ସରିଲା ୨ଦିନିଆ ସମରାଭ୍ୟାସ ସାଗର କବଚ

ବୁଦ୍ଧିଯିବୀ ଙ୍କ ମତ ରେ କେତେ ସଫଳ ହେଉଛି ଏହି ସମରାଭ୍ୟାସ

ସରିଲା ୨ଦିନିଆ ସମରାଭ୍ୟାସ ସାଗର କବଚ

ସତରେ କଣ ଆମେ ସୁରକ୍ଷିତ  ???

ସମୁଦ୍ର ମଧ୍ୟରେ ଗର୍ଜୁଛି କମାଣ, ଲକ୍ଷ ଭେଦୁଛି ତୋପ, ଫୁଟୁଛି ବୋମା ବର୍ଷୁଛି ଗୁଳି ଗୋଳା ବାରୁଦ ଏମିତି କେତେ କଣ। କିନ୍ତୁ ଏସବୁ କୌଣସି ଆତଙ୍କବାଦୀ ହାମଲା ନୁହେଁ ବରଂ ଆତଙ୍କବାଦ କାର୍ଯ୍ୟ କଳାପ କୁ ପ୍ରତିହତ କରିବାକୁ ଆମର ପ୍ରମୁଖ ସ୍ଥଳ ବାହିନୀ , ଜଳ ବାହିନୀ ଓ ଆକାଶ ବାହିନୀ ସେନା ଙ୍କ କାର୍ଯ୍ୟ ଦକ୍ଷତା। ଏଥିରେ ପୁଣି ଆହୁରି ସହଯୋଗ କରନ୍ତି ବିଭିନ୍ନ ସରକାରୀ ବେସରକାରୀ ବିଭାଗ ସମେତ ସାମରିକ ବେସାମରିକ ଜବାନ୍ । ଖାଲି ସେତିକି ନୁହେଁ ଏଥିରେ ଖର୍ଚ୍ଚ ହୁଏ କୋଟି କୋଟି ଟଙ୍କା । ତେବେ ଏହା ୨୬/୧୧ ମୁମ୍ବାଇ ଆକ୍ରମଣ ପରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିତ ପ୍ରୟାସ କରାଯାଉଛି। ଉଦ୍ଦେଶ୍ୟ ଉପକୂଳ ସୁରକ୍ଷା ସମେତ ଦେଶରେ ଆତଙ୍କବାଦ କାର୍ଯ୍ୟ କଳାପ ଉପରେ ଏକ ପ୍ରକାର ରୋକ୍ ଲଗାଇବା । ପ୍ରାୟ ୧୧ବର୍ଷ ଧରି ଚାଲିଥିବା ଏହି ମିଳିତ ସମରାଭ୍ୟାସ ରେ ମୁଖ୍ୟତଃ ଭାରତୀୟ ନୌସେନା, ଭାରତୀୟ ତଟରକ୍ଷୀ ବାହିନୀ ଏବଂ ସାମୁଦ୍ରିକ କାରବାର ରେ ଲିପ୍ତ ରହିଥିବା ବିଭିନ୍ନ ସଂସ୍ଥା ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ତେବେ ଏହି କାର୍ଯ୍ୟ ଦେଶର ପ୍ରତିରକ୍ଷା ଓ ଗୃହ ବିଭାଗ ପକ୍ଷରୁ ମନିଟରିଂ କରା ଯାଉଥିବା ବେଳେ ରାଜ୍ୟର ଗୃହ ବିଭାଗ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥିରେ କୌଣସି ସାଧାରଣ ଲୋକଙ୍କୁ ସାମିଲ କରାଯାଇ ନଥାଏ ବରଂ ଦେଶର ନାଗରିକ ତଥା ଦେଶର ଧନ ଜୀବନ କୁ ସୁରକ୍ଷା ଦେବା ସହ ଜଳପଥ ର ସାମ୍ଭାବ୍ୟ ବିପଦ କୁ ଏଡାଇ ଦିଆଯିବା ପାଇଁ ପ୍ରୟାସ କରାଯାଇଥାଏ। ତେବେ ଏହି ସମରାଭ୍ୟାସ କେତେ ସଫଳ ଓ କେତେ ବିଫଳ ସେନେଇ ଏବେ ଉଠିଛି ପ୍ରଶ୍ନ। କାହିଁକି ନା ଗତ କିଛି ଦିନ ପାରାଦୀପ ଉପକୂଳରେ ଉଦ୍ଧାର କରାଯାଇଥିବା ଗୁପ୍ତଚର ପାରା, ଓ ପୁରୀ, କୋଣାର୍କ , ରାଉରକେଲା ଅଞ୍ଚଳରୁ ମିଳିଥିବା ଗୁଇନ୍ଦା ପାରା ଇତି ମଧ୍ୟରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଖାଲି ସେତିକି ନୁହେଁ ସମସ୍ତ ବିଭାଗ ଓ ବାହିନୀ ସକ୍ରିୟ ରହିଥିବା ବେଳେ ଗତ କିଛି ଦିନ ତଳେ ପାରାଦୀପ ଉପକୂଳ ରୁ ପ୍ରାୟ ୧୪୩ ନର୍ଟିକାଲ୍ ମାଇଲ୍ ଦୂରରେ ଚାଇନା ସିପ୍ ଠାବ ହେବା ନିହାତି ଭାବେ ଏକ ପ୍ରମୁଖ ଚିନ୍ତା ର କାରଣ। ତେବେ ଏସବୁ କାର୍ଯ୍ୟ କଳାପ ନିରୀକ୍ଷଣ କଲେ ମନକୁ ପ୍ରଶ୍ନ ଆସେ ସତରେ କଣ ଆମେ ସୁରକ୍ଷିତ ? ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅନେକ ପ୍ରଶ୍ନ ମୁଣ୍ଡ ଟେକୁଛି। ଆଜି କାଲି ଗଣମାଧ୍ୟମ ଓ ସୋସିଆଲ ମିଡ଼ିଆ ଯେପରି ଆକ୍ଟିଭ୍ ରହିଛି ଅବିଳମ୍ବେ ଯେ କୌଣସି ଖବର ସମସ୍ତ ଙ୍କ ପାଖରେ ପହଞ୍ଚି ଯାଉଛି। ସବୁ କିଛି ଠିକ୍ ଠାକ୍ ଚାଲିଥିବ ତ ଠିକ୍ ଅଛି ଯଦି କୌଣସି ଅଘଟଣ ବା ଦୁର୍ଘଟଣା ଘଟେ ସେନେଇ କେହି କିଛି ପ୍ରତିକ୍ରିୟା ଦେବାକୁ କୁଣ୍ଠାବୋଧ କରୁଛନ୍ତି। କାହିଁକି ଓ କଣ ପାଇଁ ନିଜର ଅପାରଗତା କୁ ଲୁଚାଇ ସମସ୍ତ ଙ୍କ ନଜର ଆଢ଼ୁଆଳ ରୁ ଖସି ଯିବାକୁ ଉଦ୍ୟମ କରନ୍ତି ସେନେଇ ସାଧାରଣ ରେ ଅନେକ ଅସିମାହିତ ପ୍ରଶ୍ନ ମୁଣ୍ଡ ଟେକିଥାଏ। ଜନ ସାଧାରଣ ଙ୍କ ଟ୍ୟାକ୍ସ ରେ ଦେଶର ଅର୍ଥନୀତି ଓ ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହୋଇଥାଏ କିନ୍ତୁ ସମ୍ପୃକ୍ତ ବିଭାଗ ଓ ବିଭାଗୀୟ ଅଧିକାରୀ କଣ ପାଇଁ କୌଣସି ସୂଚନା ଦେବାକୁ ଉଚିତ ମନେ କରନ୍ତି ନାହିଁ ତାକୁ ନେଇ ବେଳେ ବେଳେ ବିସ୍ମୟ ମଧ୍ୟ ସୃଷ୍ଟି ହୋଇଥାଏ। ତେବେ କେବଳ ସଭା ସମିତି ଓ ନିଜର ତଥା ନିଜ ବିଭାଗ ର ସଫଳତା ଉପରେ ଯେପରି ବିଭାଗୀୟ ଅଧିକାରୀ ମାନେ ଗୁରୁତ୍ବ ଦେଇଥାନ୍ତି ସେହିପରି ନିଜର ତଥା ନିଜ ବିଭାଗ ର ବିଫଳତା କୁ ମଧ୍ୟ ସାଧାରଣ ରେ ଲୁଚାଇ ଥାନ୍ତି। କାର୍ଯ୍ୟ ରତ ଏକାଧିକ ସଂସ୍ଥା ମାନେ କୌଣସି ହାଲତ ରେ ନିଜକୁ ଦାୟୀ ନକରି ବରଂ ଏହା ଆମ ବିଭାଗ କାମ ନୁହେଁ ଏହା ସେ ବିଭାଗ ଦେଖିବା କଥା କହି ସହଜରେ ଖସି ଯାଇଥାନ୍ତି। ତେବେ ସବୁଠାରୁ କୌତୁହଳ କଥା ହେଉଛି ସଫଳତା ବଖାଣିଲେ ତଳ କର୍ମଚାରୀ ମାନେ ବା ଅଧିକାରୀ ମାନେ ବେଶ୍ ଆଗ୍ରହ ର ସହ ସବୁକିଛି ବଖାଣିଥାନ୍ତି କିନ୍ତୁ ଦୋଷ ତୃଟି ବାହାରିଲେ ଏହା ସାର୍ କହିବେ ମାନେ ଉପର ଉଚ୍ଚ ପଦସ୍ଥ ଅଧିକାରୀ ଙ୍କୁ ପଚାରନ୍ତୁ ବୋଲି ଶୁଣିବାକୁ ମିଳିଥାଏ। 

ତେବେ ଦୀର୍ଘ ୧୨ବର୍ଷ ଧରି ଚାଲିଥିବା ଏହି ସମରାଭ୍ୟାସ ରୁ ସାଧାରଣ ଲୋକ କେତେ ସୁରକ୍ଷିତ ମନେ କରୁଛି ?

ତଥା କୋଟି କୋଟି ଟଙ୍କା ଅର୍ଥ ବିନିମୟରେ କଣ ସତରେ ଆମେ ସୁରକ୍ଷା କବଚ ପିନ୍ଧି ପାରୁଛେ ?

ନୌସେନା, ତଟରକ୍ଷୀ ବାହିନୀ, ମେରାଇନ୍ ପୋଲିସ କଣ ପ୍ରକୃତରେ ଏହି ସମରାଭ୍ୟାସ କରି ଆମକୁ ସୁରକ୍ଷିତ ରଖୁଛନ୍ତି ?

ଏମିତି କେତେ କଣ ପ୍ରଶ୍ନ ସାଧାରଣ ରେ ଘୁରି ବୁଲୁଛି। 

ତେବେ ଯଦି ଆମେ ସୁରକ୍ଷିତ ଅଛୁ ଆକାଶରେ ଉଡି ବୁଲୁଥିବା ଗୁଇନ୍ଦା ପାରା ର ରହସ୍ୟ କାହିଁକି ଏ ପର୍ଯ୍ୟନ୍ତ ଲୋକ ଲୋଚନକୁ ଆସି ପାରୁନାହିଁ, କାହିଁକି ଗୁପ୍ତଚର ପାରା ସହିତ ସ୍ପାଏ କ୍ୟାମେରା ରେ କଣ ସବୁ ରହିଛି ଓ ସେ କେଉଁ ଅଞ୍ଚଳରୁ ଆସିଛି ବା କିଏ ପଠାଇଛି ତାହା ସାଧାରଣରେ ପ୍ରକାଶ ପାଉନାହିଁ। ତାଛଡା କେବେ ଠାରୁ ଓ କେଉଁ ଉଦ୍ଦେଶ୍ୟରେ ଚାଇନା ର ଗୁପ୍ତଚର ଜାହାଜ ଭାରତୀୟ ସୀମା ମଧ୍ୟକୁ ଆସିଥିଲା ସେଥିରେ ଆଉ ସବୁ କଣ ତଥ୍ୟ ରହିଲା ତାହା ସବୁ ଅନ୍ଧାର ମଧ୍ୟ ରେ ରହିଛି। ଯାହାର ଖୁଲାସା ହୋଇ ପାରୁନାହିଁ କି କେହି ଏଥିପ୍ରତି ଗୁରୁତର ସହ ବିଚାର କୁ ନେଉ ନାହାଁନ୍ତି। ଯେଉଁଠି ଦେଶର ନିରାପତ୍ତା ର ପ୍ରଶ୍ନ ଉଠୁଛି ସେଠି ସାଧାରଣ ଲୋକଙ୍କ ଯଥେଷ୍ଟ ଦାୟିତ୍ଵ ରହିଛି ସେଥିପାଇଁ ସବୁକିଛି ସାଧାରଣ ଲୋକ ତଥା ଗଣମାଧ୍ୟମ ଜାଣିବାର ଆବଶ୍ୟକତା ରହିଛି କିନ୍ତୁ ଏଥିରୁ ଯଦି ବଞ୍ଚିତ କରାଯାଏ ତାହେଲେ ଆମେ କେତେ ସୁରକ୍ଷିତ ସେନେଇ ପ୍ରଶ୍ନ ଉଠିବା ସ୍ବାଭାବିକ। ଯାହାକି ୧୨ବର୍ଷ ଧରି ଚାଲିଥିବା ଏହି ମିଳିତ ସମରାଭ୍ୟାସ ସୂଚାଇ ଦେଉଛି ଖାଲି ବୋଟ୍ ଧରି ସମୁଦ୍ର ମଧ୍ୟକୁ ଯାଅ ଓ ଅଯଥା ଗୁଡ଼ିଏ ପରିମାଣର ତେଲ ପୋଡ଼ି ପୁଣି ବୁଲି ବୁଲି କୂଳକୁ ଆସ ଏବଂ ଆସିକି ସୁଚନା ଦିଅ ଯେ ଚାଲିଛି ମିଳିତ ସମରାଭ୍ୟାସ, ବାସ୍ ଏତିକି ଶୁଣି ଆମେ ବାଃ ବାଃ ରେ ସନ୍ତୁଷ୍ଟ , କାହିଁକି ନ ଆମେତ ସମ୍ପୁର୍ଣ୍ଣ ସୁରକ୍ଷିତ  !!!!!!