କଟକ ଗଲା ସନ୍ଦିଗ୍ଧ ଗୁପ୍ତଚର ପାରା, କଟକ ରୁ ପୁଣି ଭୁବନେଶ୍ବର ଫରେନସିକ ଲ୍ୟାବ କୁ ସ୍ଥାନାନ୍ତର

ପାରାଦୀପ ରୁ ଧରାପଡିଥିବା ସନ୍ଦିଗ୍ଧ ପାରାକୁ ଆଜି କଟକ ସ୍ଥାନାନ୍ତର କରାଯାଇଛି । Suspected spy pigeon with camera, chip fitted on leg caught in Odisha's Jagatsinghpur

କଟକ ଗଲା ସନ୍ଦିଗ୍ଧ ଗୁପ୍ତଚର ପାରା, କଟକ ରୁ ପୁଣି ଭୁବନେଶ୍ବର ଫରେନସିକ ଲ୍ୟାବ କୁ ସ୍ଥାନାନ୍ତର

ପାରାଦୀପ: ପାରାଦୀପ ରୁ ଧରାପଡିଥିବା ସନ୍ଦିଗ୍ଧ ପାରାକୁ ଆଜି ପ୍ରଥମେ କଟକ ଓ ପରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ପାରାଦୀପ ମେରାଇନ୍ ପୋଲିସ ଆଜି ଉକ୍ତ ଗୁପ୍ତଚର ପାରା କୁ ଡଗ୍ ଆଣ୍ଡ ପିଜନ୍ ସ୍କ୍ୱାଡକୁ ହସ୍ତାନ୍ତର କରିଛି। ସ୍କ୍ୱାର୍ଡ ପାରାକୁ ନେଇ କଟକ କାର୍ଯ୍ୟାଳୟ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଅପରପକ୍ଷେ ପାରାଠୁ ଜବତ କ୍ୟାମେରା ଓ ଚିପ୍ ଡିଭାଇସ ଭୁବନେଶ୍ୱର ଫୋରେନସିକ ଲ୍ୟାବକୁ ପଠାଯାଇଛି ।

ଏଥି ସହିତ ଡିଭାଇସ୍ ଓ କ୍ୟାମେରା ରେ କଣ ରହିଛି ସେ ନେଇ ସାଇବର୍ ଏକ୍ସପର୍ଟ ଙ୍କ ସହିତ ମଧ୍ୟ ଯୋଗା ଯୋଗ କରାଯାଇଛି। ତେବେ ଏହା ଜାତୀୟ ସୁରକ୍ଷା ସମ୍ବନ୍ଧୀୟ ବିଷୟ ହୋଇଥିବା ରୁ ଏହାକୁ ଏକ ସମ୍ବେଦନଶୀଳ ଘଟଣା ବୋଲି ବିବେଚନା କରାଯାଇଛି। ତେଣୁ ସୁରକ୍ଷା ସମ୍ବନ୍ଧୀୟ ସମସ୍ତ ବିଭାଗକୁ ଏଥିରେ ସମ୍ପୃକ୍ତ କରାଯିବା ନେଇ ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି ସୁଚନା ମିଳିଛି। ସୁଚନା ଯୋଗ୍ୟ ଯେ ପାରାଦୀପ ସମୁଦ୍ର ମଧ୍ୟରୁ ଗତକାଲି ମାଛଧରାଳି ମାନେ ଏହି ସନ୍ଦିଗ୍ଧ ପାରାକୁ ଠାବ କରି ପାରାଦୀପ ସାମୁଦ୍ରିକ ଥାନା କୁ ହସ୍ତାନ୍ତର କରିଥିଲେ ।