ବନ୍ଦର ନଗରୀ ପାରାଦୀପ ରେ ଆୟୋଜିତ ହେଲା ରଜ ମହୋତ୍ସବ 2023
ବାରମାସ ରେ ତେର ପରବ ଭିତରେ ରଜ ପରବ କୁ ସମସ୍ତେ ଉତ୍ସାହ ର ସହିତ ପାଳନ କରୁଥିବା ବେଳେ ଦିର୍ଘ ତିନି ଦିନ ଧରି ଚାଲି ବାର ଥିବା ରଜ ମହୋତ୍ସବ 2023କୁ ବଡ଼ ଧୁମଧାମରେ ପାଳନ କରୁଛି ପାରାଦୀପ ବନ୍ଦରର ସାସ୍କୃତିକ କକ୍ଷ ଜଗନ୍ନାଥ ଲଳିତ କଳା ସଂସଦ ।

ଓଡ଼ିଶା ର ପୁରାତନ କଳା ସଂସ୍କୃତି ଐତିହ୍ୟ କୁ ଉଜ୍ଜୀବିତ ରଖିବାର ପ୍ରୟାସ ଜାରି ରଖିଛି ବନ୍ଦର ନଗରୀ ପାରାଦୀପ । ଏନେଇ ବନ୍ଦର ପ୍ରଶାସନ ର ସାଂସ୍ କୃତୟକ ଜଗନ୍ନାଥ ଲଳିତ କଳା ସଂସଦ ଦିର୍ଘ ୧୮ବର୍ଷ ଧରି ପାଳନ କରି ଆସୁଅଛି ଓଡ଼ିଶାର ନିଆରା ପର୍ବ ରଜ ମହୋତ୍ସବ ।
ପାରାଦୀପ ଏକ ଶିଳ୍ପ ଭିତିକ ଅଞ୍ଚଳ ହୋଇଥିବା ପରେ ମଧ୍ୟ ନିଜ ମାଟି ର କଳା ସଂସ୍କୃତି କୁ କେବେବି ଭୁଲି ପାରିନାହିଁ। ଓଡ଼ିଶାରେ ଯେତେ ପର୍ବ ପାଳନ କରାଯାଏ ସେ ସବୁକୁ ବନ୍ଦର ନଗରୀ ପାରାଦୀପ ତାର ପାଳନ କରି ଆସୁଛି। ଆଗାମୀ ପିଢ଼ି ମାନଙ୍କ ପାଇଁ ଓଡ଼ିଶାର ବାର ମାସରେ ତେର ପର୍ବକୁ ଉଜ୍ଜୀବିତ ରଖିବା ସହିତ ରଜ ପର୍ବକୁ ନେଇ ସେ ତାର ରଜ ମହୋତ୍ସବ ୨୦୨୩କୁ ବଡ ଧୁମଧାମରେ ପାଳନ କରୁଛି।
ତେବେ ତିନିଦିନ ଧରି ରଜ ମହୋତ୍ସବ ରେ ପ୍ରଥମ ଦିନ ତଥା ପହିଲି ରଜରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ୍.ହରାନାଦ୍ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ବନ୍ଦର ତଥା ପାରାଦୀପ ର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
ରଜ ଆସିଲେ ବନ୍ଦରର କର୍ମଚାରୀ ଓ ସେମାନଙ୍କ ପରିବାର ସହର ଛାଡି ନିଜ ଗାଁରେ ରଜ ପାଳୁଥିବା ବେଳେ ପାରାଦୀପ ବନ୍ଦର ପକ୍ଷରୁ ରଜ ମହୋତ୍ସବ ଆରମ୍ଭ ହେବା ଦିନ ଠାରୁ ଏଇଠି ରହି ରଜ ମହୋତ୍ସବରେ ସାମିଲ ହେଉଛନ୍ତି। ତିନି ଧରି ଚାଲବାର ଥିବା ଏହି ରଜ ମହୋତ୍ସବ ରେ ପ୍ରଥମ ଦିନ ଆୟୋଜକ ପକ୍ଷରୁ ପୋଡ଼ପିଠା, ହୁଳହୁଳି, ଶଙ୍ଖ ବାଦନ,ପାନ ,
ନୃତ୍ୟ,ରଜ ବେଶ ଏହି ଭଳି ବିଭିନ୍ନ ପ୍ରତିଯୋଗିତା କରାଯାଇ କୄତି ପ୍ରତଯୋଗୀ ମାନଙ୍କୁ ପୁରସ୍କୃତ କରାଯିବା ସହ ସମସ୍ତଙ୍କ ପାଇଁ ଦୋଳି ଖେଳିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। କରୋନା ପାଇଁ ୩ବର୍ଷ ରଜ ମହୋତ୍ସବ ବନ୍ଦ ରହିଥିବା ବେଳେ ଚଳିତଥର ମହୋତ୍ସବ କୁ କିଭଳି ସରସ ସୁନ୍ଦର କରିହେବ ସେ ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।
ଏହି ଉତ୍ସବ ରେ କେବଳ ପାରାଦୀପ କାହିଁକି ପାରାଦୀପ ଆଖପାଖ ଅଞ୍ଚଳର ଝିଅ, ବୋହୂ ମାନେ ଏହି ରଜ ମହୋତ୍ସବ ରେ ମଜା ନେବାପାଇଁ ଆସିଥାନ୍ତି ଯାହା ଦ୍ବାରା ଏହି ତିନି ଦିନଟି ବନ୍ଦର ନଗରୀ ଉତ୍ସବ ମୂଖର ହୋଇଥାଏ। ସୂରକ୍ଷା କୁ ଦୄଷ୍ଟିରେ ରଖି ସିଆଇଏସଏଫ ଜବାନ ମୄତୟନ,ସିସିଟିଭି ବ୍ୟବସ୍ଥା ରହିବା ସହିତ ପ୍ରତିବର୍ଷ ଭଳି ବିଭିନ୍ନ ଦୋକାନବଜାର, ଷ୍ଟଲ ମାନ ଖୋଲା ଯାଇଛି। ଓଡ଼ିଶାର ଗଣପର୍ବ ରଜ ମହୋତ୍ସବକୁ ଉଦଯିପିତ ରଖିବା ଉଦ୍ଦେଶ୍ୟରେ ରଜ ମହୋତ୍ସବର ଆୟୋଜନ କରାଯାଉଛି। ଏହାହିଁ ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆୟୋଜକ ମାନେ ପ୍ରକାଶ କରିଛନ୍ତି।