେଗମେଣ୍ଟ୍ କୁ ପଳାଇଛି। ତେବେ ଏଥିରେ ବିରାଟ ଷଡ଼ଯନ୍ତ୍ର ଓ ଦୁର୍ନୀତି ର ବାସ୍ନା ଆସୁଥିବା ରୁ ଏନେଇ ସବୁ ସ୍ତରରେ ଚଞ୍ଚକତା ଖେଳି ଯାଇଛି ।
ଅପରପକ୍ଷରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଏହି ଖବର ପାଇବା ପରେ ପ୍ରଶାସନ ପକ୍ଷରୁ ସ୍ପଷ୍ଟୀକରଣ ଦେଇଛନ୍ତି। ଅନୁମତି ପତ୍ର ରେ ଖୋଦ୍ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଙ୍କ ଦସ୍ତଖତ କରିଥିବା ବେଳେ ସ୍ପଷ୍ଟୀକରଣ ପତ୍ର ରେ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଦୂର୍ଗା ପ୍ରସାଦ ମହାରଣା ଙ୍କ ଦସ୍ତଖତ କରିଛନ୍ତି। ପ୍ରଥମ ଚିଠିରେ କେବଳ ଆନ୍ତଃ ରାଜ୍ୟ ଟ୍ରାନ୍ସପୋର୍ଟିଂ ଅନୁମତି ପ୍ରଦାନ କରାଯାଇଥିବା ବେଳେ ସ୍ପଷ୍ଟୀକରଣ ଚିଠିରେ ପାରାଦୀପ ବନ୍ଦର ପ୍ରଶାସନ ଉପରେ ଦାୟିତ୍ଵ ଦିଆଯାଇଛି। ଏହା ରାଜ୍ୟ ସରକାରଙ୍କ ଗାଇଡ୍ ଲାଇନ୍ ଅନୁସାରେ କରାଯାଇଛି କିନ୍ତୁ ଆବେଦନ ପତ୍ର ରେ ପାରାଦୀପ ବନ୍ଦର ଦେଇ ମିଠା ବାଲି ଜାହାଜ ରେ ଯିବା ନେଇ କୌଣସି ସୂଚନା ନ ଥିବାରୁ ଏକ୍ସପୋର୍ଟ କରିବା ଯାହା କିଛି ଗାଇଡ୍ ଲାଇନ୍ ତାକୁ ପାରାଦୀପ ବନ୍ଦର ଅନୁଧ୍ୟାନ କରିବା ପାଇଁ ସିଧାସଳଖ ନିର୍ଦ୍ଦେଶ ରହିଛି ।
ତେବେ ଏହି ଚିଠି ଆଜି ବନ୍ଦର ପ୍ରଶାସନ ନିକଟରେ ପହଞ୍ଚିବା ପରେ ଆରମ୍ଭ ହୋଇଛି ଖୋଳତାଡ଼। କଣ ପାଇଁ ଶକ୍ତି ସିପିଙ୍ଗ୍ ପ୍ଲଟ୍ ନ ପାଇ ଜାହାଜ ମଗାଇଛି, ଯଦି ଜାହାଜ ଲାଗିଥାନ୍ତା ତାହେଲେ କେଉଁ ବାଲି ଚାଲାଣ ହୋଇଥାନ୍ତା, ସେହି ୧୧ହଜାର ମେଟ୍ରିକ୍ ଟନ୍ ବାଲି କେଉଁଠି ଷ୍ଟକ୍ ରହିଛି, ଏମିତି କେତେ କଣ ପ୍ରଶ୍ନ ନେଇ ବନ୍ଦର ପ୍ରଶାସନ ଖୋଳତାଡ଼ କରୁଛି। କିନ୍ତୁ ଏକ ଅସମର୍ଥିତ ଖବର ରୁ ଜଣାପଡିଛି ଯେ ଶକ୍ତି ସିପିଙ୍ଗ୍ ର କେତେକ କର୍ମଚାରୀ କହି ବୁଲୁଛନ୍ତି ଆମକୁ ପରମିସନ୍ ତ ମିଳିଛି ଆମେ ଯେମିତି ବାଲି ନେବୁ ସେଥିରେ କାହାର ଯାଏ ଆସେ କେତେ ଅର୍ଥାତ୍ ଆମେ ସଡ଼କ ପଥରେ ନେଉ ବା ରେଳ ପଥରେ ଅବା ଜଳପଥରେ ଯେଉଁ ଥିରେ ବି ଆମେ ନେଇ ପାରିବୁ। ଯେମିତିକି କେତେକ ସମାଲୋଚକ ଏହା କଣ ଶକ୍ତି ସିପିଙ୍ଗ୍ ର ପୈତୃକ ସମ୍ପତ୍ତି ତାକୁ ଯେମିତି ଇଛା ସେମିତି ନେବ ଏହା ଠିକ୍ ନୁହେଁ ବୋଲି କହି ସମାଲୋଚନା କରିଛନ୍ତି। ତେବେ ଏହି ଚଞ୍ଚକତା ର ଶିକାର ହୋଇ ବିଚରା ଜାହାଜ ଟି ଛିଡ଼ା ହୋଇ ରହିଛି। ଯଦି ଯୁଦ୍ଧ କାଳୀନ ଭିତ୍ତିରେ ବାଲି ରେଡି ହୋଇ ପାରିବ ତା'ହେଲେ ଜାହାଜ ପାରାଦୀପ ପୋତାଶ୍ରୟ ମଧ୍ୟ ରେ ପ୍ରବେଶ କରିବ ନହେଲେ ଅନ୍ୟଥା ଫେରିବା ସାର ହେବ । ତେବେ ଶକ୍ତି ସିପିଙ୍ଗ୍ ର ଏପରି ଚଞ୍ଚକତା ସମଗ୍ର ପାରାଦୀପରେ ଚାଞ୍ଚଲ୍ୟ ଖେଳାଇ ଥିବା ବେଳେ ଅନ୍ୟ ସଂସ୍ଥା ମାନଙ୍କୁ ବେଶ୍ ଆଲୋଚନା ର ଖୋରାକ ଯୋଗାଇଛି। ଦେଖାଯାଉ ଏହାର ପରିଣତି କଣ ହେଉଛି ଯାହାକୁ ନେଇ ସମସ୍ତଙ୍କର ନଜର ରହିଛି ।