ଭାରତୀୟ ତଟ ରକ୍ଷକ ପକ୍ଷରୁ ପାରାଦ୍ଵୀପ ଠାରେ କ୍ଷେତ୍ରୀୟ ସ୍ତରୀୟ ପ୍ରଦୂଷଣ ପ୍ରତିସାଧନ ଅଭ୍ୟାସ ର ଆୟୋଜନ

ପାରାଦୀପ ଠାରେ ଏକ କ୍ଷେତ୍ରୀୟ ସ୍ତରୀୟ ପ୍ରଦୂଷଣ ପ୍ରତିସାଧନ ଅଭ୍ୟାସ

ଭାରତୀୟ ତଟ ରକ୍ଷକ ପକ୍ଷରୁ ପାରାଦ୍ଵୀପ ଠାରେ କ୍ଷେତ୍ରୀୟ ସ୍ତରୀୟ ପ୍ରଦୂଷଣ ପ୍ରତିସାଧନ ଅଭ୍ୟାସ ର ଆୟୋଜନ

ଭାରତୀୟ ତଟ ରକ୍ଷକ ପକ୍ଷରୁ ପାରାଦ୍ଵୀପ ଠାରେ କ୍ଷେତ୍ରୀୟ ସ୍ତରୀୟ ପ୍ରଦୂଷଣ ପ୍ରତିସାଧନ ଅଭ୍ୟାସ ର ଆୟୋଜନ

ଭାରତୀୟ ତଟ ରକ୍ଷକ ଜିଲ୍ଲା ମୁଖ୍ୟାଳୟ ସଂଖ୍ୟା ୭, ଓଡିଶା, ତଟ ରକ୍ଷକ କ୍ଷେତ୍ରୀୟ ମୁଖ୍ୟାଳୟ (ଉତ୍ତର ପୂର୍ବ) ଅଧୀନରେ ୧୨ରୁ ୧୪ ନଭେମ୍ବର ୨୦୨୪ ଯାଏଁ ପାରାଦୀପ ଠାରେ ଏକ କ୍ଷେତ୍ରୀୟ ସ୍ତରୀୟ ପ୍ରଦୂଷଣ ପ୍ରତିସାଧନ ଅଭ୍ୟାସ (Re-PREX-24) ର ଆୟୋଜନ କରାଯାଇଥିଲା।

ଏହି ଅଭ୍ୟାସର ଉଦ୍ଦେଶ୍ୟ ଥିଲା ସମୁଦ୍ରରେ ତୈଳ  ପ୍ରଦୂଷଣ ଏବଂ ଅନ୍ୟାନ୍ୟ ସାମୁଦ୍ରିକ ପ୍ରଦୂଷଣ ଘଟଣାରେ ପ୍ରତିସାଧନ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ପ୍ରସ୍ତୁତି ଓ ସମନ୍ୱୟକୁ ବୃଦ୍ଧି କରିବା। ଏହି ଅଭ୍ୟାସରେ କ୍ଷେତ୍ରୀୟ ସ୍ତରର ପ୍ରତିଷ୍ଠାନ ଯଥା ପାରାଦୀପ ବନ୍ଦର ପ୍ରାଧିକରଣ , ଧାମରା ବନ୍ଦର, ଗୋପାଳପୁର ବନ୍ଦର , ଭାରତୀୟ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ , ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ, ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ଓ ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ର ଅଧିକାରୀ ମାନେ ଯୋଗ ଦେଇଥିଲେ।

ତିନି ଦିନର ଏହି ଅଭ୍ୟାସରେ ବୃତ୍ତିଗତ ଉପସ୍ଥାପନା,ଆଲୋଚନା ଏବଂ  ପାରାଦୀପ ଉପକୂଳରେ ଥିବା ଭାରତୀୟ ତଟ ରକ୍ଷକ ଜାହାଜରେ ଏକ ମକ ଡ୍ରିଲ୍ ଅନୁଷ୍ଠିତ ହୋଇଥିଲା। ଏହି ବିସ୍ତୃତ ପରିଦୃଶ୍ୟ ଭିତ୍ତିକ ଅଭ୍ୟାସ ତୈଳ ପ୍ରଦୂଷଣକୁ ମୁକାବିଲା କରିବା ପାଇଁ ମୂଲ୍ୟବାନ ଜ୍ଞାନ ଏବଂ ପ୍ରଭାବଶୀଳ ପ୍ରତିସାଧନ ର ରଣନୀତି ପ୍ରଦାନ କରିଥିଲା।

ଭାରତୀୟ ତଟ ରକ୍ଷକ ସାମୁଦ୍ରିକ ପ୍ରଦୂଷଣ ପ୍ରତିସାଧନରେ ଦେଶରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥାଏ ଏବଂ ସାମୁଦ୍ରିକ  ପରିବେଶ ସୁରକ୍ଷା ଏବଂ ଉପକୂଳ ଅଞ୍ଚଳର ସୁରକ୍ଷା ନିଶ୍ଚିତ କରିବାକୁ ସମସ୍ତ ଅଂଶଗ୍ରାହୀଙ୍କ ପାଇଁ ପ୍ରଶିକ୍ଷଣ ଏବଂ ବାସ୍ତବ ସମୟର ଅଭ୍ୟାସ ର ନିର୍ଧାରଣ କରିଥାଏ।